ସେମାନେ ମୁଖ୍ୟ ସ୍ରାତରେ ସାମିଲ ହେବାକୁ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଇଛି । ଦୁଇ ମହିଳା ମାଓବାଦୀଙ୍କ ନାମ ୟୋଗି ମାଡଭି ଓ ପୋଜେ ମାଡଭି ବୋଲି ଜଣାଯାଇଛି। ଠିକ୍ ସେହିପରି ପୁରୁଷ ମାଓବାଦୀମାନେ ହେଲେ ଭୀମ କାଡଟି, ଭୀମ ବଂଜାମ, ବନ୍ଦୀ ବଂଜାମ, ଅରମା ରାବୀ, ମଲ୍ଲା ମାଡଭି, ଦେବ କାଟଭି ଓ ଆୟତା ମାଡଭି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୋଲିସ୍ ପ୍ରଶାସନ ତରଫରୁ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଛି । ମାଓବାଦୀ ମାନଙ୍କୁ କାମରେ ବାଧା ହେଲେ ଦିଆଯାଉଥିଲା ନିର୍ଯାତନା ତେଣୁ ନିଜସ୍ୱ ମତରେ ମାଓବାଦୀ ମାନେ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ମାଓବାଦୀ । ଅପରେସନ ଜାରି ରହିବ ଓ ଆଗାମୀ ନିର୍ବାଚନ ଠିକ ଭାବେ ପରିଚାଳନା ସଠିକ ଭାବେ ହେବ ବୋଲି ବୌଦ୍ଧ ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି ।