ଅର୍ଗସ ବ୍ୟୁରୋ: ରାତି ପାହିଲେ ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ । ଶନିବାରଠୁ ଶେଷ ହୋଇଛି ପଞ୍ଚମ ପର୍ଯ୍ୟାୟ ପାଇଁ ପ୍ରଚାର । 2024 ସାଧାରଣ ନିର୍ବାଚନର 4ଟି ପର୍ଯ୍ୟାୟ ଭୋଟିଂ ଶେଷ ହୋଇଥିବା ବେଳେ ଆଉ 3ଟି ପର୍ଯ୍ୟାୟ ଭୋଟିଂ ବାକି ରହିଛି । ପଞ୍ଚମ ପର୍ଯ୍ୟାୟରେ 8ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର 49 ଟି ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବ ମତଦାନ । ବିହାର, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଜମ୍ମୁ-କାଶ୍ମୀର ଓ ଲଦାଖରେ ଭୋଟ୍ ଗ୍ରହଣ ହେବ । ବିହାରର 5 ସିଟ୍, ଝାଡ଼ଖଣ୍ଡର 3 ସିଟ୍, ମହାରାଷ୍ଟ୍ର 13 ସିଟ୍, ଉତ୍ତରପ୍ରଦେଶର 14 ସିଟ୍, ପଶ୍ଚିମବଙ୍ଗ 7ସିଟ୍, ଓଡ଼ିଶା 5 ସିଟ୍ ଏବଂ ଜମ୍ମୁ-କାଶ୍ମୀର ଗୋଟିଏ ସିଟରେ ପଡ଼ିବ ଭୋଟ୍ ।
ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ନିଜ ମନପସନ୍ଦର ପ୍ରାର୍ଥୀ ବାଛିବେ ମତଦାତା । ତେବେ ଏହି ସବୁ ସିଟ୍ ଭିତରୁ ବହୁ ହେଭିଓ୍ବେଟ ନିଜର ଭାଗ୍ୟ ପରୀକ୍ଷା କରିବେ । ମହାରାଷ୍ଟ୍ର ମୁମ୍ବାଇ ନର୍ଥରୁ ବିଜେପିରୁ ପିୟୁଷ ଗୋଏଲ, ଉତ୍ତପ୍ରଦେଶ ରାଏବରେଲୀରୁ ରାହୁଲ ଗାନ୍ଧୀ, ଲୌକ୍ଷ୍ନରେ ରାଜନାଥ ସିଂ, ଆମେଠିରୁ ସ୍ମୃତି ଇରାନୀ, ଜମ୍ମୁ-କଶ୍ମୀର ବାରମୁଳାରୁ ଉମର ଅବଦ୍ଦୁଲା ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍ ।
ଅଧିକ ପଢ଼ନ୍ତୁ ଦେଶ ଖବର: