ଅଧିକ ପଢନ୍ତୁ ଭାରତ ଖବର
ନୂଆଦିଲ୍ଲୀ: ତୃତୀୟ ଥର ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିସହିତ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ତିନି ଓଡ଼ିଆ ଶପଥ ନେଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ଜୁଏଲ ଓରାମଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମୋଦିଙ୍କ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରାଜନାଥ ସିଂ ଏବଂ ଅମିତ୍ ଶାହ, ନୀତିନ ଗଡ଼କରୀ, ଜେପି ନଡ୍ଡା, ନିର୍ମଳା ସୀତାରମଣ, ଏସ୍ ଜୟଶଙ୍କର, ପୀୟୂଷ ଗୋୟଲ, ଜିତନ ରାମ ମାନଝୀ, ଶିବରାଜ ସିଂ ଚୌହାନ, ମନୋହରଲାଲ ଖଟ୍ଟର, ଏଚ୍ଡି କୁମାର ସ୍ୱାମୀ, ସର୍ବାନନ୍ଦ ସୋନଓ୍ୱାଲ , ରାଜୀବ ରଞ୍ଜନ ସିଂ, ଡ. ବିରେନ୍ଦ୍ର କୁମାର, ପ୍ରହ୍ଲାଦ ଯୋଶୀ, ରାମ ମୋହନ ନାଇଡୁ, ଜ୍ୟୋତିରାଦିତ୍ୟ ସିନ୍ଦିଆ, ମୁନସୁଖ ମାଣ୍ଡଭିୟ, ହରଦୀପ ସିଂହ ପୁରୀ, କିରଣ ରିଜିଜୁ, ଅନ୍ନପୂର୍ଣ୍ଣ ଦେବୀ, ଗଜେନ୍ଦ୍ର ସିଂ ସେଖାଓ୍ୱତ, ଜି. କିଷନ ରେଡ୍ଡୀ, ଚିରାଗ ପାସଓ୍ୱାନ, ସି.ଆର. ପାଟିଲ, ଇନ୍ଦ୍ରଜିତ ସିଂ, ଜିତେନ୍ଦ୍ର ସିଂ ଙ୍କୁ ଶପଥପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଅଧିକ ପଢନ୍ତୁ ଭାରତ ଖବର
ବାଲେଶ୍ୱର: ମଧ୍ୟାହ୍ନ ଭୋଜନ ଖାଇ ୬ ଜଣ ଛାତ୍ରଛାତ୍ରୀ ଅସୁସ୍ଥ । ସୋର କେଦାରପୁର ପଂଚାୟତ ବାଣୀସିଆ ପ୍ରାଥମିକ ବିଦ୍ୟଳୟରେ ମଧ୍ୟାହ୍ନ ଭୋଜନ ଖାଇ ୬ ଜଣ ଛାତ୍ରଛାତ୍ରୀ ଅସୁସ୍ଥ। ସମସ୍ତଙ୍କୁ ସୋର ଡାକ୍ତରଖାନାରେ ଭର୍ତି କରାଯାଇଛି। ଆଜି ମଧ୍ୟାହ୍ନରେ ୩୫ ଜଣ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ତରକାରୀ ଓ ଭାତ ଦିଆଯାଇଥିଲା। ଖାଇବା ପରେ କେତେଜଣ ପିଲାଙ୍କ ପେଟ କାଟିବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରି ଅସୁସ୍ଥ ହୋଇପଡିଥିଲେ। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ କମିଟି ମେମ୍ବର ପିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଅଲଗା ହେଲେ ଅର୍ଜୁନ ମଲାଇକା। ଯେଉଁ ଚର୍ଚ୍ଚା ଲାଗି ରହିଥିଲା ତାହା ଏବେ କନଫର୍ମ ହୋଇଗଲା। ବ୍ରେକଅପ୍ ଖବର ମଧ୍ୟରେ ଅର୍ଜୁନ ଏବଂ ମଲାଇକା ଏକ ପରସ୍ପର ମଧ୍ୟରେ ସାମ୍ନା ସାମ୍ନି ହୋଇଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ କୌଣସି ପ୍ରକାରର କଥାବାର୍ତ୍ତା ହୋଇନଥିଲା। ଅର୍ଜୁନ ଏବଂ ମଲାଇକା ନିକଟରେ କୁନାଲ ରାଓ୍ୱଲଙ୍କ ଫ୍ୟାଶନ ସୋ'ରେ ଯୋଗ ଦେଇଥିଲେ। ଏହି ସମୟ ମଧ୍ୟରେ ଉଭୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେୋ। ଏହି ଇଭେଣ୍ଟରେ ଦୁହେଁ ଅନେକ ଥର ମୁହାଁମୁହିଁ ହୋଇଥିଲେ, କିନ୍ତୁ ଅର୍ଜୁନ ଏବଂ ମଲାଇକା ପରସ୍ପରଠାରୁ ଦୂରତା ବଜାୟ ରଖିଥିଲେ।
ଏହି ଇଭେଣ୍ଟରେ, ମଲାଇକା ଏବଂ ଅର୍ଜୁନ ଅନ୍ୟ ସମସ୍ତ ଅତିଥିଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା, କିନ୍ତୁ ଦୁହେଁ ପରସ୍ପରକୁ ଅଣଦେଖା କରିବା ନଜର ଆସିଥିଲେ। ଉଭୟଙ୍କ ଏହି ବ୍ୟବହାର ଦେଖିବା ପରେ, ଏହା ନିଶ୍ଚିତ ଯେ ଦୁହିଁଙ୍କ ବ୍ରେକଅପ୍ କନଫର୍ମ। ହୁଏତ ଏଖବର ପରେ ଅର୍ଜୁନ ଏବଂ ମଲାଇକାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଦୁଃଖ ଆସିବ। କିନ୍ତୁ ଏହା ସତ। ଶେଷରେ ଏହି ଦୁଇ ପପୁଲାର ଯୋଡି ଅଲଗା ହୋଇଯାଇଛନ୍ତି। ଏହା ପୂର୍ବରୁ ଜୁଲାଇ ୧୨ରେ ଅନନ୍ତ ଏବଂ ରାଧିକାଙ୍କ ବିବାହରେ ପ୍ରଶଂସକମାନେ ଆଶା କରୁଥିଲେ ଯେ ଅର୍ଜୁନଙ୍କ ସହ ସେମାନେ ମଧ୍ୟ ମଲାଇକା ଆରୋରାଙ୍କୁ ଦେଖିବେ, କିନ୍ତୁ ତାହା ହୋଇନଥିଲା। ପୂରା ବିବାହରେ ଅର୍ଜୁନ ଏକାକୀ ନଜର ଆସିଥିଲେ। ମଲାଇକା ବିବାହରେ ଅନୁପସ୍ଥିତ ରହିଥିଲେ। ଅନେକ ଦିନ ଧରି ଥିବା ସେମାନଙ୍କ ରିଲେସନସିପ୍ ଭାଙ୍ଗି ଯାଇଛି। ଦୁହେଁ ଆଉ ଏକାଠି ନଜର ଆସୁନାହାନ୍ତି। ଗୋଟିଏ ଇଭେଣ୍ଟରେ ଏକାଠି ଆସିଥିଲେ ବି ଆଉ କଥାବାର୍ତ୍ତା ନାହିଁ। ହେଲେ ବ୍ରେକଅପ ଖବରକୁ ନେଇ ଦୁହେଁ କୌଣସି ସୂଚନା ଦେଇନାହାନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: