ଅଧିକ ପଢନ୍ତୁ ଓଡିଶା ଖବର
କିନ୍ତୁ ନିଆଁ ର ମାତ୍ର ଏତେ ଅଧିକ ଥିଲା ଯେ ଘରର ସମସ୍ତ ଆସବାବପତ୍ର ଧାନ ଚାଉଳ ସମେତ ଧାର କରଜ ସୁଝିବା ପାଇଁ ରଖିଥିବା ୨୫ ହଜାର ଟଙ୍କା ମଧ୍ୟ ଜାଳି ପୋଡି ପାଉଁଶ ହୋଇଯାଇଥିଲା । ନିଆଁ ମାତ୍ରା ଏତେ ଅଧିକା ଥିଲା ଯେ ଗ୍ରାମବାସୀ ନିଆଁ ଲିଭାଇବା ପାଇଁ ପ୍ରୟାସ କରିଥିଲେ ସୁଦ୍ଧା ସବୁ ଜଳିପୋଡି ଛାରଖାର ହୋଇଯାଇଥିଲା । ପରେ ଗ୍ରାମବାସୀଙ୍କ ନିକଟରୁ ଖବର ପାଇ ଘଟଣା ସ୍ଥଳରେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ ପହଞ୍ଚି ଅଗ୍ନି ବିପର୍ଣ୍ଣ ପରିବାର ସହ ଆଲୋଚନା କରିବା ସହ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ପରେ ଅଗ୍ନି ବିପର୍ଣ୍ଣ ପରିବାରକୁ ସରକାରୀ ସ୍ଥରରେ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ହରଭଙ୍ଗା ତହସିଲଦାର ଓ ବିଡ଼ିଓ ଙ୍କ ସହ ଆଲୋଚନା କରିଥିଲେ । ତହସିଲଦାର ଘଟଣା ସ୍ଥଳ ପରିଦର୍ଶନ କରିବା ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।