ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:
ଅର୍ଗସ ବ୍ୟୁରୋ: ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ। ଅହମ୍ମଦାବାଦରେ ମତଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତୃତୀୟ ପର୍ଯ୍ୟାୟ ମତଦାନରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ସହ ଅମିତ ଶାହ ମଧ୍ୟ ନଜର ଆସିଛନ୍ତି। ଆଜି ତୃତୀୟ ପର୍ଯ୍ୟାୟ ମତଦାନ। ତୃତୀୟ ପର୍ଯ୍ୟାୟ ନିର୍ବାଚନ ମୈଦାନରେ ଥିବା ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଅନେକ ହେଭିୱେଟ୍ । ସାରା ଦେଶର ରହିଛି ଗୁଜରାଟର ଗାନ୍ଧୀନଗର ଆସନ ଉପରେ କାହିଁକି ନା ବିଜେପିର ଭେଟରାନ ପଲିଟିକାଲ ଷ୍ଟ୍ରାଟେଜିଷ୍ଟେ ତଥା ଦେଶର ଗୃହମନ୍ତ୍ରୀ ଅମିତ ଶାହ ଏହି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।
ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:
ସମ୍ବଲପୁର: ନାକ୍ଟିଦେଉଳରେ ପୁଣି ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଦୋହରାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କହିଲେ, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ଏ ସରକାର ହଜାଇଦେଲେ...ରତ୍ନଭଣ୍ଡାର ଚାବି କୁଆଡ଼େ ଗାଏବ ହେଲା ବୋଲି ସିଧା ପ୍ରଶ୍ନ କଲେ । କଂଗ୍ରେସ ଓ ବିଜେଡି ସରକାର ଉପରେ ବର୍ଷିଲେ ରାଜନାଥ ସିଂହ। କଂଗ୍ରେସ ଓ ବିଜେଡି ସରକାରରେ ଓଡ଼ିଶାର ଯେତିକି ବିକାଶ ହେବାକଥା ହୋଇନି ।
ମୋଦିଙ୍କ ନେତୃତ୍ଵକୁ ବିଶ୍ଵ ପ୍ରଶଂସା କରୁଛି କହିଲେ ରାଜନାଥ । ପୂର୍ବର ଭାରତ ସ୍ଥିତି ଏବେ ଆଉ ନାହିଁ, ବିଶ୍ଵ ଏବେ ଭାରତକୁ ଦେଖୁଛି । ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଭାରତର ଛବି ପୂରା ବଦଳିଛି । କେନ୍ଦ୍ରୀୟ ଯୋଜନା ଓଡ଼ିଶାରେ ପହଞ୍ଚୁନଥିବା ନେଇ ବର୍ଷିଲେ ରାଜନାଥ । ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯାଉନି । ଫଳରେ ଗରିବ ଲୋକେ ଉନ୍ନତ ଚିକିତ୍ସା ସୁବିଧାରୁ ବଞ୍ଚିତ ହେଉଛନ୍ତି ବୋଲି କହିଛନ୍ତି ରାଜନାଥ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅନୁଗୁଳ: ସ୍ବଚ୍ଛ ପାନୀୟ ଜଳ ଯୋଗାଇବାରେ ବିଫଳ ବିଜେଡି ସରକାର । ଫେଲ୍ ମାରିଛି ବସୁଧା ଯୋଜନା ଓ ମେଗା ପାନୀୟ ଜଳ ପ୍ରକଳ୍ପ । 50 ପରିବାରର ଶୋଷ ମେଣ୍ଟାଉଛି ଗୋଟିଏମାତ୍ର ନଳକୂପରୁ ବାହାରୁଥିବା ଲୁହା ଗୁଣ୍ଡ ଯୁକ୍ତ ନାଲି ପାଣି । ଯାହାକୁ ନେଇ ବ୍ୟାପୁଛି କିଡନୀ, ଗଲାଣି 15 ଜୀବନ । ଘରେ ଘରେ ପାଇପ୍ ଯୋଗେ ପହଞ୍ଚିବ ପାଣି ସାରା ରାଜ୍ୟରେ ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ହେଲେ ଏ ଚିତ୍ର ଖୋଲିଛି ସତ ବନାମ ବାସ୍ତବତାର ପୋଲ୍ । ଇଏ ଦେଖନ୍ତୁ, ଯେଉଁ ପାଣିରେ ଗାଧୋଇବାକୁ ବି ଆମେ କୁଣ୍ଠାବୋଧ ହେବା । ସେଇ ପାଣିକୁ ପିଇ ବର୍ଷ ବର୍ଷ ଧରି ବଞ୍ଚୁଛନ୍ତି 50 ପରିବାର । ଅନଗୁଳ ଜିଲ୍ଲା ପାଳଲହଡା ବ୍ଲକ ରୋହିଲା ପଞ୍ଚାୟତ ବେଣୀପଥର ଗାଁକୁ ବାଟ ଭୁଲୁଛି ବିକାଶ । ଗାଁରେ 300ରୁ ଅଧିକ ଲୋକଙ୍କ ପାଇଁ ଗୋଟିଏ ହିଁ ମାତ୍ର ନଳକୂପ ରହିଛି । ସେଥିରୁ ମଧ୍ୟ ଲୌହ ଗୁଣ୍ଡ ଯୁକ୍ତ ନାଲି ପାଣି ବାହାରୁଛି ।
ଯାହାକୁ ପିଇ 5 ବର୍ଷରେ 15ରୁ ଅଧିକ ଲୋକଙ୍କ କିଡନୀ ରୋଗରେ ଜୀବନ ଗଲାଣି । ଗାଁରେ କେବଳ ଗାତ ଖୋଳି ପାଇପ ବିଛା ଯାଇଛି । ହେଲେ ଆଜି ପର୍ଯ୍ୟନ୍ତ ପାଣି ମୁନ୍ଦେ ଆସିଲା ନାହିଁ । ଜଳ ସମସ୍ୟା ନେଇ ଅନେକ ଥର ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି । ହେଲେ କୌଣସି ସୁଫଳ ନାହିଁ । ଫଳରେ ବାଧ୍ୟ ହୋଇ ଏହି ଦୂଷିତ ଆଉ ଗନ୍ଧିଆ ପାଣିକୁ ପିଇବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ । ଖାଲି ସେତିକି ନୁହେଁ, ଗାଁରେ ଅଙ୍ଗନୱାଡି କେନ୍ଦ୍ରଟିଏ ବି ନାହିଁ । କୁନି କୁନି ପିଲା ପାଠପଢା ପାଇଁ ଅନ୍ୟ ଗାଁକୁ ଯାଉଛନ୍ତି । କିଛି ଦିନ ତଳେ ପାଣି ପାଇଁ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଇଏ ତ ଭାତହାଣ୍ଡିରୁ କେତୋଟି । ପାଣି ପାଇଁ ସାରା ରାଜ୍ୟରେ ହାହାକାର ସ୍ଥିତି । ବେଣୀପଥର ଗାଁରେ କିଡନୀ ରୋଗରେ ଆଉ କେତେ ଜୀବନ ଗଲେ ଚେତିବେ ବିଜେଡି ସରକାର ? । 24 ବର୍ଷର ପ୍ରତାରଣା ଯୋଗୁଁ ଏଥର ଭୋଟ୍ ବର୍ଜନ ପାଇଁ ଗ୍ରାମବାସୀଙ୍କ ଚେତାବନୀ ।
ଅଧିକ ପଢନ୍ତୁ ଓଡିଶା ଖବର
ସୁବର୍ଣ୍ଣପୁର: ଆସନ୍ତାକାଲି ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ମତଦାନ । ଜିଲ୍ଲାର ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ (୬୫) ମୋଟ ୨ ଲକ୍ଷ ୫୪ ହଜାର ୬୯୬ ଭୋଟର ନିଜର ମତ ସାବ୍ୟସ୍ତ କରିବେ ଏଥିପାଇଁ ୩୧୯ ଟି ମତଦାନ କେନ୍ଦ୍ର କରାଯାଇଥିବାବେଳେ ସେଥି ମଧ୍ୟରେ ୮ ଟି ସଖୀ ବୁଥ ରହିଛି । ସେହିପରି ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ (୬୪) ମୋଟ ୨ଲକ୍ଷ ୧୫ ହଜାର ୩୫୩ ଭୋଟର ଭୋଟ ଦେବେ । ଏଥିପାଇଁ ୨୬୭ ଟି ବୁଥ ହୋଇଥିବାବେଳେ ୫ ଟି ସଖୀ ବୁଥ କରାଯାଇଥିବା ସୂଚନା ମିଳିଛି ।
ଆଜି ସମସ୍ତ ମତଦାନ କେନ୍ଦ୍ରରେ ପହଞ୍ଚିବେ ପୋଲିଙ୍ଗ୍ ପାର୍ଟି । ଏଥିପାଇଁ କଡ଼ା ସୁରକ୍ଷା ମଧ୍ୟରେ ଇଭିଏମ୍ ସହିତ ପୋଲିସଙ୍ଗ ପାର୍ଟିମାନକୁ ପଠାଯାଉଛି। ସୁବର୍ଣ୍ଣପୁର ଜିଲ୍ଲାରେ ସମୁଦାୟ ୫୮୬ ବୁଥ ରହିଛି । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ପାଇଁ ବ୍ୟାପକ ପୋଲିସ୍ ବ୍ୟବସ୍ଥା କରାଯାଇଛି । ଏହା ସହିତ ପ୍ରବଳ ଖରା ହେଉଥିବାରୁ ପ୍ରତ୍ୟେକ ବୁତରେ ପାନିୟ ଜଳର ବ୍ୟବସ୍ଥା କରିବା ସହିତ ମେଡିକାଲ୍ ଟିମ୍ ମଧ୍ୟ ସଜାଗ ରହିଛନ୍ତି । ଦୁଇ ନିର୍ବାଚନ ମଣ୍ଡଳୀରେ ମୋଟ ୯୦ ଟି ସମ୍ବେଦନଶୀଳ ଓ ୩୦ ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଅନ୍ୟପଟେ ବୁଥକୁ ଯାଉଥିବା ପ୍ରିଯାଇଡିଂ ଅଫିସରମାନେ ସମସ୍ତ ବ୍ୟବସ୍ଥାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର