ଏହାବାଦ ଛତିଶଗଡ଼ର ମାଓପ୍ରବଣ ବସ୍ତରରେ ବି ପ୍ରଥମ ପର୍ଯ୍ୟାୟରେ ଭୋଟ୍ ପଡ଼ିବ। ୧୦୨ଟି ଆସନରେ ମୋଟ୍ ୧୬୨୫ ଜଣ ପ୍ରାର୍ଥୀ ରହିଥିବା ବେଳେ ପୁରୁଷ ୧୪୯୧ ଓ ୧୩୪ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ସେହିପରି କାଭାଁ ସ୍ଥାନକୁ ଛାଡ଼ିଦେଲେ ଅଧିକାଂଶ ଜାଗାରେ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ପ୍ରଥମ ପର୍ଯ୍ୟାୟରେ ମୋଟ୍ ୧୬.୬୩ କୋଟି ଭୋଟର୍ ରହିଛନ୍ତି ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ୮.୪ କୋଟି ପୁରୁଷ ଓ ୮.୨୩ କୋଟି ମହିଳା । ପାଖାପାଖି ୩୫ ଲକ୍ଷ ୬୭ ହଜାର ନୂଆ ଭୋଟର୍ ପ୍ରଥମ ପର୍ଯ୍ୟାୟରେ ମତଦାନ କରିବେ ।
ଅଧିକ ପଢନ୍ତୁ ରାଜନୀତି ଖବର
ସେପଟେ ନିର୍ବାଚନକୁ ସୁରକ୍ଷିତ ଭାବେ ଓ ସୁଚାରୁରୂପେ ସମ୍ପାଦିତ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ ମଧ୍ୟ କରାଯାଇଛି । ଲକ୍ଷେ ୮୭ ହଜାର ପୋଲିଂ ବୁଥରେ ନିର୍ବାଚନ ପରିଚାଳନା ପାଇଁ ୧୮ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ୫୦ ପ୍ରତିଶତ ବୁଥରେ ୱେବକାଷ୍ଟିଂର ବ୍ୟବସ୍ଥା ହୋଇଥିବା ବେଳେ ୫ ହଜାର ବୁଥରେ କେବଳ ମହିଳାମାନଙ୍କୁ ମୁତୟନ କରାଯାଇଛି । ସେହିପରି ଏକ ହଜାର ମତଦାନ କେନ୍ଦ୍ରରେ ଦିବ୍ୟାଙ୍ଗମାନେ ନିର୍ବାଚନ ପରିଚାଳନା କରିବେ ।