ଅଧିକ ପଢନ୍ତୁ : ଟ୍ରକ୍ ଧକ୍କାରେ ୩ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ
ମୃତକଙ୍କ ମଧ୍ୟରେ ୫ ମହିଳା,୩ ଶିଶୁ ରହିଥିବା ସୂଚନା ମିଳିଛି। ଏନଏଚରେ ଛିଡାହୋଇଥିବା କାରକୁ ପିକଅପ ଧକ୍କା ଦେବା ଫଳରେ ଏଭଳି ଦୁର୍ଘଟଣା ଘଟିଛି।
ଅର୍ଗସ ବ୍ୟୁରୋ : :ଛତିଶଗଡ ବେମତରାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଲିଗଲା ୧୦ ଜୀବନ । ଏହି ଦୁର୍ଘଟଣାରେ ୨୩ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଅଧିକ ପଢନ୍ତୁ : ଟ୍ରକ୍ ଧକ୍କାରେ ୩ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ
ମୃତକଙ୍କ ମଧ୍ୟରେ ୫ ମହିଳା,୩ ଶିଶୁ ରହିଥିବା ସୂଚନା ମିଳିଛି। ଏନଏଚରେ ଛିଡାହୋଇଥିବା କାରକୁ ପିକଅପ ଧକ୍କା ଦେବା ଫଳରେ ଏଭଳି ଦୁର୍ଘଟଣା ଘଟିଛି।
ଅର୍ଗସ ବ୍ୟୁରୋ : ଚମ୍ପୁଆ ଥାନା ରିମୁଳି ବାଇପାସ୍ରେ ମର୍ମନ୍ତୁଦ ଦୁର୍ଘଟଣା । ଏହି ସିରିଜ ଦୁର୍ଘଟଣାରେ ୫ ଜଣ ପ୍ରାଣ ହରାଇଛନ୍ତି । କେନ୍ଦୁଝରରୁ ବଡ଼ବିଲ କାର୍ ଯୋଗେ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁଇଟି ଟ୍ରକ୍ ଧକ୍କା ଦେବା ଫଳରେ କାର୍ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି । ଚମ୍ପୁଆ ଥାନା ରିମୁଳି ବାଇପାସ୍ରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସୂଚନା ଅନୁସାରେ କେନ୍ଦୁଝରରୁ ବଡ଼ବିଲ କାର୍ ଯୋଗେ ଫେରିବା ବେଳେ ଚମ୍ପୁଆ ଥାନା ରିମୁଳି ବାଇପାସ୍ରେ ଦୁର୍ଘଟଣା ଘଟିଛି । ଟ୍ରକ୍-କାର୍-ଟ୍ରକ୍ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ନେଇ ସ୍ଥାନୀୟ ଲୋକଙ୍କର ଠାରୁ ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି । ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।
ଅର୍ଗସ ବ୍ୟୁରୋ: ନିର୍ବାଚନ ଭିତରେ ଯେଉଁଠି ରାଜନୀତି ଦଳଗୁଡିକ ଭିତରେ ଆକ୍ରୋଶ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଂଶସାରେ ପୋତି ପକାଉଛନ୍ତି କଳାକାରମାନେ। ଅଭିନେତ୍ରୀ ରଶ୍ମୀକା ମନ୍ଦାନା ମୋଦିଙ୍କ ପ୍ରଂଶସା କରିବା ସହ ବିଜେପି ସରକାରଙ୍କ ୧୦ବର୍ଷର ଶାସନ ଦେଶକୁ ବିକାଶପଥରେ ଆଗେଇ ନେଇଥିବା କହିଛନ୍ତି । ନିକଟରେ ଅଟଳ ସେତୁରେ ଯାତ୍ରା କରିଥିଲେ ରଶ୍ମୀକା । ୧୦ବର୍ଷ ପୂର୍ବ ଓ ପରର ଯାତ୍ରାର ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ତଥା ବେଶ ଆରାମଦାୟକ ଥିଲା ବୋଲି କହିଥିଲେ ।
ଦେଶର ବିକାଶରେ ବିଜେପିର କାମକୁ ସେ ପ୍ରଂଶସା କରିଥିଲେ । ସେପଟେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି କଣ୍ଠଶିଳ୍ପୀ ମିକା ସିଂ ମୋଦୀଙ୍କ ଭୁରି ଭୁରି ପ୍ରଂଶସା କରିଛନ୍ତି ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଭାରତ ସମେତ ବିଶ୍ବର ଅନେକ ଦେଶ ଏବେ ଭୀଷଣ ଗରମର ସାମ୍ନା କରୁଛି। ପଶ୍ଚିମ ଆଫ୍ରିକା ସ୍ଥିତ ଦେଶ ଗୁଡ଼ିକରେ ରାତି ତାପମାତ୍ରା ୪୮ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଗଲାଣି। କିନ୍ତୁ ଆପଣ କଣ ଜାଣିଛନ୍ତି ଦୁନିଆଁରେ ଏମିତି କେଉଁ ସ୍ଥାନ ଅଛି ଯେଉଁଠାରେ ଅଧିକ ଗରମ ଅନୁଭୂତ ହୁଏ। ଆଉ ସେଠାରେ କଣ ଲୋକମାନେ ବାସ କରୁଛନ୍ତି। ଚାଲନ୍ତୁ ଜାଣିବା
ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ `ଡେଥ ଭ୍ୟାଲି' ହେଉଛି ପୃଥିବୀର ସବୁଠାରୁ ଉତ୍ତପ୍ତ ସ୍ଥାନ। science.orgର ଏକ ରିପୋର୍ଟ ମୁତାବକ ଏଠାକାର ତାପମାତ୍ରା ପାଖାପାଖି ୫୦ ଡିଗ୍ରୀ ପର୍ଯ୍ୟନ୍ତ ରହିଥାଏ। ୧୯୧୩ ମସିହାରେ ଏହି ସ୍ଥାନର ତାପମାତ୍ରା ୫୬.୭ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଥିଲା। ସେହିପରି ୨୦୧୩ ମସିହାରେ ଏହି ସ୍ଥାନର ତାପମାତ୍ରା ୫୪ ଡିଗ୍ରୀ ପର୍ଯ୍ୟନ୍ତ ରେକର୍ଡ କରାଯାଇଥିଲା।
ଏହାର ନାଁ ହେଲା `ଡେଥ ଭ୍ୟାଲୀ' ମାନେ `ମୃତ୍ୟୁ ଉପତ୍ୟକା'। ଏହି ଉପତ୍ୟକା କେତେ ଗରମ ଚାଲନ୍ତୁ ଜାଣିବା ଏହି ସ୍ଥାନରେ କିପରି ରହୁଛନ୍ତି ଲୋକ ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏଠାରେ ଯିଏ କିଛି ମିନିଟ ରହିବ ତାହେଲେ ନିଶ୍ଚିତ ଆପଣଙ୍କୁ ନିଜ ଶରୀରରେ ପାଣି ଢାଳିବାକୁ ପଡ଼ିବ। ଏତେ ଗରମ ଯେ, ଯୋତାର ସୋଲ୍ ମଧ୍ୟ ତରଳିଯାଏ। ସକାଳ ୧୦ଟା ବାଜିବା ମାତ୍ରେ ବାହାରକୁ ବାହାରିବା ମନା। ଏହାବ୍ୟତୀତ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ୧୦୦୦ ବର୍ଷ ପୂର୍ବରୁ ଏହି `ଡେଥ ଭ୍ୟାଲି' ରେ ଆମେରିକାର ତିମ୍ବିଶା ଜନଜାତି ସମ୍ପ୍ରଦାୟର ଲୋକେ ବସବାସ କରୁଥିଲେ। ଏମାନେ ପ୍ରାୟ ୧୦୦୦ବର୍ଷ ହେଲା ଏହିସ୍ଥାନରେ ରହୁଛନ୍ତି। ଏହି `ମୃତ୍ୟୁ ଉପତ୍ୟକା' ସମୁଦ୍ର ପତ୍ତନ ଠାରୁ ୮୬ ମିଟର ନିମ୍ନରେ ଅବସ୍ଥିତ। ଖରା ଦିନରେ ତାପାମାତ୍ରା ଅଧିକ ରହୁଥିବାବେଳେ ଶୀତଦିନେ ୦ ଡିଗ୍ରୀରୁ ବିଯୁକ୍ତ ଡିଗ୍ରୀ ତାପମାତ୍ରା ରହିଥାଏ।
ନ୍ୟାସନାଲ ପାର୍କ ସର୍ଭିସ ରିପୋର୍ଟ ମୁତାବକ ତିମ୍ବିଶା ଜନଜାତି ସମ୍ପ୍ରଦାୟ ଲୋକ ଜାଣିଥାନ୍ତି ଯେ, ଶୀତଦିନେ ପାଣି ସ୍ରୋତ କେଉଁଠାରେ ମିଳ। ସେମାନେ ଜନଜାତି ସମ୍ପ୍ରଦାୟର ହୋଇଥିବାରୁ ଗଛପତ୍ର ଆଦି ଖାଇଥାଆନ୍ତି। ତେବେ କେଉଁ ସ୍ଥାନରେ ସେମାନଙ୍କର ଖାଦ୍ୟ ସାମଗ୍ରୀ ମିଳେ ସେମାନେ ଜାଣିଥାଆନ୍ତି। ଏହି ମୃତ୍ୟୁ ଉପତ୍ୟକାରେ ଲୋକେ ବସବାସ କରି ଜାଣିସାରିଲେଣି ଯେ, ଜୀବିକା କିପରି ନିର୍ବାହ କରିବେ।
ଅଧିକ ପଢ଼ନ୍ତୁ ବିଦେଶ ଖବର