ଅର୍ଗସ ବ୍ୟୁରୋ : ଓଡ଼ିଶା ସରକାର ପ୍ରକୃତରେ ଚାହୁଁଛି କଣ ? କାହିଁକି ବାରମ୍ବାର ଓଡ଼ିଆଙ୍କ ଭାଗାବେଗ ସହ ଖେଳୁଛି ଖେଳ ? ନିଜର ଅପାରଗତା ପାଇଁ ବିପଦରେ ମଠ ଓ ମନ୍ଦିର ରହିଛି । ଯଦି ସ୍ଵାଭିମାନୀ ଓଡ଼ିଆଟିଏ ଓଡ଼ିଆଙ୍କ ଅସ୍ମିତା ଲାଗି ଲଢେଇ କରୁଛି ତାହାଲେ ତାଙ୍କ କାମକୁ ନେଇ ପ୍ରଶ୍ନ କରାଯାଉଛି । ଏ ସରକାର ମନେ ରଖିବା ଦରକାର, ଜଗନ୍ନାଥ ପ୍ରକଳ୍ପ ଲାଗି ଧର୍ମେନ୍ଦ୍ର ନିଜ ବ୍ୟକ୍ତିଗତ ଦରମାରୁ ୧ ଲକ୍ଷ ଟଙ୍କା ଦେଇଛନ୍ତି । ଚୋରି ମୂର୍ତ୍ତିକୁ ଫେରାଇ ଆଣିଛନ୍ତି, ପାଇକ ସ୍ମାରକୀ ପାଇଁ ଅନୁଦାନ କରାଇଛନ୍ତି । ଆଉ ରାଜ୍ୟ ସରକାର କରିଛନ୍ତି କଣ ?
ମନ୍ଦିର ପାର୍ଶ୍ଵବର୍ତ୍ତୀ ଅଂଚଳକୁ ସୁନ୍ଦର କରିବା ବୋଲି କଣ ମଠ ଭାଙ୍ଗିଦେବା ? ଆମ ଇତିହାସ ଆମ ପାଇଁ ଗର୍ବ । ସାଢେ ଚାରିକୋଟି ଓଡ଼ିଆଙ୍କ ପ୍ରାଣର କେନ୍ଦ୍ର ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ କରିବାକୁ ଏ ସରକାର ପ୍ଲାନ୍ କରିଥିଲା । ମନ ସେତିକିରେ ଶାନ୍ତି ହେଲାନି ଯେ ରତ୍ନଭଣ୍ଡାରର ଚାବି ହଜାଇଲା, ୧୩୦୦ ଶତାବ୍ଦୀର ସିଂହ ମୂର୍ତ୍ତିକୁ ବାହାର ଅଳିଆ ଗଦାରେ ପକାଇଦେଲା । କଥାରେ ଅଛି ଗାଁ ପରିବେଶ ଧୋବା ତୁଠରୁ...ଠିକ୍ ସେମିତି ମଠ, ମନ୍ଦିର ଓ ପରମ୍ପରା ଲାଗି ଆମ ରାଜ୍ୟ ସୁନ୍ଦର । ଆମେ ବିକାଶକୁ ଆଦୌ ବିରୋଧ କରୁନୁ କି ବାଟ ଓଗାଳୁନୁ...କେବଳ ଯାହା ପ୍ରଶ୍ନ କରୁଛୁ , ଘର ସୁନ୍ଦର କରିବାକୁ ପିତୃପୁରୁଷଙ୍କ ଫଟୋ ଆମେ ଫୋପାଡି ଦେବା କି ? ଠିକ୍ ସେହିପରି ଏ ସରକାର ଯେମିତି ଭାବରେ ଓଡ଼ିଆ ଅସ୍ମିତା ସହ ସାଙ୍ଘାତିକ ଖେଳ ଖେଳୁଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ, ଓଡ଼ିଆଙ୍କ ଲାଗି ଆଦୌ ଚିନ୍ତିତ ନୁହେଁ ବିଜେଡି ସରକାର ।
ମନେଥିବ ସେ ଦିନର କଥା । ଯେତେବେଳେ ନଅଁକ ଦୁର୍ବିକ୍ଷ ହୋଇଥିଲା ସେତେବେଳେ ଏଇ ଓଡ଼ିଆ ଜନତା କହିଥିଲେ, ଆମେ ଭୋକରେ ମରୁ ପଛେ ଜଗାର ଭୋଗ ବନ୍ଦ ନହେଉ । ହେଲେ ଏ ସରକାର କ'ଣ କରୁଛି ? କେବଳ ଓଡ଼ିଆଙ୍କ ଅସ୍ମିତାକୁ ନଷ୍ଟ କରୁଛି । ଏଠାରେ କହିରଖୁଛୁ କି, କେବଳ ଜଗନ୍ନାଥ ମନ୍ଦିର ନୁହେଁ ବରଂ ଲିଙ୍ଗରାଜ ମନ୍ଦିରର ବି ଐତିହ୍ୟକୁ ବିପଦରେ ପକାଇବାକୁ ସେ ପଛାଇଲେନି । ଶୁକସାରି ମନ୍ଦିର ପାଖରୁ ସପ୍ତମ ଶତାବ୍ଦୀର ଗୋଟିଏ ଦେବୀ ପ୍ରତିମା ମିଳିଲା, ହେଲେ ସେ ପ୍ରତିମା କୁଆଡ଼େ ଗଲା ବୋଲି ପ୍ରଶ୍ନ କଲେ ସରକାର କହୁଛି ବିରୋଧୀ ।
ଖାଲି ଏତିକି ନୁହେଁ ବରଂ ଯାଜପୁର ପାରାଭାଡି ପାହାଡରେ ଅଷ୍ଟମ ଶତାବ୍ଦୀର ବୌଦ୍ଧ ସ୍ତୁପକୁ ଭାଙ୍ଗି ଚୁରମାର କରି OMC ଖଣି ଖୋଳେଇଛନ୍ତି । ବିକାଶ ବହୁତ ଜରୁରୀ, ହେଲେ ବିକାଶ ଆମ ଇତିହାସ ବା ସଂସ୍କୃତିକୁ ବର୍ବାଦ କରି ହିଁ ଆସିବ ? ଯେଉଁ ପରମ୍ପରାର କଥା କହୁଛନ୍ତି ରାଜ୍ୟ ସରକାର ତାଙ୍କର ମନେ ରଖିବା ଦରକାର, ବରୁଣେଇ ପାହାଡ ତଳେ ବକ୍ସି ଜଗବନ୍ଧୁଙ୍କ ଗୋଟିଏ ସ୍ମାରକୀ ନିର୍ମାଣ ପାଇଁ ୨୦୦ କୋଟିର ପାଣ୍ଠି କେନ୍ଦ୍ରରୁ ଆସିଥିଲା, ହେଲେ ବିଭିନ୍ନ ବାହାନ ଦେଖାଇ ସରକାର କଲେନି ।
କଥା ହେଲା, କିଛି ଓଡ଼ିଆ ଲୋକ ନିଜର ବାହାଦୁରୀ ଦେଖାଇବା ପାଇଁ ମନ୍ଦିରକୁ ଫାଇଭଷ୍ଟାର ହୋଟେଲ ପରି ଗଢି ତୋଳି ବାଃ ବାଃ ନେବାରେ ବ୍ୟସ୍ତ । ଆଜି ଜଗନ୍ନାଥ ମନ୍ଦିରର ବାହାରେ ଅନେକ କାମ ହୋଇଛି ସତ କିନ୍ତୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ବୁଢାବୁଢ଼ୀ ହନ୍ତସନ୍ତ ହେଉଛନ୍ତି । ବଡ଼ବଡ଼ିଆ ଲୋକ ଆସିଲେ ତାଙ୍କୁ ନେଇ ବେଢା ପରିକ୍ରମା କରୁଛନ୍ତି ହେଲେ ଗରିବଙ୍କ କଥା ଭୁଲିଯାଉଛନ୍ତି । ଏମିତି ଜାତୀୟ ସ୍ତରର ସାମ୍ବାଦିକଙ୍କୁ ଅଧ ରାତିରେ ମନ୍ଦିର ବୁଲାଉଛନ୍ତି ବାବୁ ।
ଖାଲି ଏତିକି ନୁହେଁ ବରଂ ବିଜେଡି କହୁଛି ଜଗନ୍ନାଥ ମନ୍ଦିରର ବିକାଶ ସେମାନେ କରୁଛନ୍ତି । ହେଲେ କେମିତି ଜଗନ୍ନାଥଙ୍କ ମୂର୍ତ୍ତି ବାହାରେ ପକାଉଛନ୍ତି ସେ ଦୃଶ୍ୟ ବି ଆମେ ଦେଖିଛେ । ମୋଟ୍ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ କଟାକ୍ଷ ତାଙ୍କ ମନର କ୍ଷୋଭକୁ ଦର୍ଶାଉଛି । ଆଜି ଓଡିଶାରେ ଓଡ଼ିଆ ଠାକୁର ଅବହେଳିତ. ଓଡ଼ିଆ ମଳିମୁଣ୍ଡିଆ ଭକ୍ତ ଠାକୁର ଦର୍ଶନରୁ ବଂଚିତ. ହେଲେ instagram ଓ ବାହାର ଖବରକାଗଜରେ ଆଜି ମନ୍ଦିର ରୂପାନ୍ତରିତ..