ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଜ୍ୟୋତିଙ୍କୁ ବୁଝାଇଦେଲା ବିଜେଡି। ଇସ୍ତଫା ପରେ ବୁଣି ବିଜେଡିକୁ ଫେରିଲେ ଜ୍ୟୋତି ପାଣିଗ୍ରାହୀ। କାଲି ବିଜେଡିରୁ ଇସ୍ତଫା ଦେଇଥିଲେ ସିମୁଳିଆ ବିଧାୟକ। ବାଲେଶ୍ୱର ଜିଲ୍ଲା ସଭାପତି ହେଲେ ଜ୍ୟୋତି ପାଣିଗ୍ରାହୀ। ଜ୍ୟୋତି ପାଣିଗ୍ରାହୀଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି। ଅଶ୍ୱିନୀ ପାତ୍ର ହେଲେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଜଗତସିଂହପୁର: ବିଜେପି ସରକାରରେ ବଣ୍ଟନ ହେଲା ମନ୍ତ୍ରୀଙ୍କ ବିଭାଗ । ପାରାଦୀପ ନବ ନିର୍ବାଚିତ ବିଧାୟକ ସମ୍ପଦ ସ୍ଵାଇଁଙ୍କୁ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମିଳିବା ପରେ ସେ କହିଛନ୍ତି ରାଜ୍ୟକୁ କିଭଳି ଭାବେ ଏକ ନମ୍ଵର କରାଯିବ ତା ଉପରେ କାର୍ଯ୍ୟ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ଯେଉଁ କଥା କହିଥିଲେ ପୂର୍ବ ଭାରତର ଵିକାଶ ହେଲେ ଦେଶର ବିକାଶ ହେବେ ତା ଉପରେ ମୁଁ ଫୋକସ କରିବି ବୋଲି କହିଛନ୍ତି ସମ୍ପଦ ।
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଖରେ ଗୃହ, ଅର୍ଥ, ସୂଚନା ଓ ପ୍ରସାରଣ, ଜଳସମ୍ପଦ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ କୃଷି, କୃଷକ କଲ୍ୟାଣ ଓ ଶକ୍ତି ଏବଂ ପ୍ରଭାତୀ ପରିଡ଼ାଙ୍କ ଭାଗରେ ପଡ଼ିଲା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ ମନ୍ତ୍ରାଳୟ ।
ସେହିପରି ସୁରେଶ ପୂଜାରୀ- ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା । ରବି ନାରାୟଣ ନାଏକ- ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ । ନିତ୍ୟାନନ୍ଦ ଗଣ୍ଡ- ଗଣଶିକ୍ଷା ଓ ଅନୁସୂଚିତ ଜାତି-ଜନଜାତି ବିକାଶ । କୃଷ୍ଣଚନ୍ଦ୍ର ପାତ୍ର- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ । ପୃଥ୍ବୀରାଜ ହରିଚନ୍ଦନ- ଆଇନ, ପୂର୍ତ୍ତ, ଅବକାରୀ । ମୁକେଶ ମହାଲିଙ୍ଗ- ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇଟି । ବିଭୂତି ଭୂଷଣ ଜେନା- ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ । କୃଷ୍ଣଚନ୍ଦ୍ର ମହାପାତ୍ର- ଗୃହ ଓ ନଗର ଉନ୍ନୟନ । ସେହିଭଳି ଗଣେଶ ରାମ ସିଂ ଖୁଣ୍ଟିଆ- ଜଙ୍ଗଲ ଓ ପରିବେଶ, ଶ୍ରମ । ସୂର୍ଯ୍ୟବଂଶୀ ସୂରଜ - ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର । ପ୍ରଦୀପ ବଳସାମନ୍ତ- ସମବାୟ ଓ ବୟନ ଶିଳ୍ପ । ଗୋକୁଳାନନ୍ଦ ମଲ୍ଲିକ- MSME, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମିଳିଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ଭଦ୍ରକ: ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କୁ ଦର୍ଶନ କଲେ ଯୁବ ଧାମନଗର ବିଧାୟକ ତଥା ରାଜ୍ୟର ଉଚ୍ଚ ଶିକ୍ଷା, ଯୁବ କ୍ରୀଡା ବ୍ୟାପାର ଓ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ମନ୍ତ୍ରୀ ଭଦ୍ରକରେ ପହଞ୍ଚିବା ପରେ ଜିଲ୍ଲାବାସୀ ଓ ବିଜେପି କର୍ମୀ ମାନଙ୍କ ତରଫରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ଏକ ଖୋଲା ଜିପ୍ ରେ ବିଶାଳ ଶୋଭାଯାତ୍ରାରେ ମାଆ ଭଦ୍ରକାଳୀ ପୀଠକୁ ଯାଇଥିଲେ ।
ସେଠାରେ ମାଆଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ଜିଲ୍ଲାର ଥିବା ସମସ୍ୟାକୁ ସମାଧାନ କରାଯିବ ବୋଲି କହିଛନ୍ତି । ନିର୍ବାଚନ ପୂର୍ବରୁ ଯାହା ସବୁ ପ୍ରତିଶୃତି ଦିଆଯାଇଥିଲା, ତାହା ସବୁ ପୂରଣ କରାଯିବ । ମାଆଙ୍କ ଆଶୀର୍ବାଦ ଲାଭ କରି ନିଜକୁ ଧନ୍ୟ ମନେ କରୁଛି । ଓଡିଶା ସରକାର ମୋ ଉପରେ ଯେଉଁ ଗୁରୁ ଦାୟିତ୍ୟ ମିଳିଛି ତାହାକୁ ଭଲ ଭାବରେ ତୁଲାଇବା ପାଇଁ ମାଆ ମୋତେ ଶକ୍ତି ପ୍ରଦାନ କରନ୍ତୁ ବୋଲି ଯୁବ ମନ୍ତ୍ରୀ କହିଛନ୍ତି ।
ଏହି ପରିପକ୍ଷେ ବୁନ୍ଦିଆ ଲଡ଼ୁକୁ ଜନସାଧାରଣଙ୍କୁ ବାଣ୍ଟି ଥିଲେ ଯୁବ ମନ୍ତ୍ରୀ । ସେହିପରି ଯୁବ ମନ୍ତ୍ରୀଙ୍କ ସହିତ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇ ମାଆ ଭଦ୍ରକାଳୀଙ୍କୁ ଦର୍ଶନ କରିଛନ୍ତି । ଆମ ଜିଲ୍ଲା ଯୁବ ମନ୍ତ୍ରୀଙ୍କ ପାଇଁ ଗର୍ବିତ ଭଦ୍ରକିଆ ହିସାବରେ ମୁଁ ଆଜି ବହୁତ ଖୁସି ଅଛି । ରାଜ୍ୟରେ ପରିବର୍ତ୍ତନ ହୋଇଛି, ବିଜେପି ସରକାର ହୋଇଛି । ଏଥର ବିକାଶ ନିଶ୍ଚିତ ବୋଲି ଭଦ୍ରକ ବିଧାୟକ କହିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ଆଜି ଶେଷ ରଜ, ପୁଣି ଆର ବର୍ଷକୁ ଅପେକ୍ଷା । ତିନିଦିନ ଧରି ପାଳନ ହେଉଥିବା ଏହି ପର୍ବର ଆଜି ତୃତୀୟ ଦିନ । ଗାଁଠୁ ରାଜଧାନୀ ପର୍ଯ୍ୟନ୍ତ ଚାଲିଛି ରଜ ମଉଜ । ନୂଆ ପୋଷକ ପିନ୍ଧି ସଜେଇ ହୋଇ ସାଙ୍ଗସାଥିଙ୍କ ସହ ରଜ ଦୋଳିର ମଜା ନେଇଛନ୍ତି ଝିଅ ଓ ବୋହୂ । ପିଠାପଣାର ମହକରେ ବାସୁଛି ଗାଁ ଗଣ୍ଡା । ସବୁଠି ପୋଡ଼ ପିଠା ସାଙ୍ଗକୁ ରଜ ପାନର ଆଦର।
ଆଜି ରଜ ସଂକ୍ରାନ୍ତି, ସବୁଠି ଉତ୍ସବର ମାହୋଲ
ତେବେ ଆଜି ଶେଷ ରଜ ଏବଂ ଆସନ୍ତାକାଲି ବସୁମତୀ ସ୍ନାନ । ଏହି ଦିନରେ ମାଟି ମାଆକୁ ପୂଜା କରାଯାଇଥାଏ । ପ୍ରତିଟି ନାରୀଙ୍କୁ ସମ୍ମାନ ଦେବା ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ ।
ସବୁଠି ମହକିଛି ପୋଡ଼ପିଠାର ବାସ୍ନା, ମନ ମୋହିଛି ରଜପାନ
ଆଜି ରବିବାର ଥିବାବେଳେ ବୁଲା ବୁଲି ବେଶ୍ ଧୁମଧାମ୍ ରେ ହେବ । ଗତ ଦୁଇ ଦିନ ଧରି ଓଡିଶାବାସୀ ରଜ ପର୍ବର ମଜା ନେଉଛନ୍ତି । ଘରେ ଘରେ ବନ୍ଧୁ ବାନ୍ଧବ, ପିଠା ପଣା, ଆମିସ, ଭଳିକି ଭଳି ଖାଦ୍ୟ ଖାଇ ରଜ ପାଳୁଛନ୍ତି ଲୋକେ ।
ଆହୁରି ପଢନ୍ତୁ ଓଡିଶା ଖବର...