ମହାରାଜାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଭୁଲିଯାଇଥିଲେ । ହେଲେ ମନେ ପକାଇଦେଲେ ପାଖରେ ଥିବା ଗୁମାସ୍ତା ପାଣ୍ଡିଆନ । ବୋଧହୁଏ ଠିକ୍ରେ ଶୁଣାଗଲା ନାହିଁ । ସେଇଥି ଲାଗି ତ କଥା ଗୋଳାଇ ଦେଲେ । ହେଲେ ମହାରାଜାଙ୍କ ପରି ବ୍ୟକ୍ତିତ୍ଵକୁ ମୁଖ୍ୟମନ୍ତ୍ରୀ କେମିତି ଅବହେଳା କଲେ ତାହାକୁ ନେଇ ପ୍ରଶ୍ନ ଉଠିଲାଣି । ଖାଲି ପ୍ରଶ୍ନ ଉଠିଲା ତାହା ନୁହେଁ ବରଂ ଓଡ଼ିଆଙ୍କ ସହ ନବୀନ ବାବୁ ସାଙ୍ଘାତିକ ଖେଳ ଖେଳୁଛନ୍ତି ବୋଲି ଲୋକେ କହିଲେଣି । ସେଇଥି ଲାଗି ତ ଏ ସରକାର ବଦଳିବା ଦରକାର ନାରା ଦେଉଛନ୍ତି ପ୍ରତିଟି ଓଡ଼ିଆ ।
ଅବସର ଥିଲା ନିର୍ବାଚନ ପ୍ରଚାର । ବିଜେଡି ଲାଗି ପ୍ରଚାର କରୁଥିଲେ ଖୋଦ ସୁପ୍ରିମୋ ନବୀନ ପଟ୍ଟନାୟକ । ହେଲେ ମଂଚରେ ଯେମିତି ଭୁଲଭାଲ କଥା କହିଲେ, ମହାରାଜାଙ୍କୁ କଦଥ୍ୟ କଲେ ସେ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି । ଖାଲି ଘୂରି ବୁଲୁଛି ତାହା ନୁହେଁ ବରଂ ୨୪ ବର୍ଷର ମୁଖ୍ୟମନ୍ତ୍ରୀ ଥିବା ପରେ ବି କେମିତି ଓଡ଼ିଆ କହିପାରିଲେନି ତାହାକୁ ନେଇ ଚର୍ଚ୍ଚା ଚାଲିଛି । ଏହାସହ ଯେଉଁ ସରକାର ଓଡ଼ିଆଙ୍କ ଅସ୍ମିତା ଓ ଭାବାବେଗକୁ ସହଜରେ ବୁଝିପାରୁନାହାନ୍ତି ସେ ସରକାର ଓଡ଼ିଶାରେ ରହିଲେ ବିପଦ ବୋଲି ଲୋକେ କହିଲେଣି । ତେଣୁ ଏ ସରକାର ବଦଳିବା ଦରକାର ବୋଲି ନାରା ପଡ଼ିଲାଣି, ଖାଲି ନାରା ପଡିଲାଣି ତାହା ନୁହେଁ ବରଂ ଲୋକେ ଶପଥ ନେଲେଣି ବିଜେଡିକୁ ହରାଇବେ, ବିଜେପିକୁ ଜିତାଇବେ । ତେବେ ସମୟ କହିବ ବିଜେଡି ଏଥର କେତେ ଭୋଟ୍ ପାଉଛି ।