ଧରାପଡ଼ିଗଲା ବିଜେଡିର ପ୍ଲାନ୍ । କେମିତି ବବିଙ୍କୁ ସୁରକ୍ଷା ଦିଆଯିବ ସେନେଇ ଯେତେ ଅଙ୍କକଷା କସିବା କଥା କଷୁଛନ୍ତି । କିନ୍ତୁ ଫଳ ସେମିତି କିଛି ମିଳିବ ନାହିଁ । କାରଣ ବବିଙ୍କ ମାଆ ସଂଧ୍ୟାରାଣୀଙ୍କୁ ଦଳ ଯେଉଁ କୋରେଇ ଆସନରୁ ପ୍ରାର୍ଥୀ କରିଛି ସେ ଆସନରେ ବିଜେପିର ସ୍ଥିତି ଦୃଢ । ଖାଲି ଏତିକି ନୁହେଁ ବରଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ପ୍ରୀତିରଂଜନ ଘଡେଇଙ୍କ ପତ୍ନୀ ଝିଲିକଙ୍କୁ ସେହି ଆସନରୁ ମଇଦାନକୁ ଓହ୍ଲାଇବାକୁ ଚେଷ୍ଟା କରାଯାଇଥିଲା । ହେଲେ ଫଳ ପୂରା ଓଲଟା ହେଲା । କାରଣ ପୂର୍ବରୁ କୋରେଇ ଲାଗି ଦାସ ପରିବାର ଓ ଘଡେଇ ପରିବାର ଭିତରେ ପାୱାର ଟସଲ ହେଉଥିବା ଚର୍ଚ୍ଚା ଜୋର ଧରିଥିଲା । ଆଉ ଏବେ ପୁଣି ଥରେ ଦାସ ପରିବାରର ହିଁ ବିଜୟ ହୋଇଛି ବୋଲି କୁହାଯାଉଛି ।
ମୋଟ୍ ଉପରେ ବିଜେଡିରେ ଏବେ ଗୋଷ୍ଠୀ କନ୍ଦଳ ଜୋର । ପ୍ରାର୍ଥୀ ଘୋଷଣା ହେବା ପରଠୁ ହିଁ ନେତାଙ୍କ ଭିତରେ ଅସନ୍ତୋଷ ଦେଖାଯାଉଛି । ତେଣୁ କେମିତି କାହାକୁ ଟିକଟ ଦିଆଯିବ ସେନେଇ ଦଳ ଚିନ୍ତାରେ ରହିଥିବା ବେଳେ ବି ବବିଙ୍କୁ ସୁରକ୍ଷା ଦେବାକୁ ପ୍ଲାନ୍ କରାଯାଇଛି । ଖାଲି ବବିଙ୍କୁ ନୁହେଁ ବରଂ ପାଣ୍ଡିଆନଙ୍କ ପାଇଁ ବି କାଳେ ନବୀନ ବାବୁ କଂଟାବାଞ୍ଜିରୁ ନିର୍ବାଚନ ଲଢିବେ ବୋଲି କୁହାଯାଉଛି । ତେବେ ସମୟ କହିବ କେଉଁ ଆସନରୁ କିଏ ଜିତୁଛି ? କାହା ପାଇଁ କେଉଁ ଆସନ ରିଜର୍ଭ ରହୁଛି ।