ଏହି ସମୟରେ ଭୋପାଳ-ବୈତୁଲ ଜାତୀୟ ରାଜପଥର ବରୋଥା ଘାଟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ୍ ସହ ଧକ୍କା ହୋଇଯିବା ଭୟରେ ବସ୍ଟି ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା । ଏସ୍ଡିପିଓ ଶାଲିନୀ ପାରସ୍ତେଙ୍କ କହିବା ମୁତାବକ, ଭୋର ୪ଟାରେ ଏହି ଦୁର୍ଘଟଣା ଘଟିଥିଲା । ଉକ୍ତ ବସ୍ରେ ମୋଟ ୪୦ ଜଣ ଯବାନ ଥିଲେ । ସେଥିମଧ୍ୟରୁ ୫ ଜଣ ପୁଲିସ କର୍ମଚାରୀ ଓ ବାକି ହୋମଗାର୍ଡ କର୍ମଚାରୀ ଥିଲେ।
ଅଧିକ ପଢନ୍ତୁ ଭାରତ ଖବର
ଯବାନମାନେ ଛିନ୍ଦୱାଡାରେ ନିର୍ବାଚନ ଡ୍ୟୁଟି କରିବା ପରେ ରାଜଗଡ ଯାଉଥିଲେ, କିନ୍ତୁ ରାସ୍ତାରେ ବସ୍ ଓଲଟି ପଡିଥିଲା। ଏଥିରେ ୨୧ ଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବଅତୁଲ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟମାନଙ୍କ ଶାହପୁର ହସ୍ପିଟାଲରେ ଚିକିତ୍ସା ଚାଲିଛି।