ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଜାମ୍ମୁ କାଶ୍ମୀର ପୁଞ୍ଚ୍ରେ IAF କନ୍ଭଏ ଉପରେ ଆତଙ୍କବାଦୀ ହମଲା ହୋଇଛି। ଆତଙ୍କୀ ହମ୍ଲାରେ ଯବାନ ଗୁରୁତର ହୋଇଥିବା ସୂଚନା ରହିଛି।ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ୍ ପକ୍ଷରୁ କର୍ଡନ କରି ଜୋରଦାର ତଲାସୀ। ଏହି ଆକ୍ରମଣରେ ଅନେକ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣ ସୁରନକୋଟର ସନାଇ ଗାଁରେ ହୋଇଛି । ଭାରତୀୟ ସେନା ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଭୁବନେଶ୍ୱର: ଆସିଲା ଏଡିଆର୍ ରିପୋର୍ଟ । ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩୮୩ ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩୮୧ ଜଣ ବିଧାୟକ ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣ କରିଛି ADR ଓ ଓଡ଼ିଶା ଇଲେକ୍ସନ ୱାଚ୍ । ବିଶ୍ଳେଷଣ ହୋଇଥିବା ୩୮୧ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୦ ଜଣ ଅର୍ଥାତ୍ ୨୬%ଙ୍କ ନାମରେ ରହିଛି ଅପରାଧିକ ମାମଲା ।
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୩୩% ବିଧାୟକ ପ୍ରାର୍ଥୀ କୋଟିପତି
୮୬ ଜଣଙ୍କ ନାମରେ ରହିଛି ଗୁରୁତର ଅପରାଧ ମାମଲା । ୪ ଜଣଙ୍କ ନାମରେ ହତ୍ୟା ମାମଲା ରହିଛି । ୨୬ ଜଣଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ଥିବାବେଳେ ୨୮ ଜଣଙ୍କ ନାମରେ ମହିଳା ବିରୋଧୀ ମାମଲା ଅଛି । ଏମିତିକି ଜଣଙ୍କ ନାମରେ ଧର୍ଷଣ ମାମଲା ବି ଅଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ । ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୫ଟି ସଂସଦୀୟ କ୍ଷେତ୍ରର ୩୫ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ । ଏଠି ମୋଟ ଭୋଟର ସଂଖ୍ୟା ୭୯ ଲକ୍ଷ ୬୯ ହଜାର ୮୮୭ । ମହିଳା ଭୋଟରଙ୍କ ସଂଖ୍ୟା ୩୯ ଲକ୍ଷ ୪୫ ହଜାର । ପୁରୁଷ ଭୋଟର ୪୦ ଲକ୍ଷ ୩୩ ହଜାର ୯୯୨ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ସ୍ଥାନରେ ୯୧୬୨ଟି ମତଦାନ କେନ୍ଦ୍ର ରହିବ । ୧୦୪୧ଟି ବୁଥ ମହିଳା ପୁଲିଂ କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହେବ । ୨୫ ଟି ବୁଥ pwd କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହେବ । ୧୫୪୧ ଆଦର୍ଶ ବୁଥ ରହିବ । ୨୦ ପ୍ରତିଶତ ସମ୍ବେଦନଶୀଳ ବୁଥ ରହିଛି । ଏହିଠାରେ ୧୦୨ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ । ୫ ସଂସଦୀୟ କ୍ଷେତ୍ରରେ ୪୦ ଜଣ ପ୍ରାଥି ରହିଛନ୍ତି । ଲାଇଭ ଷ୍ଟ୍ରିମିଙ୍ଗ ୬୦ ପ୍ରତିଶତ ବୁଥ ରେ ହେବ ।
ଅର୍ଗସ ବ୍ୟୁରୋ : ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଗତ ସୋମବାର ସ୍ବାତୀ ମାଲିଓ୍ବାଲଙ୍କ ଉପରେ ଦୁର୍ବ୍ୟବହାର ହୋଇଥିଲା । ଏନେଇ ସେ ଦିଲ୍ଲୀ ପୋଲିସକୁ ଫୋନ କରି ଜଣାଇଥିଲେ । ଏ ସମ୍ପର୍କରେ ସେ ଥାନାରେ ଏତଲା ଦେଇଥିଲେ ।
ସ୍ୱାତି ମାଲିୱାଲଙ୍କ ଅଭିଯୋଗର ଦୁଇ ଦିନ ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏତଲାରେ ମାଲିୱାଲ ଅଭିଯୋଗ କରିଥିଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ଘରକୁ ମେ ୧୩ ତାରିଖରେ ଯାଇଥିବା ବେଳେ ସେଠାରେ ବିଭବ କୁମାର ଚାପୁଡା ମାରିଥିଲେ । ଏପରିକି ତାଙ୍କ ଛାତି ଓ ପେଟକୁ ଗୋଇଠା ମାରି ଆହତ କରିଥିବା ଏତଲାରେ ଉଲ୍ଲେଖ ରହିଛି ।
ଅଧିକ ପଢନ୍ତୁ ଭାରତ ଖବର
ପୋଲିସ ଏକ ମାମଲା ରୁଜୁ କରି ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ସ୍ୱାତି ମାଲିୱାଲଙ୍କୁ ନେଇ କ୍ରାଇମ ସିନର ରିକ୍ରିଏସନ କରିଥିଲା । ଏହାପରେ ତିସହଜାରୀ କୋର୍ଟରେ ମାଜିଷ୍ଟ୍ରେଟଙ୍କ ଆଗରେ ମାଲିୱାଲଙ୍କ ବୟାନ ରେକର୍ଡ କରାଯାଇଥିଲା । ଅନ୍ୟପଟେ ବିଭବ କୁମାର କାଉଁଟର ଅଭିଯୋଗ ଆଣି ସିଭିଲ ଲାଇନ ପୋଲିସ ଷ୍ଟେସନରେ ଏତଲା ଦେଇଛନ୍ତି । ସ୍ୱାତି ମାଲିୱାଲ ବଳପୂର୍ବକ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ।