୧୧ ଏପ୍ରିଲ ୨୦୧୬ରେ ଭୁବନେଶ୍ବରରେ ସର୍ବୋଚ୍ଚ ତାପମାତ୍ରା ୪୫.୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା । କଟକ, ଭୁବନେଶ୍ବର ଓ ବାଲେଶ୍ବରକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଅଗାମୀ ୨୪ ଘଣ୍ଟା ପାଇଁ ସିଭିୟର ହିଟୱେଭ୍ ଜାରି ରହିବ । ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଅଧିକ ପଢନ୍ତୁ ପାଣିପାଗ ଖବର
ସେପପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟରେ ବଢୁଛି ଅଂଶୁଘାତ । ଆଜି ସୁଦ୍ଧା ୩୬୭ ଅଂଶୁଘାତ ରୋଗୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୁନ୍ଦରଗଡ଼ରୁ ୬୦, ମୟୂରଭଞ୍ଜରୁ ୫୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଅଂଶୁଘାତରେ ଏ ପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଅତ୍ୟଧିକ ଖରା ଯୋଗୁଁ ସନ୍ ବର୍ଣ୍ଣ ଭଳି ଚର୍ମ ରୋଗ ହୋଇପାରେ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ପିକ୍ ଆୱାରରେ ଘରେ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ମୁଣ୍ଡ ବୁଲେଇଲେ କିମ୍ବା ଗଳା ଶୁଖିଲେ ତୁରନ୍ତ ଡାକ୍ତରଖାନା ଯିବାକୁ ପରାମର୍ଶ । ଛୋଟ ପିଲା, ବୃଦ୍ଧ, ବୃଦ୍ଧା, ଗର୍ଭବତୀ ମହିଳା ଅଧିକ ସତର୍କ ରହିବାକୁ ଜନ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି ।