ଆଜି ପାଇଁ କଟକ, ଭୁବନେଶ୍ବର ଓ ବାଲେଶ୍ବରକୁ ରେଡ୍ ୱାର୍ଣ୍ଣିଂ ଜାରି । ଅଗାମୀ 24 ଘଣ୍ଟା ପାଇଁ ସିଭିୟର ହିଟୱେଭ୍ ଜାରି । ଆସନ୍ତା 3 ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ସହ ଗୁଳୁଗୁଳି ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ତାତିରୁ ନାହିଁ ନିସ୍ତାର । ସାଢ଼େ ୧୧ ସୁଦ୍ଧା ୪୪ ଟପିଲା ତାପମାତ୍ରା । ୪୪.୧ ଡିଗ୍ରୀ ତାପମାତ୍ରା ସହ ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର । ଭୁବନେଶ୍ବର ୪୩.୬ ଡିଗ୍ରୀ, ଝାରସୁଗୁଡ଼ା ୪୨.୫ ଡିଗ୍ରୀ, କେନ୍ଦୁଝର ୪୧.୪ ଡିଗ୍ରୀ, ଚାନ୍ଦବାଲି ୪୧.୨ ଡିଗ୍ରୀ, ରାଉରକେଲା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି ।
ଆଜି ପାଇଁ କଟକ, ଭୁବନେଶ୍ବର ଓ ବାଲେଶ୍ବରକୁ ରେଡ୍ ୱାର୍ଣ୍ଣିଂ ଜାରି । ଅଗାମୀ 24 ଘଣ୍ଟା ପାଇଁ ସିଭିୟର ହିଟୱେଭ୍ ଜାରି । ଆସନ୍ତା 3 ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ସହ ଗୁଳୁଗୁଳି ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ମୟୂରଭଞ୍ଜ ଗସ୍ତ । ମୋରଡା ନିର୍ବାଚନ ମଣ୍ଡଳୀ ଶୁଳିଆପଦାର ଚାଉଳଧଣିଆ ପଡିଆରେ ଜନସଭାରେ ଯୋଗ ଦେବେ ଅର୍ଜୁନ ମୁଣ୍ଡା । ଏହା ପରେ ଉଦଳା ଚନ୍ଦ୍ରପୁର ପଂଚାୟତର ହାତିମୋଡା ପଡିଆରେ ଆୟଜିତ ସଭା, ଯଶୀପୁର ଭଞ୍ଜକିଆ ଇଟାଗଡରେ ଆୟଜିତ ଜନସଭାରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଜି ଆଇପିଏଲ ପ୍ଲେ ଅଫ ମୁକାବିଲା । ଗୁଜରାଟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପ୍ରଥମ କ୍ୱାଲିଫାୟର ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ । ଆଜିର ମ୍ୟାଚରେ ଯିଏ ଜିତିବ ସେ ସିଧାସଳଖ ଫାଇନାଲରେ ପ୍ରବେଶ କରିବ । କିନ୍ତୁ କେକେଆର ଓପନର ଫିଲ ସଲ୍ଟ ଏହି ମ୍ୟାଚ ଖେଳିବେ ନାହିଁ।
ଜୁନ ୧ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଖେଳାଳିମାନେ ପ୍ଲେ-ଅଫ ଖେଳିବେ ନାହିଁ । ତେଣୁ କେକେଆର ଫିଲ ସଲ୍ଟ, ରାଜସ୍ଥାନ ରୟାଲର ଜସ୍ ବଟଲର ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁର ୱିଲ ଜାକ୍ସ୍ ପ୍ଲେ-ଅଫରୁ ବାଦ ପଡିବେ । ଉଭୟ କୋଲକାତା ଓ ହାଇଦ୍ରାବାଦ ବ୍ୟାଟିଂରେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ହାଇଦ୍ରାବାଦର ଦୁଇ ଓପନର ଟ୍ରେଭିସ୍ ହେଡ, ଅଭିଷେକ ଶର୍ମା ଜବରଦସ୍ତ ପ୍ରଦର୍ଶନ କରୁଥିବା ବେଳେ କୋଲକାତାର ଓପନର ସୁନିଲ ନାରିନଙ୍କ ପ୍ରଦର୍ଶନ ଚମତ୍କାର ରହିଛି । ବୋଲିଂରେ ହାଇଦ୍ରାବାଦ ତୁଳନାରେ କୋଲକାତାର ପ୍ରଦର୍ଶନ ଭଲ ରହିଛି।
ରାଗିଲେ ରୋହିତ: ସୋସିଆଲ ମିଡ଼ିଆରେ ଜାହିର କଲେ ଅସନ୍ତୋଷ
ତେବେ ଆଇପିଏଲ ପ୍ଲେ ଅଫ ନିୟମ ଅନୁଯାୟୀ, ଫାଇନାଲ ମୁକାବିଲା ପାଇଁ ୪ ଟି ଟିମ୍ ମଧ୍ୟରେ ଦୁଇଟି କ୍ୱାଲିଫାୟର ଏବଂ ଗୋଟିଏ ଏଲିମିନେଟର ମ୍ୟାଚ ଖେଳାଯିବ । ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ଦୁଇ ଟିମ୍ କୋଲକତା-ହାଇଦ୍ରାବାଦ ପ୍ରଥମ କ୍ୱାଲିଫାୟର ଖେଳିବେ । ସେମାନଙ୍କ ମଧ୍ୟରୁ ବିଜୟୀ ଟିମ ସିଧା ଆଇପିଏଲ-୨୦୨୪ ଫାଇନାଲକୁ ଯିବ । ଆଉ ପରାଜିତ ଟିମ୍ ଏଲିମିନେଟର ମ୍ୟାଚର ବିଜେତା ଟିମ ସହ ଦ୍ୱିତୀୟ କ୍ୱାଲିଫାୟାର ଖେଳିବେ । ଏଲିମିନେଟର ମ୍ୟାଚ ବେଙ୍ଗାଲୁରୁ-ରାଜସ୍ଥାନ ମଧ୍ୟରେ ଖେଳାଯିବ । ଦ୍ୱିତୀୟ କ୍ୱାଲିଫାୟାର ବିଜେତା ସହ ପ୍ରଥମ କ୍ୱାଲିଫାୟରର ବିଜେତା ସିହ ଫାଇନାଲ ଖେଳିବ।
ଅର୍ଗସ ବ୍ୟୁରୋ: ଭଞ୍ଜନଗରରୁ ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ପୋଲିସ ବସ ଦୁର୍ଘଟଣା। ଡିଆରଡିଏ ଛକ ନିକଟରେ ଡିଭାଇଡରରେ ପିଟି ହେଲା ବସ। ଜଣେ ପୋଲିସ କର୍ମଚାରୀ ଆହତ। ଅଳ୍ପକେ ବର୍ତ୍ତିଲେ ବସରେ ଥିବା ଅନ୍ୟକର୍ମଚାରୀ।
୨୦ ଜଣ ପୋଲିସ କର୍ମଚାରୀକୁ ନେଇ ଫେରୁଥିଲା ବସ। ସେପଟେ କଟକରେ ଟ୍ରକ ଧକ୍କାରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର