ପାଣିପାଗ ସଂସ୍ଥା ଓଗିମେଟ୍ ତଥ୍ୟ ଅନୁଯାୟୀ ବିଶ୍ବର ପ୍ରଥମ ୧୦ଟି ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ତିନିଟି ସହର ରହିଛି । ଓମାନର ଜୋବା ୪୯.୨ ସହିତ ବିଶ୍ବର ସବୁଠୁ ଉତ୍ତପ୍ତ ସହର ଥିବା ବେଳେ ବାରିପଦା ଦ୍ବିତୀୟ, ବାଲେଶ୍ବର ତୃତୀୟ ଓ ଭୁବନେଶ୍ବର ଦଶମ ସ୍ଥାନରେ ରହିଛି ।
ଅଧିକ ପଢନ୍ତୁ ପାଣିପାଗ ଖବର
ବାରିପଦାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୬.୬ ଡିଗ୍ରିରେ ପହଞ୍ଚିଥିଲା, ଯାହାକି ସର୍ବକାଳୀନ ରେକର୍ଡ । ଆଗରୁ ୨୦୧୦ ଏପ୍ରିଲ ୨୧ରେ ୪୬.୧ ଡିଗ୍ରି ରହିଥିଲା। ସେହିପରି ବାଲେଶ୍ବର ସହରର ତାପମାତ୍ରା ୪୬ ଡିଗ୍ରି ଛୁଇଁବା ସହ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। କାରଣ ୨୦୧୦ ଏପ୍ରିଲ ୨୦ରେ ବାଲେଶ୍ବରର ତାପମାତ୍ରା ୪୫ ଡିଗ୍ରି ରହିଥିଲା ।