ତେବେ ମୁଖ୍ୟମନ୍ତ୍ରୀ ହେବେ ବରିଷ୍ଠ ବିଜେପି ନେତା ତଥା କେନ୍ଦୁଝରର ବିଧାୟକ ମୋହନ ମାଝୀ । ଆସନ୍ତାକାଲି ଅପରାହ୍ନ ୪.୪୫ଟାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ । ସେହିପରି ଓଡ଼ିଶାରେ ଦୁଇ ଉପମୁଖ୍ୟମନ୍ତ୍ରୀ ହେବେ। କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡା ହେବେ ଉପମୁଖ୍ୟମନ୍ତ୍ରୀ । ଶପଥ ପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ମୋହନ ମାଝୀ କେନ୍ଦୁଝରରୁ ଏଥର କ୍ରମାଗତ ୪ର୍ଥ ବିଜୟ ହାସଲ କରିଛନ୍ତି। ସେହିପରି ସେ ଜଣେ ଆଦିବାସୀ ନେତା ଭାବେ ବେଶ ପରିଚିତ।
ଅଧିକ ପଢନ୍ତୁ ଓଡିଶା ଖବର