ସୂଚନା ଥାଉ କି, ଜଣେ ୧୪ ବର୍ଷୀୟ ଦୁଷ୍କର୍ମ ପୀଡିତାଙ୍କ ମା’ ବମ୍ବେ ହାଇକୋର୍ଟର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । କାରଣ ବମ୍ବେ ହାଇକୋର୍ଟ ନାବାଳିକାଙ୍କ ଗର୍ଭପାତ କରାଇବା ଉପରେ ରୋକ୍ ଲଗାଇଥିଲା ।
କୋର୍ଟ ଏପ୍ରିଲ ୧୯ ତାରିଖରେ ନାବାଳିକଙ୍କ ଚିକିତ୍ସା ସମ୍ବନ୍ଧୀୟ ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ମୁମ୍ବାଇର ସାୟନ ସ୍ଥିତ ହସ୍ପିଟାଲକୁ ଏ ବାବଦରେ ରିପୋର୍ଟ ଦେବାକୁ କୁହାଯାଇଥିଲା। କୋର୍ଟ ହସ୍ପିଟାଲକୁ ପଚାରି ଥିଲେ କି, ଯଦି ପୀଡିତା ମେଡିକାଲରେ ଗର୍ଭପାତ କରନ୍ତି ବା ନ କରିବାକୁ ଡାକ୍ତର ପରାମର୍ଶ ଦିଅନ୍ତି ତେବେ ଏହା ପୀଡିତାଙ୍କ ଶାରିରୀକ ଓ ମାନସିକ ସ୍ଥିତି ଉପରେ କ’ଣ ପ୍ରଭାବ ପକାଇବ ?
ଗର୍ଭପାତ ଚିକିତ୍ସକୀୟ ଅଧିନିୟମ କ୍ରମରେ ବିବାହିତ ମହିଳାଙ୍କ ସହ ବିଶେଷ ଶ୍ରେଣୀର ମହିଳାମାନେ ସର୍ବାଧିକ ୨୪ ସପ୍ତାହର ଗର୍ଭକୁ ନଷ୍ଟ କରିପାରିବେ । ଏହି ବିଶେଷ ଶ୍ରେଣୀ ମଧ୍ୟରେ ଦୁଷ୍କର୍ମ ପୀଡିତା ଓ ଦିବ୍ୟାଙ୍ଗ ମହିଳା ସାମିଲ ଅଛନ୍ତି ।
ଅଧିକ ପଢ଼ନ୍ତୁ ଭାରତ ଖବର