କେନ୍ଦ୍ରମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଜେପୁରର ଦାୟିତ୍ବ ନେବେ ବୋଲି କହିଥିଲେ । କିନ୍ତୁ ବିଜେପୁରର ବିକାଶ ଯେଉଁଠିକୁ ସେଇଠି ରହିଛି।
ସେହିପରି ପଦ୍ମପୁରରେ ପାନୀୟ ଜଳ, ଜଳସେଚନ, ଦାଦନ ସମସ୍ୟା, ସ୍କୁଲରେ ଶିକ୍ଷକ ଓ ମେଡିକାଲରେ ଡାକ୍ତର ଅଭାବ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ।
ଓଡ଼ିଶାର କୋଣ ଅନୁକୋଣରୁ ଶୁଭୁଛି ପରିବର୍ତ୍ତନର ସ୍ବର, ଏଥର ଓଡ଼ିଶାରେ ହେବ ବିଜେପି ସରକାର । ଭଟଲୀ ବିଜୟ ସଙ୍କଳ୍ପ ସମାବେଶରେ ଏଭଳି ଦମ୍ଭୋକ୍ତି ଭରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କୃଷିଭିତ୍ତିକ ଜିଲ୍ଲା ବରଗଡ ସୋହେଲାରେ ମୁଖ୍ୟମନ୍ତ୍ରୀ ୨୦୧୩ରେ ଚାଷୀଙ୍କ ପାଇଁ ଘୋଷଣା କରିଥିବା ୧୦୦ ଟଙ୍କା ବୋନସ କେବେ ଦେବେ ? ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେହିପରି ବିଜେପି କ୍ଷମତାକୁ ଆସିଲେ ଚାଷୀଙ୍କ କଲ୍ୟାଣ ହେବ । ବରଗଡର ଚାଷୀ ଭାଇଙ୍କ ସବୁ ଧାନ ଏଫସିଆଇ ଦ୍ବାରା କିଣାଯିବ । ମଣ୍ଡିକୁ ଆଧୁନିକୀକରଣ କରାଯିବ । ଧାନର ଏମଏସପି କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । କଟନୀଛଟନୀକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯିବ । ଏହା ମୋଦି ଗ୍ୟାରେଣ୍ଟି ବୋଲି ଅତାବିରା ସମାବେଶରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ମୋଦୀ ସରକାର ଓଡ଼ିଶାର ବିକାଶ ପାଇଁ ବଜେଟର ଅଭାବ ରଖିନାହାନ୍ତି । ହେଲେ ଏଠାକାର ଭ୍ରଷ୍ଟ ସରକାର ଦୁର୍ନୀତି କରି ମୋଦୀଙ୍କ ଅର୍ଥକୁ ବାଟମାରଣା କରୁଛନ୍ତି । ଏଥର ନିର୍ବାଚନରେ ଲୋକମାନେ ଭୋଟ୍ ମାଧ୍ୟମରେ ଏହାର ପ୍ରତି ଜବାବ୍ ଦେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପ୍ରାର୍ଥୀଙ୍କ ଲାଗି କରିଥିଲେ ରୋଡ ସୋ'।
ଅଧିକ ପଢ଼ନ୍ତୁ ନିର୍ବାଚନ ଖବର