ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ନିର୍ବାଚନ ପୂର୍ବରୁ ଆକ୍ଟିଭ ମୋଡ଼ରେ କଂଗ୍ରେସ । ଆଜି ଓଡିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଦିନ ୧୧ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ଏହାପରେ ହେଲିକପ୍ଟରରେ ସତ୍ୟଭାମାପୁର ଯିବେ । ସେଠାରେ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହାପରେ ସାଲେପୁର ଯାଇ ଜନସଭାକୁ ସମ୍ବୋଧିତ କରିବେ । ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ତାର ମୁଦ୍ଦାକୁ ନେଇ ଭୋଟରଙ୍କ ପାଖରେ ପହଞ୍ଚୁଛି। କିଏ ଜିତିବ କିଏ ହାରିବ ତାହା ତ ସମୟ କହିବ, କିନ୍ତୁ କଂଗ୍ରେସ ବର୍ତ୍ତମାନ ଆକ୍ଟିଭ ମୋଡରେ ରହିଛି।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧି। ମେ’ ୧୫ ରେ ବଲାଙ୍ଗିର ଜନସଭାରେ ଯୋଗ ଦେଇ ରାହୁଲ ସମ୍ବୋଧନ କରିବେ ଓ ସେଠାରୁ ବାଇକ ରାଲି ସହ ସବୁଠି ପ୍ରଚାର କରି ଭୋଟ ମାଗିବେ । ରାହୁଲଙ୍କ ଏହି ଗସ୍ତ ନେଇ ବଲାଙ୍ଗିର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି । ଆସନ୍ତା ମେ’ ୧୫ ତାରିଖରେ ଓଡିଶାରେ କେନ୍ଦ୍ରୀୟ ନେତାଙ୍କ ପଡିବ ଡେରା । ବିଜେପିରୁ ହେବିୱେଟ ନେତା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସୁଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କ ଲାଗି ରାହୁଲ ଗାନ୍ଧି ଭୋଟ ପ୍ରଚାର କରିବାକୁ ଆସୁଛନ୍ତି । ଆଗାମୀ ୧୫ ତାରିଖରେ ଜନସାଧାରଣଙ୍କ ପାଖରେ ସେ କଣ ଅଭିଭାଷଣ ରଖିବେ ତାହାକୁ କଂଗ୍ରେସ ନେତା ଏବଂ କର୍ମୀ ଅପେକ୍ଷା କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: