ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ରେ ଲାଗିଛି ନିଆଁ । ଗୋଟିଏ ପରେ ଗୋଟିଏ ଅଂଚଳକୁ ନିଆଁ ବ୍ୟାପିବାର ଲାଗିଛି । ଉତ୍ତର ଶିମିଳିପାଳର ୮ଟି ପଏଣ୍ଟ ଓ ଦକ୍ଷିଣ ଶିମିଳିପାଳର ୫ଟି ପଏଣ୍ଟରେ ନିଆଁ ଲାଗିଛି । ତାଳବନ୍ଦ ଓ ଡୁକୁରା ରେଂଜରେ ଅଧିକ ନିଆଁ ଲାଗିଛି । ନିଆଁକୁ ଆୟତ୍ତ କରିବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଚାଲିଛି। କିନ୍ତୁ ନିଆଁର ମାତ୍ରା ଏତେ ଅଧିକ ରହିଛି ଏହା ଗୋଟିଏ ପରେ ଅଂଚଳକୁ ବ୍ୟାପୁଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗୁରୁବାର କହିଛି ଯେ ବିମୁଦ୍ରୀକରଣ ହୋଇଥିବା 2,000 ଟଙ୍କିଆ ନୋଟ୍ର 97.76 ପ୍ରତିଶତ ବ୍ୟାଙ୍କିଂ ସିଷ୍ଟମକୁ ଫେରିଛି। କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ବର୍ତ୍ତମାନ କେବଳ 7,961 କୋଟି ଟଙ୍କିଆ ନୋଟ ଜନସାଧାରଣଙ୍କ ପାଖରେ ଅଛି। ଆରବିଆଇ ବିବୃତ୍ତିରେ କହିଛି ଯେ 2023 ମସିହା ମେ' 19 ରେ 2000 ଟଙ୍କା ପ୍ରତ୍ୟାହାର କରିନେବାକୁ ଘୋଷଣା କରିଥିଲା। ଏହି ଦିନ ଶେଷ ସୁଦ୍ଧା ବଜାରରେ ଉପସ୍ଥିତ 2000 ଟଙ୍କିଆ ନୋଟର ମୂଲ୍ୟ ଥିଲା 3.56 ଲକ୍ଷ କୋଟି ଟଙ୍କା।
ବର୍ତ୍ତମାନ ଏପ୍ରିଲ୍ 30, 2024 ରେ କେବଳ 7,961 କୋଟି ଟଙ୍କା ମୂଲ୍ୟର ନୋଟ୍ ବଜାରରେ ଅଛି। ବ୍ୟାଙ୍କ କହିଛି ଯେ, 2,000 ଟଙ୍କା 97.76 ପ୍ରତିଶତ ଫେରସ୍ତ କରାଯାଇଛି। ତେବେ ଏବେ ଏହି ୨୦୦୦ଟଙ୍କିଆ ନୋଟ ବଜାରରେ ବୈଧ ଅଟେ। ଏବେବି ଏହା ବଜାରରେ ଉପଲବ୍ଧ ଅଛି।
ଲୋକମାନେ 2000 ଟଙ୍କା ନୋଟ୍ ଜମା କରିପାରିବେ କିମ୍ବା ଦେଶର 19 ଟି ଆରବିଆଇ କାର୍ଯ୍ୟାଳୟରେ ଅନ୍ୟ ନୋଟ ସହ ବଦଳ କରିପାରିବେ। ଲୋକମାନେ ଆରବିଆଇର ଯେ କୌଣସି କାର୍ଯ୍ୟାଳୟକୁ ଇଣ୍ଡିଆନ୍ ପୋଷ୍ଟ ମାଧ୍ୟମରେ 2000 ଟଙ୍କା ନୋଟ୍ ପଠାଇ ପାରିବେ ଏବଂ ସମାନ ପରିମାଣକୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ମଧ୍ୟ ଜମା କରିପାରିବେ। ନଭେମ୍ବର 2016 ରେ ଆରବିଆଇ 1000 ଏବଂ 500 ଟଙ୍କିଆ ନୋଟ୍ ବିମୁଦ୍ରୀକରଣ କରିବା ପରେ 2000 ଟଙ୍କିଆ ନୋଟ୍ ଜାରି କରାଯାଇଥିଲା।
ଅଧିକ ପଢ଼ନ୍ତୁ ବାଣିଜ୍ୟ ଖବର
ଅର୍ଗସ ବ୍ୟୁରୋ: ବଲିଉଡ ଷ୍ଟାର ସଲମାନ ଖାନ ଘର ବାହାରେ ହୋଇଥିବା ଗୁଳିକାଣ୍ଡ ମାମଲାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଜେଲରେ ଥାଇ ଆତ୍ମହତ୍ୟା କରିଥିବା ସୁଟର ଅଭିଯୁକ୍ତଙ୍କ ବିଷୟରେ ଏକ ନୂଆ ତଥ୍ୟ ଜଣାପଡ଼ିଛି। କ୍ରାଇମବ୍ରାଞ୍ଚର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଆତ୍ମହତ୍ୟା କରିଥିବା ଅଭିଯୁକ୍ତଙ୍କ ଜୀବନ ବଞ୍ଚାଯାଇପାରିଥାନ୍ତା। କିନ୍ତୁ ଷ୍ଟାଫ କମ ଥିବାରୁ ଅଭିଯୁକ୍ତଙ୍କ ପ୍ରତି ଅବହେଳା ହୋଇଥିବାରୁ ଅଭିଯୁକ୍ତଙ୍କ ଜୀବନ ଚାଲିଯାଇଥିଲା। ୪୦ ମିନିଟରେ ହିଁ ସବୁ ଓଲଟପାଲଟ ହୋଇଯାଇଥିଲା। ତେବେ ଏହା ଜାଣିଶୁଣି କରାଯାଇଥିଲା କି କଣ। ସେନେଇ ଖୋଳତାଡ଼ ଜାରି ରଖିଥିଲା କ୍ରାଇମବ୍ରାଞ୍ଚ।
କ୍ରାଇମବ୍ରାଞ୍ଚ ତଥ୍ୟ ଅନୁଯାୟୀ ଅଭିଯୁକ୍ତ ଅନୁଜ ଥାପନ ପ୍ରଥମେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଶୌଚାଳୟକୁ ନିଜେ ଯାଇଥିଲେ କିନ୍ତ ନିୟମ ଅଛି ଯେ, ଅଭିଯୁକ୍ତଙ୍କ ସାଥୀରେ ଜଣେ ପୋଲିସ ଗାର୍ଡ ନିହାତି ଯିବା ଦରକାର। ଅନୁଜ ଶୌଚାଳୟକୁ ଯାଇ ୪୦ ମିନିଟ ପର୍ଯ୍ୟନ୍ତ ହାଜତକୁ ଫେରି ନ ଥିଲେ। ଏହାମଧ୍ୟ କାହାକୁ ଖବର ନ ଥିଲା। ଯଦି ୪୦ ମିନିଟ ଭିତରେ ତାଙ୍କୁ ଯଦି ପୋଲିସ କର୍ମଚାରୀ ଖୋଜିଥାଆନ୍ତେ ହୁଏତ ତାଙ୍କ ଜୀବନ ଆଜି ବଞ୍ଚିପାରଥାନ୍ତା। ତେବେ ଜେଲରେ ଥିବା ସୁରକ୍ଷାକର୍ମଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।
ସୂଚନା ଥାଉକି, କିଛି ଦିନ ତଳେ ସଲମାନଙ୍କ ଘର ସମ୍ମୁଖରେ ଗୁଳିଗାଡ଼ ହୋଇଥିଲା। ଦୁଇ ଦୁର୍ବୃତ୍ତ ବାଇକରେ ଆସି ଗୁଳିମାଡ଼ କରି ଚାଲିଯାଇଥିଲେ। ଗୁଳିକାଣ୍ଡରେ ଦୁଇ ଦୁର୍ବୃତ୍ତଙ୍କୁ ଗିରଫ କରିଥିଲା ବାନ୍ଦ୍ରା ପୋଲିସ। ଏହାପରେ ସଲମାନଙ୍କ ଘରକୁ କଡ଼ାକଡ଼ି ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ: ଖରା ଦିନରେ ସମସ୍ତେ ଜୁସ୍ ପିଇବାକୁ ପସନ୍ଦ କରିଥାନ୍ତି । ଖରାଦିନରେ ଏହାକୁ ଉପକାରୀ ବୋଲି ଭାବି ଆପଣ ପ୍ୟାକ୍ ହୋଇଥିବା ଫଳ ରସ ପିଉଛନ୍ତି କି । ଯଦି ପିଉଛନ୍ତି ଏହା ସାଂଘାତିକ ହୋଇପାରେ ଏହି ଫଳ ରସ କିଣନ୍ତୁ ନାହିଁ ବୋଲି ଡାକ୍ତର ମଧ୍ୟ ପରାମର୍ଶ ଦେଇଛନ୍ତି ।
ବଜାରରେ ପ୍ୟାକ ହୋଇ ଵିକ୍ରି ହୋଉଥିଵା ଜୁସ୍ ଉପକାର ହେବା ବଦଳରେ ଶରୀରରେ ଡିହାଇଡ୍ରେସନ୍ ଭଳି ସମସ୍ୟା ସୃଷ୍ଟି କରେ। ପ୍ୟାକ୍ ହୋଇଥିବା ଫଳ ରସ ନିଜେ ପିଅନ୍ତୁ ନାହିଁ କିମ୍ବା ନିଜ ପିଲାମାନଙ୍କୁ ପିଇବାକୁ ଦିଅନ୍ତୁ ନାହିଁ ।
ବର୍ତ୍ତମାନ ପ୍ରବଳ ଗରମ ତାସହ ପାଣିପାଗର ଏପଟ ସେପଟ ଯୋଗୁଁ ସମସ୍ତଙ୍କୁ ଡାଇରିଆ ଏବଂ ଶରୀର ଡିହାଇଡ୍ରେସନରେ ହୋଇ ଲୋକ ମାନେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଏପରି ପରିସ୍ଥିତିରେ ଯଦି ଆପଣ ମଧ୍ୟ ପ୍ୟାକ୍ ହୋଇଥିବା ଫଳ ରସ ପିଉଛନ୍ତି କିମ୍ବା ପିଲାମାନଙ୍କୁ ଖାଇବାକୁ ଦେଉଛନ୍ତି ତେବେ ଆପଣଙ୍କୁ ସତର୍କ ହେବା ଆବଶ୍ୟକ। ଏହା ବ୍ୟତୀତ ସେଇ ରୋଗୀ ମାନଙ୍କୁ ସେମାନେ ORS ପିଇବାକୁ ପରାମର୍ଶ ଦେଇଛନ୍ତି ଏବଂ ଆପଣ ପ୍ୟାକ୍ ହୋଇଥିବା ଜୁସ ପିଉଛନ୍ତି ତେବେ କୌଣସି ଲାଭ ପାଇବା ପରିବର୍ତ୍ତେ ଆପଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥାଏ ।
ଲୋକମାନେ ଅନେକ ବ୍ରାଣ୍ଡର ଫଳ ରସ ମଧ୍ୟ ପିଇଥାନ୍ତି ଯେ ଏହାକୁ ପିଇବା ଦ୍ୱାରା ପାଣିର ପରିମାଣ ଶରୀରରେ ବୃଦ୍ଧି ପାଇବ ଏବଂ ଜଳର ଅଭାବ ରହିବ ନାହିଁ କିନ୍ତୁ ଏହି ଚିନ୍ତାଧାରା ସାଂଘାତିକ ହୋଇପାରେ । ବିଶେଷକରି ଛୋଟପିଲା ଏବଂ ମଧୁମେହ ରୋଗୀଙ୍କ ପାଇଁ ଏଗୁଡିକ ଅତ୍ୟନ୍ତ କ୍ଷତିକାରକ ।
ଡକ୍ଟର କହିହାନୁସାରେ ଯେ ଚିନି ମିଶା ଫଳ ରସ ପିଇବା ଦ୍ଵାରା ଜଳିୟଅଶଂ ଵଢିଵା ପରିବର୍ତ୍ତେ ଶରୀରରେ ଜଳ କମାଇଥାଏମ । ଏହି କାରଣରୁ ଡାଇରିଆ ଏବଂ ଡିହାଇଡ୍ରେସନ୍ ଭଳି ଅନେକ ସମସ୍ୟା ଦେଖାଯାଇଥାଏ । ଆହୁରି ମଧ୍ୟ ଶରୀରରେ ଚିନି ପରିମାଣ ବଢାଇଥାଏ ।ସେଗୁଡିକ କେବଳ ସ୍ବାଦଯୁକ୍ତ ହୋଇଥାଏ କିନ୍ତୁ କୌଣସି ଫାଇଦା ନଥାଏ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: