ତେବେ ବିଜେଡି ସମର୍ଥକ ତାଙ୍କୁ ବି ଛାଡ଼ିନଥିଲେ । ମାଡ଼ ମାରିବା ସହ ଝରଣାଙ୍କ ଶୀଢୀ ଚିରିଦେଇଥିବା ଅଭିଯୋଗ କରିଛନ୍ତି ନିଜ ଝରଣା । ପୋଲିସକୁ ଖବର ପାଇଁ ଆସି ଉଭୟଙ୍କୁ ଉଦ୍ଧାର କରିଥିଲା । ଏ ନେଇ ଶୁକ୍ରବାର ଝରଣା ମାଝି ପୀରହାଟ ଥାନାରେ ଏତଲା ଦେଇଛନ୍ତି । ଯେଉଁଥିରେ ୫ ମହିଳାଙ୍କ ସମେତ ୧୮ ଜଣଙ୍କ ବିରୋଧରେ ଅଭିଯୋଗ କରାଯାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏବେ ପ୍ରଶ୍ନ ଉଠୁଛି ଯେଉଁ ଦଳ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ବକୁ ସାମିଲ ପାଇଁ ଓକିଲାତି କରୁଛି ଏହାକି ସେହି ଦଳର ଆଚରଣ । ଏହିପରି ନିଜ କର୍ମୀଙ୍କୁ ଭଦ୍ର ଓ ନମ୍ରତାର ପାଠ ପଢାଇଥିଲେ ବିଜେଡି ସୁପ୍ରିମୋ ? ଭଦ୍ରକ ପୀରହାଟର ଏହି ଘଟଣା ବିଜେଡି ତଥା ନବୀନଙ୍କ ଦୋମୁହାଁ ଚରିତ୍ର ସାମ୍ନାକୁ ଆଣିଛି । ଥାନାରେ ଅଭିଯୋଗର ୨୪ ଘଣ୍ଟାରୁ ଅଧିକ ସମୟ ବିତିଥିଲେ ବି ଏଯାଏ କାହିଁକି ହେଲାନି କାର୍ଯ୍ୟାନୁଷ୍ଠାନ ? ନା ବିଜେଡି ସମର୍ଥକ ବୋଲି ସାହସ ଜୁଟାଇ ପାରୁନି ପୋଲିସ ?