ପିଏମ କିଷାନ ସମ୍ମାନ ଉତ୍ସବ କାର୍ଯ୍ୟକ୍ରମରେ ୩ ହଜାରରୁ ଅଧିକ ଚାଷୀ ଯୋଗଦେବେ। ଅପରାହ୍ନ ୪.୩୦ରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବ୍ଲକ ସ୍ତରରେ ଅନୁଷ୍ଠିତ ହେବ ପିଏମ୍ କିଷାନ ଉତ୍ସବ। ବରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ ଉପସ୍ଥିତ ରହିବେ । ପୁରୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କଟକରେ ସୁରେଶ ପୂଜାରୀ, ନୟାଗଡ଼ରେ ରବି ନାଏକ, କେନ୍ଦ୍ରପଡ଼ାରେ ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳରେ କୃଷ୍ଣଚନ୍ଦ୍ର ପାତ୍ର, ଖୋର୍ଦ୍ଧାରେ ପୃଥ୍ବୀରାଜ ହରିଚନ୍ଦନ, କୌଶଲ୍ୟାଗଙ୍ଗାରେ ମୁକେଶ ମହାଲିଙ୍ଗ, ଗଞ୍ଜାମରେ ବିଭୂତି ଭୂଷଣ ଜେନା, ଅନୁଗୁଳରେ କୃଷ୍ଣଚନ୍ଦ୍ର ମହାପାତ୍ର, ବଡ଼ଚଣାରେ ଗଣେଶ ରାମସିଂ ଖୁଣ୍ଟିଆ, ଭଦ୍ରକରେ ସୂର୍ଯ୍ୟବଂଶୀ ସୂରଜ, ଯାଜପୁରରେ ପ୍ରଦୀପ ବଳ ସାମନ୍ତ, ଭଞ୍ଜନଗରରେ ଗୋକୁଳାନନ୍ଦ ମଲ୍ଲିକ, ଜଗତସିଂହପୁରରେ ସମ୍ପଦ ଚନ୍ଦ୍ର ସ୍ବାଇଁ ଉପସ୍ଥିତ ରହିବେ ।
ଅଧିକ ପଢ଼ନ୍ତୁ ଦେଶ ଖବର: