ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ନୂଆପଡ଼ା ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଳା ଗସ୍ତରେ ଯାଇ ନିର୍ବାଚନୀ ପରିବେଶରେ ଉଷ୍ଣତା ଭରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖଡ଼ିଆଳ ସହରରେ ଏକ ନିର୍ବାଚନୀ ସାଧାରଣ ସଭାରେ ଯୋଗ ଦେଇ କର୍ମୀଙ୍କୁ ଉଦବୋଧନ ଦେବେ ଧର୍ମେନ୍ଦ୍ର ପ୍ରଧାନ l ଏନେଇ ଖଡ଼ିଆଳଠାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ l କାର୍ଯ୍ୟକ୍ରମକୁ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ପ୍ରତି ବୁଥରୁ ବିଜେପି କର୍ମୀ ଆସିବେ l ଦଶ ହଜାର କର୍ମୀଙ୍କୁ ନେଇ ନିର୍ବାଚନୀ ସାଧାରଣ ସଭା ହେବା ନେଇ କାର୍ଯ୍ୟକ୍ରମ ରହିଛି l ଏହାସହ ଖଡ଼ିଆଳ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଥିବା କଣ୍ଟାବାଞ୍ଜିରେ ଜନସଭାକୁ କରିବେ ସମ୍ବୋଧନ। ଟିଟଲାଗଡ଼ ଓ ଲୋଇସିଂହାରେ ବି ସାଧାରଣସଭାରେ କରିବେ ଯୋଗଦାନ। ଧର୍ମେନ୍ଦ୍ରଙ୍କ ଗସ୍ତକୁ ନେଇ ସ୍ଥାନୀୟ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ମାଲକାନଗିରି : ଛତିଶଗଡ଼ ସୁକମାରେ ଏନକାଉଣ୍ଟର । ବଡ଼ଧରଣର ମାଓ ଶିବିର ଉପରେ DRG ଯବାନଙ୍କ ଚଢ଼ଉ । ଟେଟରାଇ ତେଲନାଇ ଜଙ୍ଗଲରେ ଚାଲିଥିଲା ମାଓ ଶିବିର । ଶୁକମାରେ DRG ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳବିନିମୟ ।
ଅଧିକ ପଢନ୍ତୁ ଓଡିଶା ଖବର
ଗୁଳବିନିମୟରେ ଜଣେ ହର୍ଡକୋର ମାଓବାଦୀ ମୃତ । ବର୍ତ୍ତମାନ ମଧ୍ୟ ଗୁଳିବିନିମୟ ଚାଲିଥିବା କଥା SP କିରଣ ଚୌହାନ ସୂଚନା ଦେଇଛନ୍ତି ।
ବାଲେଶ୍ୱର: ପାଣି ପାଇଁ ରାସ୍ତାରୋକ । ନୀଳଗିରି ବ୍ଲକ ଭଉଁରୀଆବାଡ଼ ପଞ୍ଚାୟତର ତେନ୍ତୁଳାପଡା ଗାଁରେ ପାନୀୟ ଜଳ ସଙ୍କଟ । ସ୍ବଚ୍ଛ ପାଣି ନମିଳିବାରୁ ବାଧ୍ୟ ହୋଇ ଗାଁ ଲୋକ ଗରା, ବାଲ୍ଟି ଧରି ତେନ୍ତୁଳାପଡା ଠାରେ ରାସ୍ତାରୋକ କରିଛନ୍ତି । ଗାଁରେ ଦୀର୍ଘଦିନ ଧରି ପାନୀୟ ଜଳର ଅଭାବ ଲାଗି ରହିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ନୀଳଗିରି ଝରଣଘାଟୀ ୧୯ ନଂ ରାଜ୍ୟ ରାଜପଥର କଳାକାଦ ଛକରେ ଗରା ବାଲ୍ଟି ଧରି ରାସ୍ତାରେ ଧାରଣା ଦେଲେ ମହିଳା ।
ବସୁଧା ଯୋଜନାରେ ପାଣି ଆସୁନଥିବାବେଳେ ସମସ୍ତ ନଳକୂପ ମଧ୍ୟ ଅଚଳ ହୋଇ ପଡିରହିଛି । ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ପରେ କୌଣସି ଫଳପ୍ରଦ ନହେବାରୁ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ଗରା ବାଲ୍ଟି ଧରି ପ୍ରତିବାଦ କରିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ : ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳ 8.30 ସୁଦ୍ଧା ଭୁବନେଶ୍ବରେ ପାରଦ 34.6 ରେକର୍ଡ କରାଯାଇଛି । ଗତ 3 ଦିନ ହେବେ ରାଜ୍ୟରେ ବଢିଛି ତାପମାତ୍ରା । ସକାଳ ସାଢେ ୫ଟାରୁ ଆସିଯାଉଛି ଖରା । ଖରାକୁ ନେଇ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ ।
ଅଧିକ ପଢନ୍ତୁ : ୨ରୁ ୪ ଡିଗ୍ରୀ ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗର ଆକଳନ
ଆସନ୍ତା 5 ଦିନ ପାଇଁ ଦେଶର 6 ରାଜ୍ୟକୁ ହିଟୱେଭ ଓ 3 ରାଜ୍ୟକୁ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଏବେ ରାଜସ୍ଥାନ, ପଞ୍ଜାବ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ବିହାରରେ ପାରଦ ଉପରମୁହାଁ ହୋଇଥିବାବେଳେ ତାମିଲନାଡୁ, କେରଳ ଓ ଦକ୍ଷିଣପୂର୍ବ କର୍ଣ୍ଣାଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଫଳରେ ବନ୍ୟା ସ୍ଥିତି ଦେଖା ଦେଇଛି । ମେ’ ମାସରେ ତାତି ରେକର୍ଡ କରିଛି। ଦେଶର ଅଧିକାଂଶ ରାଜ୍ୟରେ ପାରଦ ୪୫ ଟପିଛି ।