ଅଧିକ ପଢନ୍ତୁ : ଆଜି ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ବାଚନ ପ୍ରଚାର
2014ରେ ପ୍ରଥମ ଥର ପାଇଁ ମୋଦି ବାରାଣସୀ ଆସନରୁ ନିର୍ବାଚନ ଲଢ଼ିଥିଲେ ।
ଅର୍ଗସ ବ୍ୟୁରୋ : 14ରେ ବାରାଣସୀ ଆସନରୁ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ । ଏହାପୂର୍ବରୁ ଆସନ୍ତା 13 ତାରିଖରେ ବିଶାଳ ରୋଡ ଶୋ କରି ଶକ୍ତି ପ୍ରଦର୍ଶନ କରିବେ ମୋଦି । ବାରାଣସୀରେ ଲୋକସଭା ଆସନରେ ଜୁନ 1ରେ ନିର୍ବାଚନ ହେବାକୁ ଯାଉଥିବାବେଳେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ବାରାଣସୀରୁ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି ।
ଅଧିକ ପଢନ୍ତୁ : ଆଜି ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ବାଚନ ପ୍ରଚାର
2014ରେ ପ୍ରଥମ ଥର ପାଇଁ ମୋଦି ବାରାଣସୀ ଆସନରୁ ନିର୍ବାଚନ ଲଢ଼ିଥିଲେ ।
ଅର୍ଗସ ବ୍ୟୁରୋ : ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳ 8.30 ସୁଦ୍ଧା ଭୁବନେଶ୍ବରେ ପାରଦ 34.6 ରେକର୍ଡ କରାଯାଇଛି । ଗତ 3 ଦିନ ହେବେ ରାଜ୍ୟରେ ବଢିଛି ତାପମାତ୍ରା । ସକାଳ ସାଢେ ୫ଟାରୁ ଆସିଯାଉଛି ଖରା । ଖରାକୁ ନେଇ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ ।
ଅଧିକ ପଢନ୍ତୁ : ୨ରୁ ୪ ଡିଗ୍ରୀ ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗର ଆକଳନ
ଆସନ୍ତା 5 ଦିନ ପାଇଁ ଦେଶର 6 ରାଜ୍ୟକୁ ହିଟୱେଭ ଓ 3 ରାଜ୍ୟକୁ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଏବେ ରାଜସ୍ଥାନ, ପଞ୍ଜାବ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଓ ବିହାରରେ ପାରଦ ଉପରମୁହାଁ ହୋଇଥିବାବେଳେ ତାମିଲନାଡୁ, କେରଳ ଓ ଦକ୍ଷିଣପୂର୍ବ କର୍ଣ୍ଣାଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଫଳରେ ବନ୍ୟା ସ୍ଥିତି ଦେଖା ଦେଇଛି । ମେ’ ମାସରେ ତାତି ରେକର୍ଡ କରିଛି। ଦେଶର ଅଧିକାଂଶ ରାଜ୍ୟରେ ପାରଦ ୪୫ ଟପିଛି ।
ଅର୍ଗସ ବ୍ୟୁରୋ: ଆମେ ସମସ୍ତେ ଜାଣିଛେ ଡ୍ରାଏ ଫ୍ରୁଟସ ଆମ ଶରୀର ପାଇଁ କେତେ ଲାଭଦାୟୀ। କିନ୍ତୁ ଏହି ଡ୍ରାଏ ଫ୍ରୁଟସ ଗୁଡ଼ିକ ବହୁତ୍ ମହଙ୍ଗା ହୋଇଥାଏ। ଅଧିକାଂଶ ଲୋକଙ୍କ ପାଇଁ ନିୟମିତ ଭାବରେ ଖାଇବା ଅସମ୍ଭବ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଡ୍ରାଏ ଫ୍ରୁଟସ୍ ବିଷୟରେ କହିବୁ ଯାହା ଦେଖିବାକୁ ଛୋଟ କିନ୍ତୁ ତାର ଫାଇଦା ବହୁତ୍ ବଡ଼।
କିସମିସ୍। ସାଧାରଣତଃ କିସମିସକୁ ଲୋକେ କ୍ଷୀରି ପୁଲାଉ ଆଦି ମିଠା ଜାତୀୟ ଖାଦ୍ୟରେ ବ୍ୟବହାର କରିଥାନ୍ତି । କିନ୍ତୁ କେବେ କିସମିସକୁ ପାଣିରେ ପକେଇକି ପିଇଛନ୍ତି? ଏଥିରେ ଏମିତି ପୋଷକ ତତ୍ତ୍ବ ରହିଛି ଯାହା ସ୍ବାସ୍ଥ୍ୟ ପାଇଁ ବରଦାନ ଭଳି କାମ କରିଥାଏ। ଚାଲନ୍ତୁ ଜାଣିବା ଏହାର ଉପକାରିତା ବିଷୟରେ।
କିସମିସରେ ଫାଇବର ଏବଂ ଭିଟାମିନ ଭରପୁର ଥାଏ ,ଯାହା ଇମ୍ୟୁନିଟି ବଢ଼ାଇଥାଏ ଏବଂ ଯାହାଦ୍ବାରା ଭୋକ କମ୍ ହୋଇଥାଏ। ମେଟାବୋଲିଜମ୍ ବି ବଢ଼ାଇଥାଏ । ଶରୀର ପାଇଁ ଅମୃତ ସଦୃଶ ହେଉଛି କିସମିସ୍ । ଏଥିରେ ଭିଟାମିନ୍ C, E, ବିଟା କାରୋଟିନ୍ ଭଳି ଆଣ୍ଟିଅକ୍ସିଡେଣ୍ଟ ଥାଏ ଯାହା ହାନିକାରକ ଫ୍ରୀ ରେଡିକଲସ୍ ଦ୍ବାରା ହେଉଥିବା ହାନିରୁ ରକ୍ଷା କରିଥାଏ ତାସହିତ ଭିଟାମିନ V, C ରହିଛି ଯାହା କୋଲେଜନ୍ ବଢ଼ାଇଥାଏ। ଏହା ତ୍ବଚ୍ଛାର ନମନୀୟତା ବଢ଼ାଇଥାଏ ଯାହାଦ୍ବାରା ସ୍କିନ୍ ଭଲ ରହିଥାଏ। ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ। ହାଡକୁ ଶକ୍ତ କରିବା ସହ ଶରୀରରେ ଆଇରନର ସ୍ତରକୁ ମଧ୍ୟ ବଢ଼ାଇ ଥାଏ।
କିସମିସରେ ଫାଇବର ଏବଂ ପୋଟାସିୟମ ଅନେକ ମାତ୍ରାରେ ରହିଥାଏ ଯାହା ଶରୀରରେ ବ୍ଲଡ଼ ପ୍ରେସରକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ। କେବଳ ଏତିକି ନୁହେଁ ଶରୀରରେ ହିମୋଗ୍ଲୋବିନ ଠିକ୍ ରଖିବା ସହିତ ପେଟ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଞ୍ଚାୟତ ସମିତି ସଭାଗୃହରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଆସବାବପତ୍ର। ସୂଚନା ଅନୁସାରେ ଗତ କାଲି ବିଳମ୍ବିତ ରାତି ପ୍ରାୟ ୩ ଟା ସମୟରେ ବିଦ୍ୟୁତ ସଟସର୍କିଟ ଘଟି ପଞ୍ଚାୟତ ସମିତି ସଭାଗୃହ ଠାରେ ନିଆଁ ଲାଗିଥିଲା। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଅଳ୍ପ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ସଭାଗୃହ ଜଳିପୋଡି ପାଉଁଶ ହୋଇଯାଇଛି।
ଅଧିକ ପଢନ୍ତୁ : ତୀର୍ଥଯାତ୍ରୀ ବସରେ ନିଆଁ , ୮ ଜୀବନ୍ତ ଦଗ୍ଘ
ସଭାଗୃହ ମଧ୍ୟରେ ଥିବା ଦୁଇଟି ଏସି, ଚାରୋଟି ହ୍ୟାଙ୍ଗିଙ୍ଗ ଫ୍ୟାନ, କୋଡିଏ ରୁ ଉର୍ଦ୍ଧ ଚେୟାର, ଓ ସଭାଗୃହ ଛାତ ସିଲିଂ ନିଆଁରେ ଜଳି ଯାଇଥିବା ଦେଖିବାକୁ ମିଳିଛି। ଘଟଣା ସମ୍ପର୍କରେ ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ।