ଭୁବନେଶ୍ଵରରେ ରୋଡ୍ ସୋ’ ସହ କନ୍ଧମାଳ, ବରଗଡ଼ ଓ ବଲାଙ୍ଗିରରେ ସଭାସ୍ଥଳକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା ପାଇଁ ଗୁଇନ୍ଦା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଦିଆଯାଇଛି।
ଅଧିକ ପଢ଼ନ୍ତୁ ରାଜନୀତି ଖବର
ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ଦୃଷ୍ଟିରୁ ଡ୍ରୋନ୍ ଉଡ଼ାଣ ମନା କରାଯାଇଛି। ନୋ ଫ୍ଲାଇଂ ଜୋନ୍ ସହ ଡ୍ରୋନ୍ ଉଡ଼ାଣ ବାରଣ ପାଇଁ କଡ଼ା ନିର୍ଦ୍ଦେଶ ରହିଛି। ଆସନ୍ତା 10 ଓ 11 ତାରିଖରେ 2 ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ।
ଭୁବନେଶ୍ଵରରେ ରୋଡ୍ ସୋ’ ସହ କନ୍ଧମାଳ, ବରଗଡ଼ ଓ ବଲାଙ୍ଗିରରେ ସଭାସ୍ଥଳକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା ପାଇଁ ଗୁଇନ୍ଦା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଦିଆଯାଇଛି।
ଅଧିକ ପଢ଼ନ୍ତୁ ରାଜନୀତି ଖବର
ନୂଆଦିଲ୍ଲୀ : ସାଢେ ୬କୋଟି ଲୋକଙ୍କ ପାଇଁ ଗୁଡ ନ୍ୟୁଜ୍। ଟଙ୍କା ଉଠାଇବା ପ୍ରକ୍ରିୟା ଆହୁରି ସହଜ କରିଛି EPFO । EPFO ଅଟୋ ମୋଡ ସେଟେଲମେଣ୍ଟ ଆରମ୍ଭ କରିଛି। ଏଥିରେ ୬କୋଟି ରୁ ଅଧିକ ପିଏଫ ମେମ୍ବରଙ୍କୁ ଲାଭ ମିଳିବ। ହେବ। ଏହା ଏପରି ଏକ ସୁବିଧା ଯାହା ଏମରଜେନ୍ସିରେ ପିଏଫ ସଦସ୍ୟଙ୍କ ଫଣ୍ଡ ପ୍ରୋଭାଇଡ୍ କରିଥାଏ। ଏହା ଅଧୀନରେ, 3 ଦିନ ମଧ୍ୟରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଦିଆଯିବ। ଅଟୋ-ମୋଡ ସେଟେଲମେଣ୍ଟ ଅନୁସାରେ ଏମରଜେନ୍ସି ସମୟରେ କର୍ମଚାରୀ ନିଜ EPFO ରୁ ଆଡଭାନ୍ସ ଟଙ୍କା ଉଠାଇପାରିବେ। EPFO କିଛି ପ୍ରକାର ଏମରଜେନ୍ସି ପାଇଁ ନିଜ ସବସ୍କ୍ରାଇବର୍ସଙ୍କୁ ଫଣ୍ଡରୁ ଟଙ୍କା ଉଠାଇବାର ସୁବିଧା ଦେଇଥାଏ। ଏଥିରେ ଇମୋରଜେନ୍ସି ରୋଗର ଚିକିତ୍ସା, ଏଜୁକେଶନ, ବିବାହ, ଘର କିଣିବା ପାଇଁ ମଧ୍ୟ EPFO ରୁ ଟଙ୍କା ଉଠାଇପାରିବେ। ଏହା ବ୍ୟତିତ ଯେକୌଣସି ଏକ ଏମରଜେନ୍ସି ପାଇଁ ଆପଣ ପିଏଫ ଆକାଉଣ୍ଟରୁ ଆଡଭାନ୍ସ ଉଠାଇପାରିବେ।
ଅଟୋ ମୋଡ୍ ସିଷ୍ଟମ୍ ମାଧ୍ୟମରେ ହେବ କ୍ଲେମ ସେଟଲମେଣ୍ଟ
ଏମରଜେନ୍ସି ରେ ଏହି ଫଣ୍ଡର କ୍ଲେମ ସେଟଲମେଣ୍ଟ ପାଇଁ ଅଟୋ ମୋଡର ଆରମ୍ଭ ଅପ୍ରେଲ ୨୦୨୦ରେ ହୋଇଯାଇଥିଲା। କିନ୍ତୁ ସେତେବେଳେ କେବଳ ରୋଗ ବ୍ୟାଧି ସମୟରେ ଟଙ୍କା ଉଠାଇବାର ସୁବିଧା ଥିଲା । ହେଲେ ବର୍ତ୍ତମାନ ଏହାର ନିୟମରେ ବିସ୍ତାର କରାଯାଇଛି । ଅସୁସ୍ଥତା, ଶିକ୍ଷା, ବିବାହ ଏବଂ ଘର କିଣିବା ପାଇଁ ଆପଣ EPF ରୁ ଟଙ୍କା ମଧ୍ୟ ଉଠାଇ ପାରିବେ । ଏଥିସହିତ ବର୍ତ୍ତମାନ ସବସ୍କ୍ରାଇବର୍ସ ଭାଇ କିମ୍ବା ଉଉଣୀ ଙ୍କ ବିବାହ ପାଇଁ ଆଡଭାନ୍ସ ଫଣ୍ଡ ଉଠାଇପାରିବେ।
କେତେ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ ଫଣ୍ଡ
EPF ଆକାଉଣ୍ଟରୁ ଆଡଭାନ୍ସ ଫଣ୍ଡର ଲିମିଟ୍ ବଢାଇଦିଆଯାଇଛଇ। ପୂର୍ବରୁ ଏହି ଲିମିଟ୍ ୫୦,୦୦୦ ଟଙ୍କା ଥିଲା। ବର୍ତ୍ତମାନ ଏହା ଏକ ଲକ୍ଷ କରାଇ ଦିଆଯାଇଛି। ଆଡଭାନ୍ସ ବାହାର ର କାର୍ଯ୍ୟ ଅଟୋ ସେଟେଲମେଣ୍ଟ ମୋଡ କମ୍ପ୍ୟୁଟର ମାଧ୍ୟମରେ ଯିବ। ଏଥିରେ କାହାର ଆପ୍ରୁଭାଲ ର ଆବଶ୍ୟକତା ପଡିନଥାଏ। ଟଙ୍କା ତିନି ଦିନ ମଧ୍ୟରେ ଆପଣଙ୍କ ଆକାଉଣ୍ଟ ଆସିଯିବ। ଆପଣଙ୍କୁ କିଛି ଡକୁମେଣ୍ଟର ସମିଟ୍ କରିବାକୁ ଆବଶ୍ୟକତା ରହିଥାଏ। ଏହି ଡକ୍ୟୁମେଣ୍ଟରେ KYC, କ୍ଲେମ ରିକ୍ୟୁଏଷ୍ଟର ଏଲିଜିବିଲିଟି, ବ୍ୟାଙ୍କ ଆକାଉଣ୍ଟ ଡିଟେଲ ସାମିଲ ଅଛି।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଭୁବନେଶ୍ବରରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିଲେ ମୋଦି। ବିମାନବନ୍ଦରରେ ମୋଦିଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସନ୍ଧ୍ୟାରେ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେବେ।
ଦଳୀୟ ନେତାଙ୍କ ସହ କରିବେ ମାନସମନ୍ଥନ। ଦଳୀୟ ବୈଠକ ପରେ ରାଜଭବନରେ ରାତ୍ରୀଯାପନ କରିବେ ମୋଦି। ଆସନ୍ତାକାଲି ସକାଳେ ପୁରୀ ଯିବେ ପ୍ରଧାନମନ୍ତ୍ରୀ। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ମୋଦି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ସରଗରମ ହେଉଛି । ହାତରେ ଆଉ ଦିନ କେଇଟା ବାକି ଥିବା ବେଳେ, ପ୍ରଚାରକୁ ଜୋରଦାର କରୁଛନ୍ତି ୩ ପ୍ରମୁଖ ଦଳର ପ୍ରାର୍ଥୀ । ଭଦ୍ରକ ଜିଲ୍ଲାର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ହେଉଛି ଭଣ୍ଡାରିପୋଖରୀ । ଏହି ନିର୍ବାଚନ ମଣ୍ଡଳୀରେ ଏଥର ଜୋରଦାର ଟକ୍କର । ଏଥର ମାଟି ବନାମ ପ୍ରାର୍ଥୀର ଲଢେଇ । ବିଜେପି ପକ୍ଷରୁ ଏଥର ପ୍ରାର୍ଥୀ ହୋଇଛନ୍ତି- ମାଟିର ପୁଅ ଡକ୍ଟର ସୁଧାଂଶୁ ନାୟକ । ଜଣେ ନାଟ୍ୟକାର ଭାବେ ରାଜ୍ୟରେ ଜଣାଶୁଣା।
ସେହିପରି ଅନ୍ୟ ଏକ ପରିଚୟ ହେଉଛି ବନ୍ତ ଅଞ୍ଚଳରେ ଥିବା ଆଞ୍ଚଳିକ ମହାବିଦ୍ୟାଳୟରେ ଦୀର୍ଘ 30 ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଶିକ୍ଷାଦାନ ଦେଇ ଗୁରୁ ଭାବେ ସେ ବେଶ୍ ପରିଚିତ । ଭଣ୍ଡାରିପୋଖରୀରରେ ସବୁଠୁ ବଡ଼ ସମସ୍ୟା ହେଉଛି ବନ୍ୟା ସମସ୍ୟା । ଯାହାର ସମ୍ପୂର୍ଣ୍ଣ ସ୍ଥାୟୀ ସମାଧାନ କରିପାରିନାହାନ୍ତି ୨୪ ବର୍ଷର ସ୍ଥିର ବିଜେଡି ସରକାର । ସୁଧାଂଶୁ ବିଧାୟକ ହେଲେ ସେ ସମସ୍ୟାର ସମାଧାନ କରିବେ ବୋଲି ଦେଇଛନ୍ତି ପ୍ରତିଶ୍ରୁତି । ସୁଧାଂଶୁ ନାୟକ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ କରିବା ସହ ପଞ୍ଚାୟତ ସ୍ତରରେ ବୈଠକ କରି ଲୋକମାନଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଉଛନ୍ତି ।
ସେହିପରି କଂଗ୍ରେସ ଦଳର ହେଭିୱେଟ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଥର ଦ୍ବିତୀୟ ଥର ପାଇଁ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରୁ ଲଢୁଛନ୍ତି । ନିରଞ୍ଜନଙ୍କ ଘର କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳରେ । ଗତ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ନିରଞ୍ଜନ । ଏଥର ଜିଲ୍ଲାର ବିଭିନ୍ନ ସମସ୍ୟାକୁ ମୁଦ୍ଦା କରି ମଇଦାନକୁ ଓହ୍ଲାଇଛନ୍ତି ନିରଞ୍ଜନ ପଟ୍ଟନାୟକ ।
ସେହିପରି ଏଥର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ବିଜେଡି ତାର ପ୍ରାର୍ଥୀ ପରିବର୍ତ୍ତନ କରିଛି । ଦଳର ହେଭିୱେଟ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ବଦଳରେ ଭଦ୍ରକ ବିଧାୟକ ଥିବା ସଂଜୀବ ମଲ୍ଲିକଙ୍କୁ ଦଳ ଟିକେଟ ଦେଇଛି । ସଂଜୀବ କହିଛନ୍ତି, ଏ ଅଞ୍ଚଳରୁ ତାଙ୍କ ବାପା ପ୍ରଥମେ ବିଧାୟକ ହୋଇଥିଲେ । ଏ ମାଟି ତାଙ୍କ ପାଇଁ ନୂଆ ନୁହଁ । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟକୁ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ସଞ୍ଜୀବ । ବିଭିନ୍ନ ସ୍ଥାନରେ ରୋଡ଼ ସୋ କରିବା ସହ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ କରୁଛନ୍ତି ।
ଚଳିତ ନିର୍ବାଚନରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ସାଧାରଣ ଜନତା ମାଟିର ପୁଅକୁ ବାଛୁଛନ୍ତି ନା ଆଉ କାହାକୁ ବାଛୁଛନ୍ତି ତାହା ଦେଖିବାକୁ ବାକି ରହିଲା।
ଅଧିକ ପଢ଼ନ୍ତୁ ରାଜନୀତି ଖବର