ଏହା ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ ଅଧିନିୟମ 2004ର ସଂଶୋଧନ କରୁଛି । ଏହି ଅଧିନିୟମ ଅନୁସୂଚିତ ଜାତି, ଜନଜାତି, ଅନ୍ୟ ସାମାଜିକ ଓ ଶୈକ୍ଷିକ ଭାବେ ପଛୁଆ ବର୍ଗର ଲୋକଙ୍କୁ ଚାକିରି ଓ ବ୍ୟାବସାୟିକ ସଂସ୍ଥାରେ ଭର୍ତ୍ତି ହେବା ପାଇଁ ସଂରକ୍ଷଣ ପ୍ରଦାନ କରେ ।
ଅର୍ଗସ ବ୍ୟୁରୋ: ଆଜି ସଂସଦରେ 2ଟି ବଡ଼ ବିଲ୍ ଉପରେ ହେବ ଆଲୋଚନା । ଜାମ୍ମୁ-କାଶ୍ମୀର ସଂରକ୍ଷଣ ବିଲ୍-2023 ଏବଂ ଜାମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍-2023 ଉପରେ ଲୋକସଭାରେ ବଡ଼ ବିବୃତି ରଖିବେ ଗୃହମନ୍ତ୍ରୀ । ଜାମ୍ମୁ କାଶ୍ମୀର ସଂରକ୍ଷଣ ସଂଶୋଧନ ବିଧେୟକ 2023କୁ ଗତ ଜୁଲାଇ 26 ତାରିଖରେ ଲୋକସଭାରେ ଉପସ୍ଥାପନ କରାଯାଇଥିଲା ।
ଏହା ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ ଅଧିନିୟମ 2004ର ସଂଶୋଧନ କରୁଛି । ଏହି ଅଧିନିୟମ ଅନୁସୂଚିତ ଜାତି, ଜନଜାତି, ଅନ୍ୟ ସାମାଜିକ ଓ ଶୈକ୍ଷିକ ଭାବେ ପଛୁଆ ବର୍ଗର ଲୋକଙ୍କୁ ଚାକିରି ଓ ବ୍ୟାବସାୟିକ ସଂସ୍ଥାରେ ଭର୍ତ୍ତି ହେବା ପାଇଁ ସଂରକ୍ଷଣ ପ୍ରଦାନ କରେ ।
ବାଲେଶ୍ୱର : ରାଜ୍ୟରେ ସବୁ ବିଭାଗରେ ଚାକିରି ହାତେଇଛନ୍ତି ନକଲି କର୍ମଚାରୀ। ଡାକ ବିଭାଗ ହେଉ ଅବା ଶିକ୍ଷା ବିଭାଗ, ଦେଶରେ ପଶ୍ଚିମବଙ୍ଗର ଶିକ୍ଷକ ଜାଲିଆତି ସବୁଠି ଚର୍ଚ୍ଚାରେ ରହିଥିଲା ବେଳେ ଏବେ କିନ୍ତୁ ଓଡିଶା ତାହାଠାରୁ ବଳିଯାଇଛି। ବିଜେଡି ସରକାରରେ ମାଳ ମାଳ ନକଲି ଶିକ୍ଷକ ନିଯୁକ୍ତି ପାଇଛନ୍ତି। ଶିକ୍ଷିତ ଯୁବକ ଯୁବତୀ ଚାକିରି ପାଇବାରୁ ବଞ୍ଚିତ ହେଉଥିବା ବେଳେ ନକଲି ସାର୍ଟିଫିକେଟ ଧାରୀ ଅସଲି ଚାକିରୀ ହାତେଇଛନ୍ତି । ଜଣେ କି ଦୁଇ ଜଣ ନୁହଁ ବାଲେଶ୍ବର ଜିଲ୍ଲାରେ ରହିଛି ଡୁପ୍ଲିକେଟ କର୍ମଚାରୀଙ୍କ ଲମ୍ବା ତାଲିକା । ବାଲିଆପାଳ ବ୍ଲକ୍ ରାଧାଶ୍ୟାମ ବିଦ୍ୟାଳୟ। ଅଭିଯୋଗ ହୋଇଛି ଏହି ସ୍କୁଲରେ ଦୀର୍ଘ ୨୦ ବର୍ଷ ଧରି ନକଲି ଶିକ୍ଷାଗତ ପ୍ରମାଣପତ୍ର ଦେଇ ଚାକିରି ହାତଇଛନ୍ତି ଜଣେ ଶିକ୍ଷକ। ସରକାରୀ ତହବିଲରୁ ମୋଟା ଅଙ୍କର ଦରମା ବି ନେଉଛନ୍ତି। ଏବେ ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଛି ନକଲି ଶିକ୍ଷକଙ୍କ ଚଞ୍ଚକତା।
କେବଳ ଏହି ସ୍କୁଲ ନୁହେଁ ନକଲି ସାର୍ଟିଫିକେଟର ଚେର ପୁରା ଜିଲ୍ଲାକୁ ଲମ୍ବିଛି। ବାଲିଆପାଳ ପରେ ବାଲେଶ୍ବର ସଦର ବ୍ଲକର ସାର୍ଥା ପଞ୍ଚାୟତରୁ ଆସିଛି ଆଉ ଏକ ସାଂଘାତିକ ଅଭିଯୋଗ । ପଶ୍ଚିମବଙ୍ଗର ନକଲି CT ସାର୍ଟିଫିକେଟ୍ ଦେଇ ସରକାରୀ ଚାକିରୀ ହାତେଇଛନ୍ତି ଶିକ୍ଷକ। ଦୀର୍ଘ ଦିନ ଧରି ଏ ନେଇ ଅଭିଯୋଗ ପରେ ବି ହେଉନାହିଁ କୌଣସି କାର୍ଯ୍ୟନୁଷ୍ଠାନ କେବଳ ଏତିକି ନୁହେଁ ବାଲେଶ୍ବର ଜିଲ୍ଲାରେ ୫ଶହରୁ ଅଧିକ ନକଲି ଶିକ୍ଷକ ବାହାର ରାଜ୍ୟର ନକଲି ସାର୍ଟିଫିକେଟ୍ ଦେଇ ଶିକ୍ଷକତା ଚାକିରି କରିଥିବା କଥା ସାମ୍ନାକୁ ଆସିଛି। ଏ ବାବଦରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦେଶ ଦେଇଛନ୍ତି ଗଣଶିକ୍ଷା ବିଭାଗ। କିନ୍ତୁ ଏ ଯାଏଁ ପଦକ୍ଷେପ ନିଆଯାଇନାହିଁ। ଶିକ୍ଷା ଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମାଳ ମାଳ ନକଲି ସାର୍ଟିଫିକେଟଧାରୀ ଶିକ୍ଷକ ଚିନ୍ତା ବଢ଼ାଇଥିବାବେଳେ ରାଜ୍ୟରେ ବିଜେଡି ଶାସନ ବେଳେ ହୋଇଥିବା ସାଂଘାତିକ ନିଯୁକ୍ତି କେଳେଙ୍କାରୀର ପରସ୍ତ ଖୋଲୁଛି।
ଅଧିକ ପଢନ୍ତୁ ଓଡିଶା ଖବର
ଭୁବନେଶ୍ୱର: ଭୁବନେଶ୍ବରରେ ପହଁଚିଲା ଆଳୁ ଟ୍ରକ । ଆଇଗିଣିଆ ସହ ୧ ନମ୍ବର ହାଟରେ ପହଁଚିଲା ଆଳୁ ବୋଝେଇ ଟ୍ରକ । ପଶ୍ଚିମବଙ୍ଗରୁ ଆସି ଲାଗିଲା ଆଳୁ ଗାଡି । ପଶ୍ଚିମବଙ୍ଗ ଗାଡ଼ି ଅଟକାଇବା ପରେ ଓଡ଼ିଶାରେ ଆଳୁ ଟେନସନ ଦେଖାଦେଇଥିଲା । ସେପଟେ ଏଭଳି ସ୍ଥିତିରେ ରାଜ୍ୟରେ ଅସାଧୁ ବ୍ୟବସାୟୀ, ମହଜୁଦକାରୀ ଓ କଳାବଜାରୀ ସକ୍ରିୟ ହୋଇଛି ।
ଅନ୍ୟପଟେ ବଜାରରେ ଆଳୁର ଦର ବୃଦ୍ଧି ଓ ଅଭାବକୁ ନେଇ ତେଜିଛି ରାଜନୀତି ।
ବିଜେଡି ସରକାର ସମୟରେ କରାଯାଇଥିବା ଆଳୁ ମିଶନ କୁଆଡେ ଗଲା ବୋଲି ଉଠିଛି ପ୍ରଶ୍ନ । ଓଡିଶାରେ ଯଥେଷ୍ଟ ଆଳୁ ଉତ୍ପାଦନ ହେଉଥିଲେ ବି ଶୀତଳ ଭଣ୍ଡାର ଅଭାବ ଓଡ଼ିଆ ଚାଷୀଙ୍କୁ ବାଧ୍ୟ କରୁଛି କମ ଟଙ୍କାରେ ବିକି ଅଧିକ ଟଙ୍କାରେ କିଣିବାକୁ । ୨୪ ବର୍ଷ ବିଜେଡି ସରକାର ସମୟରେ ୧୦୦ ରୁ ଅଧିକ ଶୀତଳ ଭଣ୍ଡାର ଅଚଳ ହୋଇଛି । କିନ୍ତୁ ନୂଆ ଶୀତଳ ଭଣ୍ଡାର ଖୋଲିବା କିମ୍ବା ଅଚଳକୁ ସଚଳ କରିବା ଲାଗି କୌଣସି ପଦକ୍ଷେପ ନେଇନଥିଲେ ତତ୍କାଳୀନ ସରକାର। ଯାହାର ଫଳ ଆଜି ଲୋକେ ଭୋଗୁଛନ୍ତି ବୋଲି କୁହାଯାଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର