ଅଧିକ ପଢନ୍ତୁ : କେଜ୍ରିୱାଲଙ୍କ ଜାମିନ ଖାରଜ
ସେପଟେ ଜେଲରେ ଥିବା ଅବସ୍ଥାରେ କେଜ୍ରିୱାଲଙ୍କ ଦେହ ଖରାପ ହୋଇଥିବା ମଧ୍ୟ ସୂଚନା ମିଳିଥିଲା । ସେ ମଧୁମେହ ରୋଗରେ ଆକ୍ରାନ୍ତ ଥିବାବେଳେ ଜେଲରେ ଇନସୁଲିନ ନେଉଥିବା ଜେଲ କର୍ତ୍ତୃପକ୍ଷଙ୍କ ପାଖରୁ ସୂଚନା ମିଳିଥିଲା ।
ଅର୍ଗସ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ । କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ । ନିର୍ବାଚନକୁ ଆଖି ଆଗରେ ରଖି ଜାମିନ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଜୁନ୍ ୧ ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ । ଜୁନ ୨ରେ କୋର୍ଟରେ ହାଜିର ହେବେ କେଜ୍ରିୱାଲ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତ ୨୧ ମାର୍ଚ୍ଚରେ କେଜ୍ରିୱାଲଙ୍କୁ ଗିରଫ କରାଯାଇଥିଲା । ଏହାପରେ ତାଙ୍କୁ ତାଙ୍କ ଗିରଫଦାରିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ଖାରଜ କରିଥିଲା ଦିଲ୍ଲୀ ହାଇକୋର୍ଟ । ଇଡି ପାଖରେ ଯଥେଷ୍ଟ ପ୍ରମାଣ ଥିବାରୁ ତାଙ୍କୁ ଗିରଫ କରାଯାଇଥିବା ଇଡି ପକ୍ଷରୁ କୁହାଯାଇଥିଲା ।
ଅଧିକ ପଢନ୍ତୁ : କେଜ୍ରିୱାଲଙ୍କ ଜାମିନ ଖାରଜ
ସେପଟେ ଜେଲରେ ଥିବା ଅବସ୍ଥାରେ କେଜ୍ରିୱାଲଙ୍କ ଦେହ ଖରାପ ହୋଇଥିବା ମଧ୍ୟ ସୂଚନା ମିଳିଥିଲା । ସେ ମଧୁମେହ ରୋଗରେ ଆକ୍ରାନ୍ତ ଥିବାବେଳେ ଜେଲରେ ଇନସୁଲିନ ନେଉଥିବା ଜେଲ କର୍ତ୍ତୃପକ୍ଷଙ୍କ ପାଖରୁ ସୂଚନା ମିଳିଥିଲା ।
ବୌଦ୍ଧ : ଭୋଟ୍ ବିବାଦ । ପୋଲିସ ଜନତା ମୁହାଁମୁହିଁ । ବୌଦ୍ଧ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବରପିଣ୍ଡାରେ ପୋଲିସର ବର୍ବର ଗୁଳି ଚାଳନା । ଗାଁ ଲୋକ କଲେ ପୋଲିସ ଉପରକୁ ପଥରମାଡ଼ । ଜଣେ ମହିଳା ପୋଲିସ କର୍ମଚାରୀ ଆହତ ସୂଚନା । evm ମେସିନ ନେଲାବେଳେ ମହିଳା ଓ ଭୋଟରଙ୍କୁ ପୋଲିସର ଲାଠିଚାର୍ଜ ।
ଅଧିକ ପଢନ୍ତୁ : ବିଜେପି କର୍ମୀଙ୍କୁ ଦୁର୍ବୃତ୍ତଙ୍କ ଭୁଜାଲିରେ ହତ୍ୟା
ଭୋଟ୍ ଦେବାକୁ ସୁଯୋଗ ନମିଳିବାରୁ ତାତିଲେ ଲୋକେ । ପୂର୍ବରୁ ବୌଦ୍ଧ ୫୭ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ ସ୍ଥାନୀୟ ଲୋକେ ।
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍ନ ୮.୩୦ ମିନିଟ ସମୟରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ମେ' ୨୨ ତାରିଖ ସୁଦ୍ଧା ଏହା ପଶ୍ଚିମବଙ୍ଗଗ ଦିଗକୁ ଗତି କରି କେନ୍ଦ୍ରୀଭୂତ ହେବାର ସମ୍ଭାବନା ରହିଛି । ମେ' ୨୪ ତାରିଖରେ ଏହା ବଙ୍ଗୋପ ସାଗରର କେନ୍ଦ୍ରୀୟ ଇଲାକାରେ ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ।
ମେ' ୨୩ ତାରିଖ ସକାଳୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଖପାଖ ଅଞ୍ଚଳକୁ ବିସ୍ତାର କରିବ । ମେ' ୨୪ ତାରିଖ ବେଳକୁ ପବନର ବେଗ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି। ଏସବୁକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଏଥିରେ କୁହାଯାଇଛି କି, ଏହି ସମୟରେ ମତ୍ସଜୀବୀମାନଙ୍କୁ ସମଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଏହାସହ ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରିବାକୁ ଯାଉଛନ୍ତି ସେମାନେ ଯଥାଶୀଘ୍ର ସ୍ଥଳଭାଗକୁ ଫେରିଆସିବାକୁ ପରାମର୍ଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର