ଏପରି କରି ବିଜୁ ଜନତା ଦଳ ନିର୍ବାଚନ ଆଚରଣବିଧି ଉଲଂଘନ କରୁଛି । ଭାରତୀୟ ଜନତା ପାର୍ଟି ଆଦିବାସୀ ବିରୋଧୀ ମାନଙ୍କ ପାଇଁ ବିଧାନସଭାରେ ଲଢି ଆସିଛି ତେଣୁ ଭାରତୀୟ ଜନତା ପାର୍ଟି ନାଁ ରେ ଏଭଳି ସଙ୍ଗୀନ ଅଭିଯୋଗ ଗ୍ରହଣୀୟ ନୁହେଁ । ବିଜୁ ଜନତା ଦଳ ଏହାକୁ ପାଥେୟ କରି ଲୋକଙ୍କ ଠାରୁ ଭୋଟ୍ ଭିକ୍ଷା କରୁଛି । ଏଭଳି କାର୍ଯ୍ୟକଳାପ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି ।