ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେ ପି ନଡ୍ଡା । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ 4ଟା 30ରେ ପହଞ୍ଚିବେ ନଡ୍ଡା । ସେଠୁ ସିଧା ସଳଖ ସ୍ୱତନ୍ତ୍ର ବିମାନରେ ବ୍ରହ୍ମପୁର ରଙ୍ଗେଈଲୁଣ୍ଡା ଏୟାରଷ୍ଟ୍ରିପ ଯିବେ । ସାଢେ 5ଟା ରେ ଆମ୍ବପୁଆ ଠାରେ ସାଧାରଣ ସଭାରେ ଯୋଗ ଦେବେ ନଡ୍ଡା। ପରେ 6 ଟା 45ରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏହି କାର୍ଯ୍ୟକର୍ତ୍ତା ବୈଠକରେ ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର, କୋରାପୁଟର କାର୍ଯ୍ୟକର୍ତ୍ତା ଯୋଗ ଦେବେ । ବ୍ରହ୍ମପୁରରେ ରାତ୍ରି ଯାପନ କରି ଆସନ୍ତାକାଲି ଦିଲ୍ଲୀ ଫେରିବେ ନଡ୍ଡା।
ଅଧିକ ପଢ଼ନ୍ତୁ ଦେଶ ଖବର:
ରାୟଗଡା: ଇଭିଏମ୍ ମେସିନ୍ ଖରାପ । ଭୋଟ୍ ନ ଦେଇ ଫେରିଗଲେ ଭୋଟର୍ । ରାୟଗଡା ଗୁଣୁପୁରରେ 162 ବୁଥ୍ ଗୁଣୁପୁର ନିର୍ବାଚନ ମଣ୍ଡଳୀ ଘନାନ୍ତରି ପଞ୍ଚାୟତରେ ମେସିନ ଖରାପ ହେତୁ ପ୍ରାୟ 3 ଘଣ୍ଟା ବିଳମ୍ୱ ହେତୁ ବୁଦ୍ଧ ବୃଦ୍ଧା ବ୍ୟକ୍ତି ଘରକୁ ଫେରିଯାଇଥିବା ଦେଖିବାକୁ ମିଳିଛି । ମେସିନ ଖରାପ ହେତୁ ଲମ୍ବା ଲାଇନରେ ଠିଆ ହୋଇ ଲୋକେ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା ।
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଓ ତତସଂଲଗ୍ନ 28ଟି ବିଧାନସଭା କ୍ଷେତ୍ରରେ ଚାଲିଛି । ମୋଟ 62 ଲକ୍ଷ 87 ହଜାର ଭୋଟର ମତଦାନ କରିବାକୁ ଯାଉଥିବା ବେଳେ ସେମାନଙ୍କ ମଧ୍ୟରେ 30 ଲକ୍ଷ 97 ହଜାର ପୁରୁଷ, 31 ଲକ୍ଷ 89 ହଜାର ମହିଳା, 1 ଲକ୍ଷ 75 ହଜାର ଯୁବ ଭୋଟର ଓ 14 ଲକ୍ଷ 68 ହଜାର 20 ବର୍ଷରୁ 29 ବର୍ଷର ଭୋଟର ରହିଛନ୍ତି। ସଂସଦୀୟ କ୍ଷେତ୍ର ପାଇଁ 37ଜଣ ପ୍ରାର୍ଥୀ ଥିବା ବେଳେ ବିଧାନସଭା ପାଇଁ 243 ପ୍ରାର୍ଥୀ ରହିଛନ୍ତି ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ 7 ହଜାର 303 ମତଦାନ କେନ୍ଦ୍ର ସହ 14ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି। ଲୋକସଭା କ୍ଷେତ୍ରରେ କୋରାପୁଟରେ ସର୍ବନିମ୍ନ ଭୋଟର ଥିବାବେଳେ କଳାହାଣ୍ଡିରେ ସର୍ବାଧିକ ଭୋଟର ରହିଛନ୍ତି। ସେହିପରି ବିଧାନସଭା କ୍ଷେତ୍ରରେ ଲକ୍ଷ୍ମୀପୁର ରେ କମ୍ ଭୋଟର ଥିବା ବେଳେ ଧର୍ମଗଡ଼ରେ ଅଧିକ ଭୋଟର ରହିଥିବା ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି ।
ଆହୁରି ପଢନ୍ତୁ ରାଜନୀତି ଖବର...
ଅର୍ଗସ ବ୍ୟୁରୋ: ସ୍ୱାମୀ ଲକ୍ଷ୍ମଣାନନ୍ଦ ସାରସ୍ବତୀଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ । କହିଲେ ଓଡ଼ିଶାରେ ବିଜେଡି ସରକାରରେ ରହିବାର ଅଧିକାର ନାହିଁ। ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ହେଲା । ସେମାନଙ୍କ ଜମି ହଡପ ହେଲା. ଧର୍ମାନ୍ତରୀକରଣ ପାଇଁ ବିଦେଶୀ ଶକ୍ତିର ସାହାଯ୍ୟ ନିଆଗଲା । ଆଜିର ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ବାପାଙ୍କ ଭୂମିକା ସନ୍ଦେହ ଘେରରେ । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ସୁରକ୍ଷା କର୍ମୀଙ୍କୁ କାହିଁକି ଅପସାରଣ କରାଗଲା ।
ସୁରକ୍ଷା ମାଗିଲେ ପୋଲିସ ତାଙ୍କୁ ଦୁର୍ବ୍ୟବହାର କଲେ । ଓଡ଼ିଶାରେ ଫ୍ରିଡିମ ରିଲିଜିଅନ ଆକ୍ଟ ଅଛି । ହେଲେ ଏତେ ବଡ ଘଟଣା ପାଇଁ ଗୃହ ବିଭାଗ ଦାୟୀ । ମୁଖ୍ୟମନ୍ତ୍ରୀ ବିଭାଗ ଦାୟିତ୍ୱରେ ଥିଲେ । ସେ କଣ କିଛି ଜାଣି ପାରିଲେନି । ହିନ୍ଦୁ ସମାଜଙ୍କୁ ନେତୃତ୍ବ ବିହୀନ କରିବ ପାଇଁ ଷଡଯନ୍ତ୍ର ହୋଇଥିଲା । ଏହାର ପ୍ରଚ୍ଛଦପଟରେ ଥିଲେ ନିଜେ ମୁଖ୍ୟମନ୍ତ୍ରୀ । ସାଂପ୍ରଦାୟିକ ଷଡଯନ୍ତ୍ର ରଚିଥିଲେ। ଏ କଥାର ଜବାବ ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ପଡିବ । 3ଟି କମିଶନ ବସିଲା ତାଙ୍କ ରିପୋର୍ଟ ସାର୍ବଜନୀନ କରନ୍ତୁ ସରକାର । ଏଭଳି ସରକାର ଉଠେଇକି ଫୋପାଡି ଦେବା ଦରକାର।
ଅଧିକ ପଢ଼ନ୍ତୁ ନିର୍ବାଚନ ଖବର
ଅର୍ଗସ ବ୍ୟୁରୋ: ବୌଦ୍ଧରେ ଏଥର ବିଜେଡି ପୁଣି ଥରେ 5 -5 ଥରର ବିଧାୟକ ପ୍ରଦୀପ କୁମାର ଅମାତଙ୍କୁ ରିପିଟ୍ କରିଛନ୍ତି । ବିଜେପିରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ହରଭଙ୍ଗା ବ୍ଲକର ବର୍ତ୍ତମାନର ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ। 2019ରେ ପ୍ରାର୍ଥୀ ଦେଇ ନ ଥିବା କଂଗ୍ରେସ ଏଥର ନବ କୁମାର ମିଶ୍ରଙ୍କୁ ମୈଦାନକୁ ଓହ୍ଲାଇଛି । 2014ରେ ବିଜେଡି-କଂଗ୍ରେସ ମଧ୍ୟରେ କଡ଼ା ଫାଇଟ୍ ହୋଇଥିବା ବେଳେ 2019ରେ ସ୍ଥିତି ବଦଳିଥିଲା । ବିଜେଡି-ବିଜେପି ମଧ୍ୟରେ ହୋଇଥିଲା କଡ଼ା ମୁକାବିଲା । ମାତ୍ର 10 ହଜାର ଭୋଟରେ ବିଜେପିଠାରୁ ଆସନ ଛଡ଼ାଇ ନେଇଥିଲା ବିଜେଡି।
ତେଣୁ ଏଥର ବିଜେପି ପ୍ରାର୍ଥୀ ବିଜେଡିର ଗଡ଼ ଭାଙ୍ଗିବାକୁ କରୁଛନ୍ତି ଜୋରଦାର ଉଦ୍ୟମ । ମୋଦି ଗ୍ୟାରେଣ୍ଟି ସହ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଭୋଟରମାନଙ୍କ ପାଖକୁ ଯାଉଛନ୍ତି ବିଜେପି ପ୍ରାର୍ଥୀ ସରୋଜ କୁମାର ପ୍ରଧାନ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ନେଇ ଭୋଟ ଭିକ୍ଷା କରୁଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଅମାତ । ସେହିପରି କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ । 25 ବର୍ଷ ସରକାରର ଅପାରଗତାକୁ ପାଥେୟ କରି ଲୋକଙ୍କ ପାଖକୁ ଯାଉଛନ୍ତି କଂଗ୍ରେସ ପ୍ରାର୍ଥୀ ନବ କୁମାର ମିଶ୍ର ।
25 ବର୍ଷର ସ୍ଥିର ବିଜେଡି ସରକାର ଓ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ଅମାତ ପାଞ୍ଚ ଥର ବିଧାନସଭାକୁ ଯାଇଥିଲେ ସୁଦ୍ଧା ବୌଦ୍ଧରେ କୌଣସି ଆଖିଦୃଶିଆ ବିକାଶ ହୋଇନାହିଁ । ପିଇବା ପାଣି ସମସ୍ୟା, ରାସ୍ତା ଘାଟ, ଆବାସ ଯୋଜନାରେ ଘର ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ, ମେଡିକାଲରେ ଡାକ୍ତର ନାହାନ୍ତି, ସ୍କୁଲରେ ଶିକ୍ଷକ ନାହାନ୍ତି, ଅଙ୍ଗନବାଡି ଘର ନାହିଁ, ଲୋକେ ରୋଜଗାର ନ ପାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଏଥର ପରିବର୍ତ୍ତନ ନିଶ୍ଚିତ ବୋଲି ଆଭାସ ମିଳିଲାଣି ।
ତେବେ 2000ମସିହାରୁ ପ୍ରତିନିଧିତ୍ବ କରୁଥିବା ପ୍ରଦୀପ ଅମାତଙ୍କୁ ଲୋକେ ପୁଣି ଥରେ ଭରସା କରିବେ ନା ମୋଦିଙ୍କ ଗ୍ୟାରେଣ୍ଟି ନା କଂଗ୍ରେସର ଗ୍ୟାରେଣ୍ଟି ଉପରେ ଭରସା କରିବେ ମତଦାନ ଏହା ଶୀଘ୍ର ସାମ୍ନାକୁ ଆସିବ।
ଅଧିକ ପଢ଼ନ୍ତୁ ନିର୍ବାଚନ ଖବର