ଇଡିର ଅଭିଯୋଗ ମଦ ନୀତି ଲାଗୁ କରିବାରେ ବ୍ୟାପକ ଦୁର୍ନୀତି ହୋଇଛି। ଅଭିଯୋଗକୁ ଖଣ୍ଡନ କରୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଦିଲ୍ଲୀ ମଦ ନୀତି ମାମଲା। କୋର୍ଟରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ଭିଡିଓ କନଫରେନ୍ସ ଜରିଆରେ ରାଉଜ ଏଭିନ୍ୟୁ କୋର୍ଟରେ ହାଜର ହେବେ।
ଇଡିର ଅଭିଯୋଗ ମଦ ନୀତି ଲାଗୁ କରିବାରେ ବ୍ୟାପକ ଦୁର୍ନୀତି ହୋଇଛି। ଅଭିଯୋଗକୁ ଖଣ୍ଡନ କରୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।
ଅଧିକ ପଢ଼ନ୍ତୁ ଭାରତ ଖବର
ମୟୂରଭଞ୍ଜ: ନିର୍ବାଚନ ବେଳେ ଆଦର୍ଶ ଆଚରଣ ବିଧିକୁ ଫୁ। କେବେ ନିଆଯିବ କାର୍ଯ୍ୟାନୁଷ୍ଠାନ ? ନିୟମର ଖୁଲମଖୁଲା ଉଲ୍ଲଘଂନ କରୁଛନ୍ତି ମିଶନ ଶକ୍ତି କର୍ମକର୍ତ୍ତା, ଆଶା ଓ ଅଙ୍ଗନବାଡ଼ି କର୍ମୀ। ମିଶନ ଶକ୍ତିର ପୂର୍ବତନ ସଚିବ ସୁଜାତା କାର୍ତ୍ତିକେୟନ ଏପରି କାର୍ଯ୍ୟ କରିବାକୁ ଦେଇଥିଲେ କି ନିର୍ଦ୍ଦେଶ ? ମୟୂରଭଞ୍ଜ ଜିଲ୍ଲା ମିଶନ ଶକ୍ତି ସଭାନେତ୍ରୀ ବିଷ୍ଣୁପ୍ରିୟା ଦାସ ଆଚରଣ ବିଧି ଉଲଂଘନ କରି ବିଜେଡି ପାଇଁ ନିର୍ବାଚନ ପ୍ରଚାର କରୁଥିବା ବିଜେପି ଅଭିଯୋଗ କରିଛି।
ମୋରଡ଼ା ବିଜେଡି ପ୍ରାର୍ଥୀ ପ୍ରୀତିନନ୍ଦା କାନୁନ୍ଗୋଙ୍କ ପାଇଁ ସେ ପ୍ରଚାର କରୁଥିବା ଅଭିଯୋଗ ହୋଇଛି । ଏପରିକି ବିଷ୍ଣୁପ୍ରିୟା ଏକ ଭିଡିଓ ଜାରି କରି ମିଶନ ଶକ୍ତି ମହିଳାଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଅପିଲ କରିଥିବା ଭିଡିଓ ଭାଇରାଲ ହେଉଛି । ଏଥିସହ ବିଜେଡି ବିଧାୟକ ରାଜକିଶୋର ଦାସ ଓ ତାଙ୍କ ପତ୍ନୀ ତଥା ବିଜେଡି ପ୍ରାର୍ଥୀ ଶ୍ରୀମତୀ କାନୁନ୍ଗୋଙ୍କ ସହ ପ୍ରଚାର କରିଛନ୍ତି। ଏନେଇ ବିଜେପି ବିଧାୟକ ପ୍ରାର୍ଥୀ ଡ.କୃଷ୍ଣଚନ୍ଦ୍ର ମହାପାତ୍ର ଓ ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ରାଜଧାନୀରେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ । ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଭରତପୁର ଥାନା ଅଧୀନ ଏକ ବସ୍ତିରେ ଘଟିଛି ଘଟଣା । ମୃତ ଯୁବତୀ ହେଲେ ବିଷ୍ଣୁପ୍ରିୟା ରାଉତ । ଅନ୍ୟ ଜଣେ ଯୁବତୀଙ୍କ ସହ ଭଡାରେ ରହୁଥିଲେ । ଗତ ଗୁରୁବାର ଦିନ ବିଷ୍ଣୁପ୍ରିୟାଙ୍କ ମୃତ୍ୟୁ ହୋଇଥିଲା ବେଳେ ଗତକାଲି ରାତିରେ ମୃତଦେହ ଠାବ ହୋଇଛି । ବିଷ୍ଣୁପ୍ରିୟାଙ୍କ ସହ ରହୁଥିବା ଯୁବତୀ ଫେରାର ଅଭିଯୋଗ । ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କଲେ ପରିବାର ଲୋକ । ସାଇଣ୍ଟିଫିକ ଜରିଆରେ ତଦନ୍ତ କରୁଛି ଭରତପୁର ଥାନା ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ : ବ୍ରାଜିଲରେ ବର୍ଷା ବିତ୍ପାତ । ଲଗାଣ ବର୍ଷା ପରେ ସେଠାରେ ପ୍ରବଳ ବନ୍ୟା ହୋଇଛି । ଦକ୍ଷିଣ ବ୍ରାଜିଲରେ ୩୭ଜଣଙ୍କର ମୃତ୍ୟୁ ହେବା ସହ ୭୦ଜଣ ନିଖୋଜ ହୋଇଯାଇଛନ୍ତି । ୨୩ ହଜାରରୁ ଅଧିକ ଲୋକ ବାସହରା ହୋଇଯାଇଛନ୍ତି । ଏବେ ବି ଅନେକ ଲୋକ ପାଣିଘେରରେ ଫସି ରହିଛନ୍ତି ।
ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଅପରେସନ ଚାଲିଛି । ପ୍ରବଳ ବର୍ଷା ପରେ ଅନେକ ସହର ଜଳାର୍ଣ୍ଣବ ହୋଇଯାଇଛି । ରାସ୍ତା ଉପରେ ଚାଲୁଛି ପାଣି । ଅନେକ ସ୍ଥାନରେ ବ୍ରିଜ ଭାଙ୍ଗିଯାଇଛି । ଏଥିସହ କାଦୁଅ ଧସି ଗୋଟିଏ ଡ୍ୟାମ୍ କ୍ଷତିଗ୍ରସ୍ତ ହେବା ସହ ଏହା ଭୁଶୁଡି ପଡିବାର ଆଶଙ୍କା ରହିଛି । ଏଥିଯୋଗୁ ଡ୍ୟାମ ନିକଟରେ ରହିଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅଧିକ ପଢନ୍ତୁ ଭାରତ ଖବର