ସ୍ଥାନୀୟ ପୋଲିସ, BSF, DRG ପକ୍ଷରୁ ହୋଇଥିବା ଏନକାଉଣ୍ଟରରେ ୨୯ ନକ୍ସଲ ନିହତ ହୋଇଛନ୍ତି । ମୃତ ମାଓବାଦୀଙ୍କ ମଧ୍ୟରେ ରହିଛି ସଂଗଠନର ଟପ୍ କମାଣ୍ଡର ଶଙ୍କର ରାଓ । ଯାହା ନାଁରେ ପୂର୍ବରୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ୨୯ ମୃତଦେହ ଜବତ ସହ AK47 ରାଇଫଲ ସମେତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଏବେ ବି ଜଙ୍ଗଲରେ ଚାଲିଛି ଚାଲିଛି ସର୍ଚ୍ଚ ଅପରେସନ ।
ଅପରେସନରେ ସାମିଲ ଯବାନଙ୍କୁ ଶୁଭେଚ୍ଛା ସହ ୨ ଆହତ ଯବାନଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ବିକାଶ, ଶାନ୍ତି ଓ ଯୁବପିଢିଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ନକ୍ସଲବାଦ ବଡ଼ ସମସ୍ୟା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଦେଶରୁ ମାଓ ସମସ୍ୟା ମୁକ୍ତ କରିବାକୁ ଚାଲିଛି ଅଭିଯାନ । ସରକାରଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଓ ସୁରକ୍ଷା କର୍ମୀଙ୍କ ପ୍ରୟାସ ଯୋଗୁଁ ମାଓ ସମସ୍ୟା ଛୋଟ ଅଞ୍ଚଳରେ ସୀମିତ ରହିଛି । ଖୁବଶୀଘ୍ର ଛତିଶଗଡ ସହ ସାରା ଦେଶ ମାଓ ସମସ୍ୟାରୁ ମୁକ୍ତ ହେବ ବୋଲି ଅମିତ ଶାହ ଦୃଢୋକ୍ତି କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
ଆସନ୍ତା ୧୯ରେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ହେବାକୁ ଥିବା ବେଳେ, ନିର୍ବାଚନ ପୂର୍ବରୁ ମାଓ ଗଡ଼ ଧ୍ବସଂ କରିଛି ସୁରକ୍ଷାବାହିନୀ । ସେପଟେ ବଡ଼ ଧରଣର ମାଓ ଅପରେସନ ପରେ ସିଲ୍ ହୋଇଛି ଓଡିଶା ଛତିଶଗଡ଼ ସୀମା । ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ନୂଆପଡା ସୀମା ସିଲ କରାଯାଇଛି । ମାଓବାଦୀଙ୍କ ସମ୍ଭାବ୍ୟ କ୍ୟାମ୍ପ ଉପରେ ନଜର ରହିବା ସହ ଚାଲିଛି ସର୍ଚ୍ଚ ଅପରେସନ ।