ଅଧିକ ପଢନ୍ତୁ :
ବିଭିନ୍ନ ବିଭାଗରେ ମନ୍ତ୍ରୀ ମଧ୍ୟ ହୋଇଛନ୍ତି l ନୟାଗଡ଼ ବିକାଶର ମହାପର୍ବ ଜାରି ରହିବ ବୋଲି ସେ କହିଛନ୍ତି l ବିଜେଡ଼ି କର୍ମୀ ବାଣ ଫୁଟାଇ ସେଲିବ୍ରେସନ ଆରମ୍ଭ କରିଛନ୍ତି l ବିରୋଧୀ ବିରୋଧକୁ ଆଜି ବିଜେଡ଼ି ସୁଦୃଢ ହୋଇଥିବା କହିଛନ୍ତି l
ନୟାଗଡ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଅରୁଣ ସାହୁଙ୍କୁ ନୟାଗଡ଼ ବିଧାନସଭା ଆସନ ପାଇଁ ଟିକେଟ ଦେଇଛନ୍ତି l ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ କୃତଜ୍ଞତା ଜଣାଇଛନ୍ତି ଅରୁଣ ସାହୁ l ଏ ନେଇ ନୟାଗଡ଼ ବିଜେଡ଼ି କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି l ଅରୁଣ ସାହୁ 2004ରୁ ଲଗାତାର ଭାବରେ ନୟାଗଡ଼ରୁ ଜିତି ଆସୁଛନ୍ତି l
ଅଧିକ ପଢନ୍ତୁ :
ବିଭିନ୍ନ ବିଭାଗରେ ମନ୍ତ୍ରୀ ମଧ୍ୟ ହୋଇଛନ୍ତି l ନୟାଗଡ଼ ବିକାଶର ମହାପର୍ବ ଜାରି ରହିବ ବୋଲି ସେ କହିଛନ୍ତି l ବିଜେଡ଼ି କର୍ମୀ ବାଣ ଫୁଟାଇ ସେଲିବ୍ରେସନ ଆରମ୍ଭ କରିଛନ୍ତି l ବିରୋଧୀ ବିରୋଧକୁ ଆଜି ବିଜେଡ଼ି ସୁଦୃଢ ହୋଇଥିବା କହିଛନ୍ତି l
ଅର୍ଗସ ବ୍ୟୁରୋ: ଉତ୍ତରାଖଣ୍ଡର ନୈନିତାଲର ଜଙ୍ଗଲରେ ଭୟଙ୍କର ନିଆଁ । ଶହ ଶହ ହେକ୍ଟର ଜଙ୍ଗଲ ଜଳୁଛି । ନିଆଁ ଗୋଟିଏ ପରେ ଗୋଟିଏ ଅଂଚଳକୁ ବ୍ୟାପିବାରେ ଲାଗିଛି । ନିଆଁ ଏତେ ଭୟଙ୍କର ଜଳୁଛି ଯେ, ନିଆଁ ଲିଭାଇବାକୁ ବାୟୁସେନା ଓ ସ୍ଥଳସେନାର ସହାୟତା ନିଆଯାଛି । ବାୟୁସେନାର Mi-17 helicopter ଦ୍ବାରା ଭୀମତାଲ ହ୍ରଦରୁ ପାଣି ଆଣି ଲିଭାଯାଉଛି । ସେପଟେ ନିଆଁକୁ ଆୟତ୍ତ କରିବା ପ୍ରଶାସନ ପାଇଁ ବଡ ଚ୍ୟାଲେଜ ବୋଲି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କହିଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି ଚଳିତ ବର୍ଷର ଏପ୍ରିଲ ମାସର ତାପମାତ୍ରା । ବିଗତ 12 ଦିନ ହେବ ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ଲଗାତାର 40 ଉପରେ ରହିଥିବାବେଳେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ଲାଗି ରହିଛି । ଏପ୍ରିଲ ମାସରେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ଦୁଇଟି ସ୍ପେଲରେ 14 ଦିନ ହେବ ଉଷ୍ମ ଦିନ ରେକର୍ଡ ହୋଇସାରିଲାଣି । ଆଗକୁ କୌଣସି ବଡ଼ ବର୍ଷାର ସମ୍ଭାବନା ନଥିବାବେଳେ ମେ ମାସ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ଉଷ୍ମ ଦିନ ସ୍ଥିତି ଲାଗି ରହିବ ।
ଖାଲି ସେତିକି ନୁହେଁ ଆଗାମୀ 48 ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି 2°C ଯାଏଁ ବୃଦ୍ଧି ସମ୍ଭାବନା ରହିଛି । ଯାହା ପ୍ରଭାବରେ ଆଗାମୀ 4 ରୁ 5 ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଉଷ୍ମ ପାଣିପାଗ ସ୍ଥିତି ଜାରି ରହିବା ସହ କିଛି ଜିଲ୍ଲାରେ ଭୀଷଣ ଗ୍ରୀଷ୍ମପ୍ରବାହରୁ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗି ରହିବ । ରାଜ୍ୟର ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଅଧିକ ରହିବା ସହ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଆଦ୍ରତା ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।
ଆବଶ୍ୟକ ନଥିଲେ ଦିନ 11 ଟା ରୁ 3 ଟା ମଧ୍ୟରେ ଘରୁ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି । ଗର୍ଭବତୀ, ହାର୍ଟ ରୋଗୀ, ଛୋଟପିଲା, ବୟସ୍କ ବ୍ୟକ୍ତି ବିଶେଷ ଯତ୍ନବାନ ହେବା ସହ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ଏଲର୍ଟ ଜାରି କରିଛି ।
ଆହୁରି ପଢନ୍ତୁ ପାଣିପାଗ ଖବର...