ଅର୍ଗସ ବ୍ୟୁରୋ : ଦକ୍ଷିଣ ଦଖଲରେ ବିଜେପି । କେନ୍ଦ୍ରୀୟ ନେତାଙ୍କ ଫୋକସ୍ରେ ବି ଦକ୍ଷିଣ...ଆଉ ବିଜେପି ହାୱାରେ ଛତ୍ରପୁର ରାଜନୀତିରେ ଏବେ ରୋଚକ ମୋଡ଼ । ୩ ପ୍ରମୁଖ ଦଳ ମଧ୍ୟରେ ଲଢେ଼ଇ ଜୋରଦାର୍ ହେଉଥିବାବେଳେ ରେସରେ ଆଗରେ ଅଛି ବିଜେପି । ପୂର୍ବତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା ବିଜେପିରେ ଯୋଗ ଦେବା ପରଠୁ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ ଏବେ ଫୁଲ ସ୍ପିଡ଼ରେ ମାଡିଚାଲିଛନ୍ତି ।
ଗୋଟିଏ ପଟେ ବିଜେଡି ଏଥରେ ପୁଣିଥରେ ସୁବାଷ ବେହେରାଙ୍କୁ ଟିକେଟ ଦେଇଥିବା ବେଳେ ଦଳରେ ଅସନ୍ତୋଷ ଥିବା କର୍ମୀକୁ ମନାଇବାରେ ବ୍ୟସ୍ତ ସୁବାଷ । ସେପଟେ ଦୁଇ ଦିନତଳେ ସୁବାଷଙ୍କୁ ବିରୋଧର କରିବା ସହ ପ୍ରଚାର ଗାଡିକୁ ଗାଁ ଭିତରକୁ ପୁରାଇଦେଲେନି ଲୋକେ । ଆଉ ୫ ବର୍ଷର ବିକାଶର ହିସାବ ବି ମାଗିଥିଲେ ।
ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ବିଜେଡି ଛାଡିବା ପରେ ତାଙ୍କର ସମର୍ଥକ ମାନଙ୍କୁ ନେଇ ବିଜେପିରେ ସାମିଲ ହୋଇଥିଲେ । ତାଙ୍କ ସହ ସାମିଲ ହୋଇଥିଲେ ଗଞ୍ଜାମ ଏନ ଏସି ଅଧଃକ୍ଷା ପ୍ରତିଭା ପାଢ଼ୀ ଏବଂ ତାଙ୍କ ସ୍ୱାମୀଙ୍କ ସହ ୪ କାଉଁସିଲର । ପୂର୍ବରୁ ଛତ୍ରପୁର ଏନ ଏ ସି ଏବଂ ରମ୍ଭା ଏନ ଏ ସି ବିଜେପି କବଜାରେ ଥିବା ବେଳେ ଏବେ ଗଞ୍ଜାମ ଏନ ଏ ସି ମଧ୍ୟ ବିଜେପି ହାତକୁ ଆସିଛି । ଏହାରି ଭିତରେ ତିନୋଟି ଏନ ଏ ସି କଭର କରିବା ବିଜେଡି ପାର୍ଥି ସୁବାଷଙ୍କ ପାଇଁ ଏବେ କାଠିକର ପାଠ ହୋଇଯାଇଛି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ବିକାଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହେଉଥିବା କହିଛନ୍ତି ବିଜେପିରେ ମିଶୁଥିବା କର୍ମୀ । ତେବେ ପୂର୍ବରୁ ବିଧାୟକ ସୁବାଷ ବେହେରାଙ୍କୁ ବିରୋଧ କରୁଥିବା କିଛି ବିଜେଡିର ନେତା ପୁଣିଥରେ ସୁବାଷଙ୍କ ପାଇଁ ପ୍ରଚାର କରୁଥିବା ବେଳେ ଆଉ କିଛି ବିରୋଧୀ ଏବେ ବିଜେପିରେ ଯୋଗଦେଇଛନ୍ତି । ଯାହାର ପ୍ରଭାବ ଭୋଟ ବ୍ୟାଙ୍କ ଉପରେ ପଡିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।