ଏହାପରେ ନନ୍ଦପଡାର ବାଲୁଙ୍କେଶ୍ବର ବାବା, ଝାଡୁଆପଡାର ବ୍ରହ୍ମପୁରା ଜଗନ୍ନାଥ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ମନ୍ଦଳିଆ ସ୍ଥିତ ଶ୍ୟାମ ଜୀ ମନ୍ଦିର ଓ ଦାନିପାଲି ସ୍ଥିତ ମାଁ ରାମଚଣ୍ତୀ ମନ୍ଦିର ପହଁଚି ପୂଜାର୍ଚ୍ଚନା କରିବା ସହ ଦର୍ଶନ କରିବେ । ପରେ ବିଭିନ୍ନ ସ୍ଥାନରେ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି ।
ସମ୍ବଲପୁର ମାନେଶ୍ଵର ସ୍ଥିତ ଶିବ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ସମ୍ବଲପୁର ମାନେଶ୍ଵର ସ୍ଥିତ ଶିବ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବାର ସୌଭାଗ୍ୟ ଲାଭ କଲି । ମହାଦେବଙ୍କ ଆଶୀର୍ବାଦ ଆମର ସମାଜ ଉପରେ ସର୍ବଦା ରହିଥାଉ, ଏହା କାମନା ।
ଶ୍ରୀ ଶ୍ରୀ ମାନଧାତାବାବା କୀ ଜୟ 🙏 pic.twitter.com/Lo7dJt7irv — Dharmendra Pradhan (@dpradhanbjp) June 16, 2024
ସମ୍ବଲପୁରର ପୂର୍ବତନ ବିଧାୟିକା, ସମାଜସେବୀ ତଥା ପ୍ରତିଷ୍ଠିତ ଚିକିତ୍ସିକ ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ସମ୍ବଲପୁରର ପୂର୍ବତନ ବିଧାୟିକା, ସମାଜସେବୀ ତଥା ପ୍ରତିଷ୍ଠିତ ଚିକିତ୍ସିକ ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ଭେଟି ଆଶୀର୍ବାଦ ନେଲି ।#Sambalpur#Odisha pic.twitter.com/0NBk1XL5qO — Dharmendra Pradhan (@dpradhanbjp) June 16, 2024
ସେହିପରି ସମ୍ବଲପୁରରେ ଗୁରୁଜନ ମାନଙ୍କୁ ଭେଟି ଆଶୀର୍ବାଦ ନେବା ସହ ସମ୍ବଲପୁରର ସମୃଦ୍ଧ ସାହିତ୍ୟର ପ୍ରଚାର ପ୍ରସାର, ଶିକ୍ଷା, ଅନୁକୂଳ ପରିବେଶ ତଥା ଅଞ୍ଚଳର ବିକାଶ ଓ ଉନ୍ନତି ପାଇଁ ସେମାନଙ୍କର ଉପାଦେୟ ପରାମର୍ଶ ନେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ସମ୍ବଲପୁରରେ ଗୁରୁଜନ ମାନଙ୍କୁ ଭେଟି ଆଶୀର୍ବାଦ ନେବା ସହ ସମ୍ବଲପୁରର ସମୃଦ୍ଧ ସାହିତ୍ୟର ପ୍ରଚାର ପ୍ରସାର, ଶିକ୍ଷା, ଅନୁକୂଳ ପରିବେଶ ତଥା ଅଞ୍ଚଳର ବିକାଶ ଓ ଉନ୍ନତି ପାଇଁ ସେମାନଙ୍କର ଉପାଦେୟ ପରାମର୍ଶ ଗ୍ରହଣ କଲି । ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଗୁରୁ ଶ୍ରୀ ସତ୍ଯନାରାୟଣ ବହିଦାର ଓ ମା' ସମଲେଇଙ୍କ ସଂସ୍କୃତି ଉପରେ ଲିଖିତ… pic.twitter.com/6gOLMQGxBH — Dharmendra Pradhan (@dpradhanbjp) June 16, 2024