ସେହି ଅନୁସାରେ ବିଭିନ୍ନ ସମୟରେ ନେତାମାନେ କେବଳ ଦୁଇଟି ଆସନରେ ପ୍ରାର୍ଥୀ ହୋଇପାରୁଛନ୍ତି । ପୂର୍ବ ଆଇନ ଅନୁସାରେ ୧୯୫୭ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଏକାଦିକ୍ରମେ ମଥୁରା, ଲକ୍ଷ୍ମୌ ଓ ବଳରାମପୁରରୁ ଠିଆ ହୋଇଥିଲା । ସେ କେବଳ ବଳରାମପୁରରୁ ନିର୍ବାଚିତ ହୋଇଥିଲେ । ୧୯୬୨ରେ ବି ସେ ବଳରାମପୁର ଓ ଲକ୍ଷ୍ମୌରୁ ଲଢି ଦୁଇଟିଯାକ ଆସନରୁ ହାରିଯାଇଥିଲେ । ୧୯୯୧ରେ ବାଜପାୟୀ ବିଦିଶା ଓ ଲକ୍ଷ୍ମୌରୁ ଲଢି ଦୁଇଟି ଯାକ ଆସନରୁ ମଧ୍ୟ ବିଜୟୀ ହୋଇଥିଲେ । ସେହିଭଳି ୧୯୯୬ରେ ସେ ଗାନ୍ଧୀନଗର ଓ ଲକ୍ଷ୍ମୌରୁ ଲଢି ଦୁଇଟି ଯାକ ଆସନରେ ବିଜୟୀ ହୋଇଥିବାବେଳେ ଲକ୍ଷ୍ମୌ ଆସନ ରଖି ଗାନ୍ଧୀନଗର ଛାଡିଦେଇଥିଲେ ।
ଅଧିକ ପଢନ୍ତୁ ଭାରତ ଖବର
ସେହିଭଳି, ୧୯୯୯ରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାଏବରେଲୀ ଓ ଆମେଥିରୁ ଲଢିଥିଲେ । ସେ ଦୁଇଟି ଯାକ ଆସନରୁ ବିଜୟୀ ହୋଇଥିଲେ । ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ନୂଆଦିଲ୍ଲୀ ଓ ଗାନ୍ଧୀନଗରରୁ ଲଢିଥିଲେ । ସେ ଦୁଇଟି ଯାକ ଆସନରୁ ବିଜୟୀ ହୋଇଥିଲେ । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଦୋଦରା ଓ ବାରାଣସୀରୁ ଲଢି ଦୁଇଟିଯାକରେ ବିଜୟୀ ହୋଇଥିଲେ । ତେବେ ସେ ବାରାଣସୀକୁ ରଖି ଭଦୋଦରା ଛାଡିଦେଇଥିଲେ ।