ଅଧିକ ପଢନ୍ତୁ : UPSC ରେଜଲ୍ଟ ; ଦ୍ବିତୀୟ ସ୍ଥାନରେ ଓଡିଆ ପୁଅ ଅନିମେଶ
JEE ଆଡଭାନ୍ସ ପାଇଁ ୨ ଲକ୍ଷ ୫୦ ହଜାର ୨୮୪ ଯୋଗ୍ୟ ବିବେଚିତ ହୋଇଛନ୍ତି । ତେବେ ୱେବସାଇଟ Jeemain.nta.ac.inରେ ରେଜଲ୍ଟ ଉପଲବ୍ଧ ଅଛି ।
ଅର୍ଗସ ବ୍ୟୁରୋ : ପ୍ରକାଶ ପାଇଲା ଜେଇଇ (JEE) ମେନ୍ ପରୀକ୍ଷାଫଳ । ଏନଟିଏ ପକ୍ଷରୁ ପରୀକ୍ଷାଫଳ ଘୋଷଣା କରାଯାଇଛି । ଟପ୍ପର ତାଲିକାରେ ୫୬ ଜଣ ପରକ୍ଷାର୍ଥୀ ରହିଛନ୍ତି । ହାସଲ କଲେ ୧୦୦ ପର୍ସେଣ୍ଟାଇଲ ଏନଟିଏ ସ୍କୋର । ଓଡିଶା ଟପ୍ପର ହୋଇଛନ୍ତି ଅନ୍ବେଷ ଶୁଭମ ପ୍ରଧାନ ।
ଅଧିକ ପଢନ୍ତୁ : UPSC ରେଜଲ୍ଟ ; ଦ୍ବିତୀୟ ସ୍ଥାନରେ ଓଡିଆ ପୁଅ ଅନିମେଶ
JEE ଆଡଭାନ୍ସ ପାଇଁ ୨ ଲକ୍ଷ ୫୦ ହଜାର ୨୮୪ ଯୋଗ୍ୟ ବିବେଚିତ ହୋଇଛନ୍ତି । ତେବେ ୱେବସାଇଟ Jeemain.nta.ac.inରେ ରେଜଲ୍ଟ ଉପଲବ୍ଧ ଅଛି ।
ଅର୍ଗସ ବ୍ୟୁରୋ: ତାତିରୁ ମିଳିବ ଆଶ୍ୱସ୍ତି । ୨ ଦିନ ପରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା 3ରୁ5 ଡିଗ୍ରୀ ହ୍ରାସ ପାଇବା ଅନୁମାନ କରାଯାଉଛି । ଆଗାମୀ ୨୪ଘଣ୍ଟାରେ ଉପକୂଳ ସମେତ କିଛି ପାର୍ଶ୍ଵବର୍ତ୍ତୀ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ଦୁଇ ଦିନ ତଳେ ରାଜ୍ୟରେ କିଛି କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିଲା। ଯାହା ଫଳରେ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। କମିପାରେ ଦିନର ତାପମାତ୍ରା । ଯେଉଁଭଳି ଭାବରେ ରାଜ୍ୟରେ ତାତି ବଢ଼ିଚାଲିଛି, ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ହସ ସେତେବେଳେ ସୁନ୍ଦର ଲାଗେ ଯେତେବେଳେ ଦାନ୍ତ ସୁନ୍ଦର ଥାଏ । କଣ ଆପଣଙ୍କ ଦାନ୍ତ ହଳଦିଆ ପଡିଯାଉଛି କି ? ଦାନ୍ତକୁ ସଫା ରଖିବାକୁ କରନ୍ତୁ ଏହି ଉପାୟ । ଆପଣଙ୍କ ଦାନ୍ତ ହଳିଦିଆ ଥିଲେ ସାମ୍ନା ବାଲାକୁ ଖରାପ ଲାଗିବା ସହ ଆପଣଙ୍କର ଇଚ୍ଛାଶକ୍ତିକୁ କମ କରିଥାଏ । ଦାନ୍ତରେ ପ୍ଲେକ୍ ଏବଂ ଟାଟାର୍ ଜମା ହୋଇଥିଲେ ଦାନ୍ତ ଦେଖିବାକୁ ଖରାପ ଲାଗିବା ସହ ପାଟିରୁ ଦୁର୍ଗନ୍ଧ ବାହାରେ ।
ଅନେକ ଲୋକ ଅଛନ୍ତି ଦୁଇ ଥର ବ୍ରସ୍ କରିବା ପରେ ମଧ୍ୟ ଦାନ୍ତର ହଳଦିଆପଣ ସମସ୍ୟାରୁ ମୁକ୍ତି ପାଆନ୍ତି ନାହିଁ । ଖାଲି ବ୍ରସ୍ କରିବା ଦ୍ଵାରା ଏହି ହଳଦିଆପଣ ସମସ୍ୟାର ସମାଧାନ ମିଳିବା ନାହିଁ । ଦାନ୍ତ ହଳଦିଆ ପଡିବାର ଅନେକ କାରଣ ଥାଏ । ଭଲକରି ବ୍ରସ ନକରିବା ଓ ଏହା ସହ ହଳଦିଆ ପଡିବାର ବଂଶାନୁଗତ କାରଣ ରହିଥାଏ । ପାଣି ପିଇବାର ମାତ୍ରା କମ୍ ହେଲେ ଦାନ୍ତ ହଳଦିଆ ପଡିବାର ସମ୍ଭାବନା ଥାଏ ।
ଅଧିକ ଜାଣିବା ପାଇଁ ପଢନ୍ତୁ ଭାରତ ଖବର
ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ଟୁଥପେଷ୍ଟ ଦାନ୍ତ ସଫା ରଖିବାର ଗ୍ୟାରେଣ୍ଟି ଦିଅନ୍ତି । କିନ୍ତୁ ସତରେ କଣ ତାହା ଦାନ୍ତ ସଫା କରେ ? ଏଥି ସହିତ, ଦନ୍ତ ଚିକିତ୍ସକଙ୍କ ନିକଟରେ ଦାନ୍ତ ସଫା କରିବା ଦ୍ଵାର ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ଏସବୁ ସମାଧାନ କେବଳ ଗୋଟିଏ ମାତ୍ର ଆପଣ ଘରୋଇ ଉପଚାର ମାଧ୍ୟମରେ ଦାନ୍ତକୁ ସଫା କରନ୍ତୁ ।
କେମିତି କରିବେ ଦାନ୍ତ ସଫା ?
ଦାନ୍ତର ହଳଦିଆପଣ ଦ୍ଵର କରିବାକୁ ଅଦା ରସ ସହ ଲୁଣ ମିଶାଇ ବ୍ୟବହାର କରିପାରିବେ । ଅଦାରେ ଏମିତି ତତ୍ତ୍ଵ ଅଛି, ଯାହା ଦାନ୍ତ ସଫା କରିବାରେ ସହାୟକ ହୋଇଥାଏ । ଲୁଣ ମଧ୍ୟ ଦାନ୍ତରେ ଜମିଥିବା ଅସନାକୁ ସଫା କରିବାରେ ଲାଭଦାୟୀ ହୋଇଥାଏ । ଅଦା ରସ ସହ ଲୁଣ ମିଶାଇ ଦାନ୍ତରେ ବ୍ୟବହାର କରନ୍ତୁ । ଏହି ଉପଚାରକୁ ଚାରି ସପ୍ତାହରେ ଦିନକୁ ଥରେ ଲଗାଇବା ଦ୍ଵାରା ହଳଦିଆ ଦାନ୍ତ ସମସ୍ୟା ଚୁଟକିରେ ଦ୍ଵର କରିପାରିବେ ।
ଅର୍ଗସ ବ୍ୟୁରୋ: ନୂଆପଡ଼ା ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଳା ଗସ୍ତରେ ଯାଇ ନିର୍ବାଚନୀ ପରିବେଶରେ ଉଷ୍ଣତା ଭରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖଡ଼ିଆଳ ସହରରେ ଏକ ନିର୍ବାଚନୀ ସାଧାରଣ ସଭାରେ ଯୋଗ ଦେଇ କର୍ମୀଙ୍କୁ ଉଦବୋଧନ ଦେବେ ଧର୍ମେନ୍ଦ୍ର ପ୍ରଧାନ l ଏନେଇ ଖଡ଼ିଆଳଠାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ l କାର୍ଯ୍ୟକ୍ରମକୁ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ପ୍ରତି ବୁଥରୁ ବିଜେପି କର୍ମୀ ଆସିବେ l ଦଶ ହଜାର କର୍ମୀଙ୍କୁ ନେଇ ନିର୍ବାଚନୀ ସାଧାରଣ ସଭା ହେବା ନେଇ କାର୍ଯ୍ୟକ୍ରମ ରହିଛି l ଏହାସହ ଖଡ଼ିଆଳ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଥିବା କଣ୍ଟାବାଞ୍ଜିରେ ଜନସଭାକୁ କରିବେ ସମ୍ବୋଧନ। ଟିଟଲାଗଡ଼ ଓ ଲୋଇସିଂହାରେ ବି ସାଧାରଣସଭାରେ କରିବେ ଯୋଗଦାନ। ଧର୍ମେନ୍ଦ୍ରଙ୍କ ଗସ୍ତକୁ ନେଇ ସ୍ଥାନୀୟ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: