ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଦୁର୍ବଳ ହେଉଛି ବିଜେଡି ସଙ୍ଗଠନ। ବିଜେଡିରୁ ଇସ୍ତଫା ଦେଲେ ଛେଣ୍ଡିପଦାର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା । ସେ ତାଙ୍କର ଇସ୍ତଫାପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି । ସେ କହିଛନ୍ତି, ଦଳରେ ଗଣତନ୍ତ୍ରର ଗରିମା ଆଉ ନାହିଁ । ନବୀନ ପଟ୍ଟନାୟକ ନିଜେ ୨୫ ବର୍ଷ ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ପୁଣି ଥରେ ଆଶାବାଦୀ ଅଛନ୍ତି। ଦଳରେ ଅନ୍ୟ ନେତୃତ୍ୱଙ୍କୁ ସୁଯୋଗ ମିଳୁନଥିବା କହିଛନ୍ତି । ଖଗେଶ୍ୱର 2009 ରୁ 2014 ପର୍ଯ୍ୟନ୍ତ ଛେଣ୍ଡିପଦାରୁ ବିଧାୟକ ଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ବଡ଼ ଯୋଜନା ହେଲା ବିଫଳ । ଗିରଫ ହେଲେ ଆଇଏସଆଇଏସର ୪ଜଣ ଆତଙ୍କୀ । ସେମାନଙ୍କୁ ଗିରଫ କରି ପଚାରାଉଚରା କରୁଛି ଗୁଜିରାଟ୍ ‘ଏଟିଏସ୍’ । ଏହି ୪ଜଣ ଆତଙ୍କବାଦୀ ଭାରତରେ ଏକ ବଡ ଆତଙ୍କୀ ଆକ୍ରମଣର ଷଡଯନ୍ତ୍ର ପାଇଁ ରଚୁଥିଲେ ପ୍ଲାନ୍ । ଗିରଫ ହୋଇଥିବା ୪ଜଣ ଆତଙ୍କବାଦୀ ଶ୍ରୀଲଙ୍କାରୁ ଭାରତକୁ ପ୍ରବେଶ କରିଥିଲେ । ଆଉ ଭାରତରେ ଏକ ବଡ ଆତଙ୍କୀ ଆକ୍ରମଣ ପାଇଁ ଷଡଯନ୍ତ୍ର ରଚିଥିଲେ ।
ତେବେ ଗୁଜୁରାଟ୍ ପୋଲିସଠୁ ମିଳିଥିବା ସୂଚନା ଆଧାରରେ, ଗିରଫ ହୋଇଥିବା ୪ଆତଙ୍କୀ ଶ୍ରୀଲଙ୍କାର ବାସିନ୍ଦା । ପାକିସ୍ତାନରେ ବସିଥିବା ଆଇଏସଆଇଏସ୍ ହ୍ୟାଣ୍ଡଲର୍ ସେମାନଙ୍କୁ ଭାରତ ଆସିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଏହି ୪ଜଣ ବିମାନ ଯୋଗେ କଲମ୍ବୋରୁ ଅହମ୍ମଦାବାଦ ଆସି ପହଞ୍ଚିଥିଲେ । କିନ୍ତୁ ସେମାନଙ୍କୁ ଏଠାରେ ଗିରଫ କରାଯାଇଥିଲା । ପଚରାଉଚରାବେଳେ ଜଣାପଡିଥିଲା ଯେ ଆବୁ ନାମକ ଜଣେ ଆତଙ୍କବାଦୀ ସେମାନଙ୍କୁ ନିର୍ଦ୍ଦେଶ ଦେଉଥିଲା ।
ଅଧିକ ପଢନ୍ତୁ ଭାରତ ଖବର
ତେବେ ଏହି ୪ଜଣ ପ୍ରଥମେ ଫେବୃଆରୀରେ ଆବୁଙ୍କ ସହ ଯୋଗାଯୋଗରେ ଆସିଥିଲେ । ଏହି ଆତଙ୍କବାଦୀଙ୍କ ପାଇଁ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା ଭାରତରେ କରାଯାଇଥିଲା । ଆବୁ ଏମାନଙ୍କୁ ସେହି ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲା, ଯେଉଁଠାରୁ ଏମାନଙ୍କୁ ଅସ୍ତ୍ରଶସ୍ତ୍ର ମିଳିପାରିବ । ତେବେ ପୋଲିସ ଏହି ୪ଜଣଙ୍କ ପାଖରୁ ୩ଟି ପିସ୍ତଲ, ୩ଟି କାର୍ଟ୍ରିଜ ଏବଂ ଆଇଏସଆଇଏସ୍ ପତାକା ଜବତ କରିଛି ।
ଅର୍ଗସ ବ୍ୟୁରୋ : ଆଠଗଡ଼ କଟକିଆସାହି ପଞ୍ଚାୟତ ପାଟେଣୀଗାଁରେ ଝାଡ଼ାବାନ୍ତି ଆତଙ୍କ । ଗୋଟିଏ ଗାଁରେ ୩୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ । ଦୂଷିତ ପାନୀୟଜଳ ପିଇ ଝାଡ଼ାବାନ୍ତି ବ୍ୟାପୁଥିବା ଅଭିଯୋଗ । ଦୀର୍ଘ ୨୪ ବର୍ଷ ସ୍ଥିର ସରକାର ସହିତ ଆଠଗଡରେ ୩୪ ବର୍ଷ ଲଗାତାର ଶାସନ କରୁଥିବା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ପୁରୁଷାର୍ଥ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କଟକିଆସାହି ପଞ୍ଚାୟତର ପାଟେଣୀଗାଁ ଗ୍ରାମରେ ସରକାରଙ୍କ ବସୁଧା ଯୋଜନା କି ସ୍ବଜଳଧାରା ଯୋଜନା ସବୁ ଅପହଞ୍ଚ ହୋଇପଡିଛି । ଏହି ଗ୍ରାମଦେଇ ମହାନଦୀ ବୋହି ଯାଇଥିବା ବେଳେ ଲୋକେ ସୁଦ୍ଧ ପାନୀୟଜଳ ମୁନ୍ଦେ ପାଇବା ପାଇଁ ଡହଳବିକଳ ହେଉଛନ୍ତି । ତେବେ ପାଟେଣୀଗାଁର ଏହି ଗୋଟିଏ ପରିବାରରେ ୯୦ ରୁ ଉର୍ଦ୍ଧ ଲୋକ ରହୁଥିବା ବେଳେ ପାଣିପାଇ ହନ୍ତସନ୍ତ ହେଉଛନ୍ତି । ଗାଁରେ ଥିବା ଏକମାତ୍ର କୂଅରୁ ପାଣି ପିଇଥାନ୍ତି ।ସେହି ପାଣି ପିଇ ପରିବାରର ଏବେ ୩୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଭୁବନେଶ୍ୱର: ରତ୍ନଭଣ୍ଡାରକୁ ନେଇ ଜାତୀୟ ଗଣମାଧ୍ୟମରେ ପାଣ୍ଡିଆନଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେପି । ଚାବି ଯିଏ ହଜେଇଛି, ସିଏ ରତ୍ନ ଚୋରି କରିଛି । ପାଣ୍ଡିଆନ ସ୍ପଷ୍ଟ କରିବେ କି ରତ୍ନ ଭଣ୍ଡାର ଚାବି ଚୋରି ହୋଇ ନାହିଁ... ସୁରକ୍ଷିତ ଅଛି । ଯଦି ଚୋରି ହୋଇଛି କେଉଁଠି ଅଛି। ଡୁପବ୍ଲିକେଟ ଚାବି ଯେଉଁଦିନ ମିଳିଲା ତାଙ୍କୁ ଓ ତାକୁ କିଏ ତିଆରି କଲା ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।
2018ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ନାରେ ଏତଲା ଦେଇ, ଧାରଣା ଦେଲୁ ସେହିଦିନ ରାତିରେ ଡୁପବ୍ଲିକେଟ ଚାବି ମିଳୁଛି । ଏଥିପାଇଁ ସନ୍ଦେହ ସୃଷ୍ଟି ହେଉଛି । ରତ୍ନ ଭଣ୍ଡାର ଏକ ଭାବାବେଗର ପ୍ରଶ୍ନ । ତାକୁ ଯେଉଁଭଳି ଭାବରେ କୋର୍ଟରେ ଲଟକା ଗଲା, ଭଟକା ଗଲା ତାହା ସମସ୍ତେ ଜାଣିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...