କାହିଁକି ଏହାର ନାମ ମୃତ ସମୁଦ୍ର?
ମୃତ ସମୁଦ୍ରରେ ୩୫% ହେଉଛି ଲୁଣ। ପ୍ରଚୁର ଲୁଣ ଥିବା କାରଣରୁ କୌଣସି ବି ପ୍ରାଣୀ ବା ଉଦ୍ଭିଦ ଏଥିରେ ବଞ୍ଚିପାରନ୍ତି ନାହିଁ। ସେଥିପାଇଁ ଏହାର ନାମ ମୃତ ସମୁଦ୍ର ବା ଡେଡ୍ ସି ରଖାଯାଇଛି।
ମୃତ ସମୁଦ୍ର ଏତେ ଲୋକପ୍ରିୟ କାହିଁକି?
ବହୁମାତ୍ରାରେ ପର୍ଯ୍ୟଟକମାନେ ଏହି ସମୁଦ୍ରକୁ ଏହାର ଓୌଷଧୀୟ ଗୁଣର ଲାଭ ଉଠାଇବାକୁ ଆସିଥାନ୍ତି। ଏହି ସମୁଦ୍ରର କାଦୁଅରେ ଉପକାରୀ ହିଆଲୁରୋନିକ୍ ଏସିଡ୍ ଏବଂ ଅନେକ ଖଣିଜ ପଦାର୍ଥ ରହିଥାଏ ଯାହା ଚର୍ମ ପାଇଁ ଖୁବ୍ ଲାଭଦାୟକ। ଲୋକମାନେ ଏଠାରେ ପହଁରିବା ସହିତ ସେହି କାଦୁଅକୁ ଲଗାଇଥାନ୍ତି।
ତେବେ ପୃଥିବୀରେ ଅନେକ ରହସ୍ୟମୟ ସ୍ଥାନ ଅଛି । କିଛି ରହସ୍ୟ ପ୍ରାକୃତିକ ଥାଏ ତ ଆଉ କିଛି ରହସ୍ୟ ପଛରେ ବୈଜ୍ଞାନିକ କାରଣ ଲୁଚିରହିଥାଏ ସେଥିରୁ ଡେଡ୍ ସି ହେଉଛି ଅନ୍ୟତମ।
ଅଧିକ ପଢ଼ନ୍ତୁ ବିଦେଶ ଖବର