ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ମୁମ୍ବାଇରେ ବିକ୍ରି ହେଉଛି ରାଜ୍ୟସରକାରଙ୍କ ଦ୍ୱାରା ତିଆରି ହୋଇଥିବା ବ୍ୟାଗ୍ । ଫୁଟପାଥରେ ବସି ଜଣେ ବ୍ୟକ୍ତି ବ୍ୟାଗ୍ ବିକୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆମ ଓଡିଶା -ନବୀନ ଓଡିଶା ଲେଖାଥିବା ସହ ଏଥିରେ ରାଜ୍ୟ ସରକାରଙ୍କ ଲୋଗୋ ରହିଛି । ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ବଣ୍ଟନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୯୫ ଲକ୍ଷ ବ୍ୟାଗ ତିଆରି ହୋଇଥିଲା । କିନ୍ତୁ ଏହି ବ୍ୟାଗକୁ ନେଇ କେତେ ଖର୍ଚ୍ଚ ହୋଇଛି, କେଉଁ ସଂସ୍ଥା ନିର୍ମାଣ କରିଛି ସେ ନେଇ ରାଜ୍ୟ କୌଣସି ତଥ୍ୟ ଦେଇ ନଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଉତ୍ତର ପ୍ରଦେଶରେ ମୋଦିଙ୍କ ମାରାଥନ ପ୍ରଚାର । ୟୁପିର ଲାଲଗଞ୍ଜ, ଭଦହୀ, ଜୈନପୁର ଓ ଆଜମଗଡ଼ରେ ନିର୍ବାଚନୀ ଜନସଭାରୁ ବିରୋଧୀ ସମାଜବାଦୀ ପାର୍ଟି ସମେତ ଇଣ୍ଡି ମେଣ୍ଟ ବିରୋଧରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟରେ ସପା ଓ କଂଗ୍ରେସ ମିଳିତ ଭାବେ ଦୁର୍ନୀତିର ଦୋକାନ ଚଳାଇବାକୁ ଚାହୁଁଛନ୍ତି । ପୁଣିଥରେ ତୁଷ୍ଟିକରଣର ଟ୍ରିପିଲ ଡୋଜ ବିକ୍ରି କରିବାକୁ ଚାହୁଥିବା ବିରୋଧୀଙ୍କୁ ମୂଳପୋଛ କରିବାକୁ ଉତ୍ତରପ୍ରଦେଶବାସୀ ଏକ ହୋଇଛନ୍ତି । ବିଜେପି ସରକାରର ବିକାଶକୁ ଦେଖି କଂଗ୍ରେସ ଶାହଜାଦେଙ୍କ ପେଟରେ ଦରଦ ହେଉଛି କହି କଟାକ୍ଷ କରିଛନ୍ତି ମୋଦି ।
ନିର୍ବାଚନ ପ୍ରଚାରରେ ବିଜେପି ବିରୋଧରେ ଅପପ୍ରଚାର କରୁଥିବା ବିରୋଧୀ ମେଣ୍ଟ ଭୋଟ ପରେ ସଫା ହୋଇଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ରଜ୍ୟରେ ବାରମ୍ବାର ବିଭିନ୍ନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ସମସ୍ୟାର ସମାଧାନ ପାଇଁ ନୂଆ ନୀତି ଆପଣାଇଛି ବିଜେପି । ରାଜ୍ୟରୁ ମାଫିଆ ରାଜ୍ ର ମୂଳପୋଛ କରିବାକୁ ଯୋଗୀ ସରକାର ଆହୁରି କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି ବୋଲି ଜନସଭାରେ କହିଛନ୍ତି ମୋଦି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ପାଣ୍ଡିଆନ୍ ଲୁଚାଇ ରଖିଛନ୍ତି ରତ୍ନଭଣ୍ଡାର ଚାବି । ଜଟଣୀ ଛତାବରରେ ବିଜେପି ପରିବର୍ତ୍ତନ ସଭାରେ ହିମନ୍ତ ବିଶ୍ବଶର୍ମାଙ୍କ ବିସ୍ଫୋରକ ବୟାନ । କମିଶନ ତଦନ୍ତ କଲେ, ବିଧାନସଭାରେ ରିପୋର୍ଟ କିନ୍ତୁ ସାର୍ବଜନୀନ ହେଲାନି । 10 ଜୁନ୍ ପୂର୍ବରୁ ଚାବି ଫେରାନ୍ତୁ, ପାତାଳରେ ଥିଲେ ଖୋଜି ବାହାର କରିବୁ ।
ଆପଣ ନିଶ୍ଚିନ୍ତ ରୁହନ୍ତୁ ଯଦି ମୋଦିଜୀ ରାମ ମନ୍ଦିର ନିର୍ମାଣ କରିପାରିଲେ, ତେବେ ରତ୍ନଭଣ୍ଡାର ଚାବି ମୋଦି ବାହାର କରିବେ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ରତ୍ନ ଭଣ୍ଡାର ଚାବି ହଜିଛି କହି ଭ୍ରମିତ କରିଚାଲିଛି ବିଜେଡି। ରାଜନୀତିରେ ଯଦି ନୋବେଲ ପୁରସ୍କାର ଦିଆଯାନ୍ତା ତେବେ ଏହା ପାଣ୍ଡିଆନଙ୍କୁ ମିଳିବ। ଆଉ ପାଞ୍ଚ ବର୍ଷ ସମୟ ଦେଲେ ପାଣ୍ଡିଆନ ଓଡ଼ିଶାକୁ ତାମିଲନାଡୁ ବନାଇଦେବେ। ଓଡ଼ିଶାର ବିକାଶ ପାଇଁ ଆବଶ୍ୟକ ଡବଲ ଇଂଜିନ ସରକାର । ମୋଦିଜୀଙ୍କୁ ପାଞ୍ଚ ବର୍ଷ ସୁଯୋଗ ଦିଅନ୍ତୁ ପାଣ୍ଡିଆନକୁ ତାମିଲନାଡୁ ପଠାନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ହିମନ୍ତ ବିଶ୍ବଶର୍ମା।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଟୁକୁନି ସାହୁଙ୍କ ଗୁଣ୍ଡାଙ୍କ ଆତଙ୍କରାଜ୍ ! ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ଟୁକୁନିଙ୍କ ଗୁଣ୍ଡା ! ପୁଣି ସୀମା ଟପିଲେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗୁଣ୍ଡାବାହିନୀ ବିଜେପି କର୍ମୀ ଡୋଳାମଣି ବସ୍ତିଆ, ଲବେନ୍ଦ୍ର ବେହେରାଙ୍କୁ ଆକ୍ରମଣ ଅଭିଯୋଗ । ସଇଁତଲା ତେଣ୍ଡଲିପାଳି ଗାଁରେ ଟୁକୁନିଙ୍କ ଗୁଣ୍ଡା ଆକ୍ରମଣ କରିଥିବା ଅଭିଯୋଗ ।ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ ନିର୍ବାଚନ ପ୍ରଚାର ବେଳେ ଆକ୍ରମଣ। ଗୁଣ୍ଡାଙ୍କ ଆକ୍ରୋଶରୁ ଅଳ୍ପକେ ବର୍ତ୍ତିଲେ ନବୀନ ଜୈନ, ପୋଲିସ କଲା ଉଦ୍ଧାର।
ଅଧିକ ପଢ଼ନ୍ତୁ ଓଡିଶା ଖବର: