ଏହାର କାରଣ କ'ଣ ?
ହୃଦଘାତ ହେବାର ପ୍ରମୁଖ କାରଣ ହେଉଛି ଉଚ୍ଚ ରକ୍ତଚାପ ଏବଂ ମଧୁମେହ । ଉଚ୍ଚ ରକ୍ତଚାପ ହାର୍ଟର ମାଂସପେଶୀକୁ ମୋଟା କରିଦିଏ ଯାହା ଦ୍ୱାରା ହୃଦଘାତ ହେବାର ଆଶଙ୍କା ଅଧିକ ବଢିଥାଏ ତାସହିତ ଯେତେବେଳେ ରକ୍ତରେ ଥିବା ଶର୍କରା ନିୟନ୍ତ୍ରିତ ହୋଇନଥାଏ ସେବେ ସମସ୍ୟା ସୃଷ୍ଟି ହୋଇଥାଏ । ଡାଇବେଟିସ ରୋଗୀଙ୍କ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଜନିତ ରୋଗ ହେବାର ଆଶଙ୍କା ଅଧିକ ଥାଏ | ଯାହା ଉଚ୍ଚ ରକ୍ତଚାପ, ହାଇ କୋଲେଷ୍ଟ୍ରଲ ସହ ହୃଦଘାତର ଆଶଙ୍କାକୁ ମଧ୍ୟ ବହୁ ମାତ୍ରାରେ ବଢ଼ାଇଥାଏ ।
ଅନ୍ୟ ଏକ କାରଣ ହେଉଛି ଆଜିକାଲିର ଲାଇଫ ଷ୍ଟାଇଲ୍। ଜଙ୍କଫୁଡ଼ ଖାଇବା ସହିତ ନିଶାଦ୍ରବ୍ୟର ସେବନ ବିଶେଷ କରି ଧୁମ୍ରପାନ। ଯୁବକମାନଙ୍କ କ୍ଷେତ୍ରରେ ହୃଦଘାତ ହେଉଥିବାର ସମସ୍ତ କାରଣରୁ ଧୁମ୍ରପାନ କରିବା ହେଉଛି ଅନ୍ୟତମ କାରଣ । ସିଗାରେଟରେ ଥିବା ନିକୋଟିନ ଏବଂ ଅନ୍ୟାନ୍ୟ ପଦାର୍ଥ ମାନ ହ୍ରୁଦସ୍ପନ୍ଦନକୁ ତ୍ୱରାନ୍ୱିତ କରିଥାଏ ଏବଂ ରକ୍ତଚାପକୁ ବଢ଼ାଇଥାଏ ଯାହାଦ୍ବାରା ହୃଦଘାତ ହେବାର 34% ଅଧିକ ସମ୍ଭାବନା ଥାଏ ।
ଅଧିକ ପଢ଼ନ୍ତୁ ସ୍ବାସ୍ଥ୍ୟ ଖବର