ଅଧିକ ପଢନ୍ତୁ ଭାରତ ଖବର
ନୂଆଦିଲ୍ଲୀ: ବିଶ୍ବର ସର୍ବବୃହତ ଗଣତନ୍ତ୍ର ଭାରତର ମହାପର୍ବ ସାଧାରଣ ନିର୍ବାଚନର ଆଜି ହେଉଛି ଦ୍ବିତୀୟ ପର୍ଯ୍ୟାୟ । ଦେଶରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟିଂ । ଦିନ ୧ଟା ସୁଦ୍ଧା ଆସାମରେ ୪୬ ପ୍ରତିଶତ, ବିହାରରେ ୩୩ ପ୍ରତିଶତ, ଛତିଶଗଡରେର ୫୩ ପ୍ରତିଶତ, ଜମ୍ମୁ ଓ କାଶ୍ମୀରରେ ୪୨ ପ୍ରତିଶତ, କର୍ଣ୍ଣାଟକରେ ୩୮ ପ୍ରତିଶତ, କେରଳେର ୩୯ ପ୍ରତିଶତ, ମଧ୍ୟପ୍ରଦେଶରେ ୩୮ ପ୍ରତିଶତ, ମହାରାଷ୍ଟ୍ରରେ ୩୧ ପ୍ରତିଶତ, ମଣିପୁରରେ ୫୪ ପ୍ରତିଶତ, ରାଜସ୍ଥାନରେ ୪୦ ପ୍ରତିଶତ, ତ୍ରିପୁରାରେ ୫୪ ପ୍ରତିଶତ, ଉତ୍ତରପ୍ରଦେଶରେ ୩୫ ପ୍ରତିଶତ, ପଶ୍ଚିମବଂଗରେର ୪୭ ପ୍ରତିଶତ ଭୋଟିଂ ରେକର୍ଡ କରାଯାଇଛି । ମୋଟ୍ 13 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ 88 ସିଟ୍ ପାଇଁ ହେଉଛି ଭୋଟିଂ ।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ୨୪ ମହାଲଢେଇରେ ଏଥର ଆରପାର ଲଢେଇ । ମୋଦି ବନାମ ନବୀନ। ବ୍ରହ୍ମପୁରରେ ନବୀନ ସରକାରର ବିଫଳତାକୁ ପ୍ରସଙ୍ଗ କରି ଆଟାକ୍ କଲେ ମୋଦି । କହିଲେ ଜୁନ୍ 10ରେ ବିଜେପିର ଶପଥଗ୍ରହଣ ଉତ୍ସବକୁ ସମସ୍ତଙ୍କୁ ନିମନ୍ତ୍ରଣ। । କାଉଣ୍ଟର କଲେ ନବୀନ ପାଣ୍ଡିଆନ ଯୋଡି । ହେଲେ ମୂଳ ପ୍ରସଙ୍ଗକୁ ନେଇ ଚୁପ୍ ରହିଲେ।25 ବର୍ଷର ଶାସନ ପରେ ବି ଓଡ଼ିଆ ଲୋକ କାହିଁକି ଗରିବ, କାହିଁକି ଦାନା ଖଟିବାକୁ ଯାଉଛନ୍ତି ଓଡ଼ିଆ, କାହିଁକି କେନ୍ଦ୍ର ଟଙ୍କା ଖର୍ଚ୍ଚ ହେଇପାରୁନି, କାହିଁକି ଆୟୁଷ୍ମାନ ଯୋଜନା ଲାଗୁ ହେଉନାହିଁ, କେନ୍ଦ୍ର ଯୋଜନାରେ ଫଟୋ ଛାପି କିଏ କରିଛି ବେଇମାନୀ, ଏସବୁ ପ୍ରସଙ୍ଗର ଉତ୍ତର ଦେଇନାହାନ୍ତି ନବୀନ କି ପାଣ୍ଡିଆନ୍। ଏପଟେ 24 ଲଢେଇେ ମୁହାଁମୁହିଁ ମୋଦି ନବୀନ। ପୂର୍ବରୁ ଅମିତ ଶାହ ବି କହିସାରିଛନ୍ତି ଏଥର ଆମ୍ନା ସାମ୍ନା ଲଢେଇ, ବିଜେଡି ସରକାରକୁ ଓପାଡି ଫିଙ୍ଗିବାକୁ ଦେଇଛନ୍ତି ଆହ୍ବାନ ଦେଇଛନ୍ତି ଶାହ।
2019 ନିର୍ବାଚନରେ ବିଜେଡିକୁ କଡା ଟକ୍କର ଦେଇଥିଲା ବିଜେପି। ଲୋକସଭାରେ ବିଜେଡି 12 ଆସନ ଜିତିଥିବା ବେଳେ ବିଜେପି ଜିତିଥିଲା 8 ଆସନ। ତେବେ ଭୋଟ ବ୍ୟବଧାନ ଥିଲା ମାତ୍ର 10 ଲକ୍ଷ। ବିଜେଡି 42 ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେପି ପାଇଥିଲା 38 ପ୍ରତିଶତ ଭୋଟ, କଂଗ୍ରେସ ହାତକୁ ଯାଇଥିଲା 13.4 ପ୍ରତିଶତ ଭୋଟ । 2024ରେ କଂଗ୍ରେସର ଭୋଟ ପ୍ରତିଶତ କମିପାରେ, ଯାହାର ଫାଇଦା ନେଇପାରେ ବିଜେପି। ଗୋଟେ ପଟେ ମୋଦି ସୁନାମୀ, ଆଉ ସେପଟେ ନବୀନଙ୍କ କମୁଥିବା ଲୋକପ୍ରିୟତା, ଯାହା ବିଜେଡିର ଚିନ୍ତା ବଢାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ସଂକଟରେ ଓଡ଼ିଆ ଭାଷା, ବିପଦରେ ଅସ୍ମିତା, ଦିଲ୍ଲୀରେ ସାକ୍ଷାତକାରରେ କହିଥିଲେ ପ୍ରଧାନମନ୍ତ୍ରୀ। ଆଉ ଓଡ଼ିଶା ମାଟିକୁ ଆସି ଓଡ଼ିଆ ଭାଷା ଓ ସଂସ୍କୃତିକୁ ହିଁ ସବୁଠୁ ବେଶୀ ଗୁରୁତ୍ବ ଦେଲେ ମୋଦି। ଇଏ ମୋଦି ଗ୍ୟାରେଣ୍ଟି, ଓଡ଼ିଶାରେ ପ୍ରଥମ ଥର ହେବ ଡବଲ୍ ଇଞ୍ଜିନ ସରକାର। ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପି ସରକାର ହେଲେ ଓଡ଼ିଆ ସଂସ୍କୃତିକୁ ବୁଝୁଥିବା, ଓଡ଼ିଆ ସଂସ୍କୃତିକୁ ବଞ୍ଚୁଥିବା, ଓଡ଼ିଆ ସଂସ୍କୃତି ଉପରେ ଗର୍ବ କରୁଥିବା ଏବଂ ଓଡ଼ିଆ ସଂସ୍କୃତି ପାଇଁ ସମର୍ପିତ ବ୍ୟକ୍ତି ହିଁ ହେବ ବିଜେପିର ମୁଖ୍ୟମନ୍ତ୍ରୀ।
ପ୍ରବଳ ଜନସମାଗମ ଭିତରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଉପହାର ଆଣିଥିବା କୁନି ପିଲାଙ୍କ ଉପରେ ପଡ଼ିଲା ମୋଦିଙ୍କ ନଜର। ସେମାନଙ୍କଠାରୁ ଫଟୋ ସଂଗ୍ରହ କରିବାକୁ କହିଲେ ମୋଦି। ଏଥିସହ ଠିକ୍ ଭାବେ ଓଡ଼ିଆ ଭାଷା କହିପାରୁନଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କଲେ ପ୍ରଧାନମନ୍ତ୍ରୀ। ଭାଷଣ ମଝିରେ ବାରମ୍ବାର ଓଡ଼ିଆ କହୁଥିଲେ ପ୍ରଧାନମନ୍ତ୍ରୀ। କିନ୍ତୁ ଓଡ଼ିଶାର 25 ବର୍ଷର ମୁଖ୍ୟମନ୍ତ୍ରୀ ଓଡିଆ ଜାଣିନାହାନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଅନନ୍ୟ ସମ୍ପର୍କ । ଗୁଜରାଟର ଅହମ୍ମଦାବାଦରେ ରହିଛି ଜଗନ୍ନାଥଙ୍କ ବଡ଼ ମନ୍ଦିର। ମୁଖ୍ୟମନ୍ତ୍ରୀ ଥିବାବେଳେ ଦୀର୍ଘ ବର୍ଷ ଧରି ସେଠାକାର ରଥଯାତ୍ରାରେ ଛେରାପହଁରା କରୁଥିଲେ ମୋଦି। ଆଉ ଇଏ 11 ବର୍ଷ ତଳର ଦୃଶ୍ୟ। 2013 ସେପ୍ଟେମ୍ବର 13 ତାରିଖରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହୋଇଥିଲେ ନରେନ୍ଦ୍ର ମୋଦି।
ଆଉ ଏହାର ମାସକ ପୂର୍ବରୁ 2016 ଜୁଲାଇ 16ରେ ଓଡ଼ିଶା ଆସି ପୁରୀରେ ଶ୍ରୀଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ ପ୍ରଧାନମନ୍ତ୍ରୀ। ସେତେବେଳେ ବି ଓଡ଼ିଆରେ ବକ୍ତବ୍ୟ ରଖିଥିଲେ ମୋଦି। ମୋଦିଙ୍କ ଉପରେ ଲଗାତାର ରହିଛି ଜଗନ୍ନାଥଙ୍କ ଆଶୀର୍ବାଦ। ଏଥିପାଇଁ ତ ନିଜକୁ ଜଗନ୍ନାଥଙ୍କ ପୁତ୍ର କହିଛନ୍ତି ପ୍ରଧାନମନ୍ତ୍ରୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ଥଣ୍ଡା ବିଅର ପିଇବାକୁ ଅନେକ ଲୋକ ବେଶ ପସନ୍ଦ କରନ୍ତି । କିନ୍ତୁ କେତେବେଳେ ଭାବିଛନ୍ତି ଏହି ଥଣ୍ଡା ବିଅର ପିଇବାକୁ କଣ ପାଇଁ ଏତେ ବେଶି ଭଲଲାଗେ । କଣ ପାଇଁ ଏହି ଥଣ୍ଡା ବିଅରର ସ୍ଵାଦ ଲୋକଙ୍କୁ ବେଶି ଭଲ ଲାଗେ ? ଏହି ଉପରେ ରିସର୍ଚ୍ଚ କରୁଥିବା ଅନୁସନ୍ଧାନକାରୀମାନେ ମତ ଦେଇଛନ୍ତି , ମଦ୍ୟପାନକାରୀ ପାନୀୟରେ ଥିବା ଜଳ ଏବଂ ଇଥାନଲ ଅଣୁଗୁଡ଼ିକର ଆଚରଣ ଅଧ୍ୟୟନ କରିବା ପରେ କହିଛନ୍ତି ଥଣ୍ଡା ବିଅରର ସ୍ବାଦ କଣ ପାଇଁ ବେଶି ଭଲ ଲାଗେ ।
ଅଧ୍ୟୟନରୁ ଜଣାପଡିଛି ଯେ, ଇଥାନୋଲ ଅଣୁ ଗୁଡିକର ସ୍ଵାଦ ପାଣିର ତାପମାତ୍ରାନୁସାରେ ବଦଳିଥାଏ । ଅଧ୍ୟୟନ କରୁଥିବା ଲେଖକ ପ୍ରଫେସର ଲି ସିୟୋନ୍ କହିଛନ୍ତି, ଥଣ୍ଡା ବିଅରକୁ ଅଧିକ ପସନ୍ଦ କରାଯାଏ । କମ ତାପମାତ୍ରା ବା ଥଣ୍ଡା ଥିବା ବିୟରର ସ୍ଵାଦ ପାନୀୟକାରୀଙ୍କୁ ବେଶ୍ ଭଲ ଲାଗିଥାଏ । ବିଅରରେ ଥିବା ପାଣି ଓ ଇଥାନଲ ଅଣୁ ଗୁଡିକ ବିଭିନ୍ନ ତାପମାତ୍ରା ଭିନ୍ନ ସ୍ଵାଦ ଦେଇଥାଏ । ଇଥାନଲ ଅଣୁ ଗୁଡିକ ବିଭିନ୍ନ ପାନୀୟରେ ତାପମାତ୍ରାନୁସାରେ, ଅଲଗା ଅଲଗା ସ୍ଵାଦ ଦେଇଥାଏ । ଯେତେବେଳେ ବିଅର ପରି କମ୍-ଆଲକୋହଲ୍ ପାନୀୟଗୁଡିକ ନିମ୍ନ ତାପମାତ୍ରାରେ ରଖାଯାଏ, ଇଥାନଲ୍ ଅଣୁଗୁଡ଼ିକ ଏକ ପିରାମିଡର ଆକାର ଧାରଣ କରନ୍ତି |
ଅଧିକ ପଢନ୍ତୁ ଜୀବନଶୈଳୀ ଖବର
ଅନ୍ୟ ପଟେ, ଯଦି ଉଚ୍ଚ ମଦ୍ୟପାନକାରୀ ପାନୀୟର ତାପମାତ୍ରା ସାମାନ୍ୟ ଅଧିକ ଥାଏ, ତେବେ ସେଥିରେ ଥିବା ଇଥାନଲ ଅଣୁଗୁଡ଼ିକ ଶୃଙ୍ଖଳା ପରି ଆକୃତିଧାରଣ କରିଥାଏ । ଯେତେବେଳେ ତାପମାତ୍ରା ହ୍ରାସ ହୁଏ, ଇଥାନଲ୍ ଅଣୁଗୁଡ଼ିକ ଏକତ୍ର ହୋଇଯାଆନ୍ତି, ଯାହା ଥଣ୍ଡା ବିଅରର ସ୍ଵାଦକୁ ଭଲ କରିଥାଏ |
ଜଳବାୟୁ ପରିବର୍ତ୍ତନ ବିଅର ଉପରେ ବିଶେଷ ପ୍ରଭାବ ପକାଇଥାଏ :
ଅନୁସନ୍ଧାନରୁ ଜଣାପଡିଛି ଜଳବାୟୁ ପରିବର୍ତ୍ତନ ବିଅର ଉପରେ ବିଶେଷ ପ୍ରଭାବ ପକାଇଥାଏ । ପୃଥିବୀର ତାପମାତ୍ରା ଏବଂ ଅନ୍ୟାନ୍ୟ କାରଣଗୁଡିକ ବିଅର ତିଆରିରେ ବ୍ୟବହୃତ ହପ୍ ଫୁଲର ସଂଖ୍ୟା ଏବଂ ଗୁଣରେ ହ୍ରାସ ଘଟାଇପାରେ, ଯେଉଁ କାରଣରୁ ବିଅରର ସ୍ଵାଦ ବଦଳିଯାଇଥାଏ ।