କେନ୍ଦ୍ର ଗୃହମନ୍ତ୍ରୀ। ଓଡ଼ିଶାରୁ 20ରୁ ଅଧିକ ବିଜେପି ସାଂସଦଙ୍କୁ ଜିତାଇ ତୃତୀଥ ଥର ପାଇଁ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ସରକାର ବନାଇବାକୁ ଓଡ଼ିଶାବାସୀଙ୍କ ଆହ୍ବାନ ଦେଇଛନ୍ତି ଶାହ।
ଅର୍ଗସ ବ୍ୟୁରୋ: ଅମିତ ଶାହଙ୍କ କାର୍ଯ୍ୟକର୍ତ୍ତା ବୈଠକ ଶେଷ । ରାଜ୍ୟ ନେତୃତ୍ୱଙ୍କୁ ଶାହ ଦେଲେ ନିର୍ବାଚନୀ ଟିପ୍ସ୍ । ବୈଠକରେ ପ୍ରସ୍ତୁତ ହେଲା ବିଜୟୀ ରଣନୀତି । ବୈଠକରୁ ବାହାରି ବିମାନ ବନ୍ଦର ଅଭିମୁଖେ ଯିବେ ଶାହ । ରାତିରେ ଫେରିଯିବାର ରହିଛି କାର୍ଯ୍ୟକ୍ରମ । ଭୋପାଳ ଯିବାର ରହିଛି କାର୍ଯ୍ୟକ୍ରମ ।
କେନ୍ଦ୍ର ଗୃହମନ୍ତ୍ରୀ। ଓଡ଼ିଶାରୁ 20ରୁ ଅଧିକ ବିଜେପି ସାଂସଦଙ୍କୁ ଜିତାଇ ତୃତୀଥ ଥର ପାଇଁ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ସରକାର ବନାଇବାକୁ ଓଡ଼ିଶାବାସୀଙ୍କ ଆହ୍ବାନ ଦେଇଛନ୍ତି ଶାହ।
ଅର୍ଗସ ବ୍ୟୁରୋ: ବିଜେପିର ସଂକଳ୍ପ ପତ୍ର ଉନ୍ମୋଚନ ହେଲା। ଲୋକାର୍ପଣ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।ସଂକଳ୍ପପତ୍ର ଉନ୍ମୋଚନ ଉତ୍ସବରେ ବହୁ ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି ।ଉନ୍ମୋଚନ ହେଲା ରାଜ୍ୟ ବିଜେପିର ସଂକଳ୍ପପତ୍ର। ନିର୍ବାଚନ ରଣନୀତି କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ।
ବିଜେପିର ସଂକଳ୍ପ ପତ୍ର ଉନ୍ମୋଚନ ହେଲା। ତେବେ ଏହାପୂର୍ବରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ କହିଛନ୍ତି, ଏହି ସଂକଳ୍ପପତ୍ର ଓଡ଼ିଶାର ସବୁବର୍ଗଙ୍କୁ ଦୃଷ୍ଟିରେ ରଖି କରାଯାଇଛି । ୨୪ ବର୍ଷର ସରକାରକୁ ବଦଳାଇବାକୁ ଚାହୁଁଛନ୍ତି ଓଡ଼ିଶାବାସୀ । ସାଧାରଣ ଲୋକ ନିର୍ବାଚନ ଲଢୁଛନ୍ତି, ଆମେ ସାଥୀରେ ଅଛୁ । ଏହା ସରକାର ପରିବର୍ତ୍ତନର ଇସ୍ତାହାର । ଓଡ଼ିଶାର ଇତିହାସକୁ ବଦଳାଇବା ପାଇଁ ବିଜେପିର ଆହ୍ବାନ। ଓଡ଼ିଶାରେ ଗୋଟିଏ ଯୁବର ଅବସାନ ଘଟିବ। ଏ ଇସ୍ତାହାର ଓଡ଼ିଶାରେ ପରିବର୍ତ୍ତନ ଆଣିବ। ସମାଜର ସବୁ ବର୍ଗର ଲୋକଙ୍କୁ ଛୁଇଁବ ଏହି ଇସ୍ତାହାର ବୋଲି କହିଛନ୍ତି ମନମୋହନ ସାମଲ। କୃଷକ, ଯୁବକ, ମହିଳା, ଗରିବଙ୍କୁ ଗୁରୁତ୍ବ ଦେଉଛନ୍ତି ମୋଦି। ଏଥର ବିଜେପି ଏକାକୀ ସରକାର ଗଢ଼ିବ। ବିଜେପି ସରକାର ଗଢ଼ିବାକୁ ଲୋକେ ଦାୟିତ୍ବ ନେଇଛନ୍ତି। ଓଡ଼ିଶାର ସାଧାରଣ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାର ମିଶନ ଶକ୍ତି ସଭାନେତ୍ରୀ ବିଷ୍ଣୁପ୍ରିୟା ଦାସ। ନା ନିର୍ବାଚନ ଆଚରଣ ବିଧିକୁ ଖାତିର ଅଛି ନା ଆଇନର ଭୟ। କାରଣ ଇଏ ପାଲଟିଛନ୍ତି ବିଜେଡି ନେତ୍ରୀ। ଜିଲ୍ଲା ମିଶନ ଶକ୍ତି ସଭାନେତ୍ରୀ ପଦରେ ଥାଇ ବି ବିଜୁ ଜନତା ଦଳ ପାଇଁ କରୁଛନ୍ତି ଖୁଲମଖୁଲ୍ଲା ପ୍ରଚାର। ବିଜେଡି କର୍ମୀ ସମ୍ମିଳନୀରେ ଭାଗ ନେଉଛନ୍ତି, ବିଜେଡି ପ୍ରାର୍ଥୀଙ୍କ ସହ ବୁଲୁଛନ୍ତି । ଆଉ ଏବେ ତ ସୋସିଆଲ୍ ମିଡିଆରେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଭିଡିଓ ପଠାଇ ବିଜେଡିକୁ ଭୋଟ୍ ଦେବାକୁ ଭୋଟ୍ ଦେବାକୁ କହୁଛନ୍ତି ।
ମିଶନ ଶକ୍ତି କର୍ମକର୍ତ୍ତା, ଆଶା ଓ ଅଙ୍ଗନବାଡ଼ି କର୍ମୀ କୌଣସି ଦଳ ପାଇଁ ପ୍ରଚାର କରିପାରିବେନାହିଁ ବୋଲି କଟକଣା ଜାରି କରିଛନ୍ତି ନିର୍ବାଚନ କମିସନ। ତଥାପି ପ୍ରାୟ ମାସେ ହେଲା ନିର୍ବାଚନ ପ୍ରଚାରରେ ମାତିଛନ୍ତି ଏ ମିଶନଶକ୍ତି ସଭାନେତ୍ରୀ। ଏ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ମୟୂରଭଞ୍ଜ ବିଜେପି। ବିଷ୍ଣୁପ୍ରିୟାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି।
ଦିନକ ତଳେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ମିଶନ ଶକ୍ତି ବିଭାଗରୁ ବିଦା ହୋଇଛନ୍ତି ପାଣ୍ଡିଆନଙ୍କ ପତ୍ନୀ। ମିଶନ ଶକ୍ତି ସଚିବ ଥିବା ସୁଜାତା କାର୍ତ୍ତିକେୟନଙ୍କୁ ବିଜୁ ଜନତା ଦଳ ପାଇଁ କାମ କରିବା ମହଙ୍ଗା ପଡିଲା। ସ୍ବାମୀଙ୍କ ପାଇଁ ସରକାରୀ କ୍ଷମତାର କରୁଥିଲେ ଦୁରୂପଯୋଗ। - ବିଜେଡି ସପକ୍ଷରେ ଭୋଟ୍ ଦେବା ଲାଗି ସ୍ବୟଂ ସହାୟିକା ଗୋଷ୍ଠୀ ଉପରେ ପକାଉଥିଲେ ଚାପ। ଏଥିପାଇଁ ସର୍ବସାଧାରଣ ଲୋକଙ୍କ ସହ ଜଡ଼ିତ ନଥିବା ବିଭାଗକୁ ବଦଳି ନିର୍ଦ୍ଦେଶ ଦେଲେ ଇସିଆଇ। ଏବେ ବିଷ୍ଣୁପ୍ରିୟାଙ୍କ ଭଳି ନେତ୍ରୀଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବାର କଥା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଭୁବନେଶ୍ବରରେ ପହଞ୍ଚିଲେ ବିଜେପି ସଭାପତି ନଡ୍ଡା। କିଛି ସମୟ ପରେ ବିଜେପି ସଂକଳ୍ପପତ୍ର ଉନ୍ମୋଚନ କରିବେ। ସେପଟେ ଆଜି ସନ୍ଧ୍ୟାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି।
ମୋଦିଙ୍କ ଗସ୍ତ ପାଇଁ ବିମାନବନ୍ଦରଠାରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ। CISF ଆଉ ପୋଲିସ ମୁତୟନ ହେବେ । ରାଜଭବନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୋଦୀଙ୍କ ଗସ୍ତ ବେଳେ ନୋ ଡ୍ରୋନ ଫ୍ଲାଇଂ ଜୋନ କରାଯିବ। ଆଜି ସନ୍ଧ୍ୟାରେ କାରକେଡ୍ ରିହଲସଲ କରାଯିବ । ସୁରକ୍ଷା ପାଇଁ 3 ଜଣ ଡିସିପି,10 ACP , 17 IIC , 90 SI/ASIଙ୍କ ସହ 20 ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ଟ୍ରାଫିକ କଣ୍ଟ୍ରୋଲ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର