ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କ ନିର୍ବାଚୀନ ସଭା ପରେ ଅଘଟଣ । ସଭାପରେ ଛୁରୀମାଡରେ ଚାଲିଗଲା ଜଣଙ୍କ ଜୀବନ । ବୁଧବାର ଥିଲା ପାଣ୍ଡିଆନଙ୍କ ପଦ୍ମପୁର ନିର୍ବାଚନୀ ସଭା। ସ୍ଵତନ୍ତ୍ର ବିମାନ ଓ ହେଲିପ୍ୟାଡରେ ଆସି ନିର୍ବାଚନୀ ସଭାରେ ଯୋଗଦେଇଥିଲେ ଭି.କେ. ପାଣ୍ଡିଆନ। ହେଲେ ପାଣ୍ଡିଆନ୍ ସଭା ସାରି ଯିବା ପରେ ସେଠାରେ ହୋଇଥିଲା ଗଣ୍ଡଗୋଳ ଓ ଛୁରାମାଡ । ଆଉ ଯେଉଁଥିରେ ଚାଲିଯାଇଛି ଏକ ନିରୀହ ଜୀବନ । ଜଣେ ଅନ୍ୟ ଜଣକୁ ଛୁରୀ ମାରି ହୋଇ ଯାଇଥିଲା ଫେରାର । ପୋଲିସ ଫେରାର ଅଭିଯୁକ୍ତଙ୍କୁ ଖୋଜୁଥିବା ସହ ଘଟଣା ଉପରେ ତଦନ୍ତ କରୁଥିବା ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ସରିଲା ମୋଦିଙ୍କ ବିଶାଳ ରୋଡ଼ ସୋ' । ମରିଚକୋଟରୁ ଆରମ୍ଭ ହୋଇଥିବା ଏହି ରୋଡ଼ ସୋ' ମେଡିକାଲ ଛକରେ ଶେଷ ହୋଇଛି । ଏହି ରୋଡ଼ ସୋ ରେ ସମଗ୍ର ବଡ଼ଦାଣ୍ଡ ପାଲଟିଥିଲା ଗେରୁଆମୟ । ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ପୁରୀ ସହହରରେ ରୋଡ ସୋ’ କରିଥିଲେ ମୋଦି । ଏଥିପାଇଁ ମଧ୍ୟ ପୁରା ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହାସହ ମୋଦିଙ୍କ ରୋଡ ସୋ’ ପାଇଁ ପୁରା ସହରବାସୀଙ୍କ ମଧ୍ୟରେ ଭିନ୍ନ ପ୍ରକାରର ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ : ପୁଣି ଓଡ଼ିଶାରେ ମୋଦି ଧମାକା
ଏବେ ପ୍ରଧାନମନ୍ତ୍ରୀ ଅନୁଗୁଳ ଗସ୍ତରେ କରିବେ । ସେଠାରେ ୧୦ଟା ୨୫ରେ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ପହଞ୍ଚିବେ । ୧୦ଟା ୩୦ରୁ ୧୧ଟା ୧୫ ସାଧାରଣ ସଭା । ୧୧ଟା ୧୫ରୁ ଅନୁଗୁଳରୁ ବାହାରି କଟକ ଯିବେ । ମଧ୍ୟାହ୍ନ ୧୨ଟାରେ ଉପର ବାଲିଯାତ୍ରା ପଡ଼ିଆରେ ସାଧାରଣ ସଭାରେ ଯୋଗ ଦେବେ । ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୫ ସାଧାରଣ ସଭା । ମଧ୍ୟାହ୍ନ ୧୨ଟାର ୫୦ରେ କଟକରୁ ବାହାରି ଭୁବନେଶ୍ବର ବିମାନବନ୍ଦରରେ ୧ଟା ୧୦ରେ ପହଞ୍ଚିବେ । ସେଠାରୁ ୧ଟା ୧୫ରୁ ପଶ୍ଚିମବଙ୍ଗ ଅଭିମୁଖେ ବାହାରିବେ ପ୍ରଧାନମନ୍ତ୍ରୀ ।
ଅର୍ଗସ ବ୍ୟୁରୋ: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦେବଗଡ଼ ଜିଲ୍ଲା ଗସ୍ତ । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବମପରଡ଼ାଠାରେ ସାଧାରଣ ସଭାରେ ଯୋଗ ଦେବେ।ଲୋକସଭା ପ୍ରାର୍ଥୀ ଭାବେ ଏବଂ ବିଧାନ ସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ।ଏହି ସଭା ୧୧ଟା ୪୫ସମୟରେ ଆରମ୍ଭ ହେବ। ମେ ୨୫ରେ ହେବ ତୃତୀୟ ପର୍ଯ୍ୟାୟ ଭୋଟ। ଯାହାକୁ ଦୃଷ୍ଟିରେ ରଖି ବିଜେପି ତାର ମୁଦ୍ଦାକୁ ନେଇ ଭୋଟରଙ୍କ ପାଖକୁ ଯାଉଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ପରଲୋକରେ ଇରାନ ରାଷ୍ଟ୍ରପତି । ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ହୋଇଥିବା ସୂଚନା। ତାଙ୍କ ସହ ବୈଦେଶିକ ମନ୍ତ୍ରୀ ମଧ୍ୟ ପ୍ରାଣ ହରାଇଛନ୍ତି। ଉଭୟଙ୍କ ମୃତ୍ୟୁ ହୋଇଥିବା ଏବଂ ହେଲିକପ୍ଟରର ଭଗ୍ନାବଶେଷ ମିଳିଛି ବୋଲି ଇରାନ ଗଣମାଧ୍ୟମ ଦାବି କରିଛି। ସୂଚନାଯୋଗ୍ୟ, ରବିବାର ଦିନ ପାଖାପାଖି ୩ଟା ସମୟରେ ରଈସିଙ୍କ ହେଲିକପ୍ଟରଟି ଆଜରବାଇଜାନର ଘନ ଓ ପାହାଡ଼ିଆ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଅଧିକ ପଢ଼ନ୍ତୁ ବିଦେଶ ଖବର: