ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଓଡ଼ିଶା ଉପରେ ବିଜେପିର ଫୋକସ । ଅମିତ ଶାହଙ୍କ ପରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ନଡ୍ଡା । ନଡ୍ଡାଙ୍କର ବ୍ରହ୍ମପୁର ଓ ନବରଙ୍ଗପୁରରେ କାର୍ଯ୍ୟକ୍ରମ ରହିଛି । 28ରେ ବ୍ରହ୍ମପୁରରେ ସାଧାରଣ ସଭାରେ ଯୋଗଦେବା ସହ ନବରଙ୍ଗପୁରରେ କାର୍ଯ୍ୟକର୍ତ୍ତା ବୈଠକରେ ମଧ୍ୟ ସାମିଲ୍ ହେବେ । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ସୋନପୁର ନିର୍ବାଚନ ସଭାରେ ରଣ ହୁଙ୍କାର ଦେଇଥିଲେ । ପରୋକ୍ଷରେ ସିଧା ଆଟକ୍ କରି ଓଡ଼ିଶାରୁ ନବୀନ ସରକାରକୁ ଓପାଡି ଫିଙ୍ଗି ଦେବାକୁ ଆହ୍ୱାନ ଦେଇଥିଲେ । ଆଉ ଏବେ ନଡ୍ଡାଙ୍କ ଗସ୍ତ ରାଜ୍ୟ ବିଜେପିକୁ ଆହୁରି ବଳ ଦେବ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ନୂଆଦିଲ୍ଲୀ: ଜ୍ୟୋତିଷଶାସ୍ତ୍ର ଅନୁସାରେ ଆଙ୍ଗୁଠିରେ ରତ୍ନ ପିନ୍ଧିବା ଦ୍ୱାରା ଲୋକଙ୍କ ଭାଗ୍ୟ ବଦଳିଯାଇଥାଏ। କିଛି ଲୋକଙ୍କୁ ରତ୍ନ ଏବଂ ଧାତୁ ରେ ଗଢା ହୋଇଥିବା ମୁଦି ଧାରଣ କରିବାର ବହୁତ ଶୌକ ଥାଏ। ତେବେ ରାଶୀରେ ଗ୍ରହମାନଙ୍କ ସ୍ଥିତି ଅନୁସାରେ ରତ୍ନକୁ ଧାରଣ କରିବା ଉଚିତ୍। ଅଧିକାଂଶ ଲୋକ ସୁନା ପିନ୍ଧିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ସୁନା ସମସ୍ତଙ୍କୁ ସୁଟ୍ କରିନଥାଏ। ସୁନା ସୁଟ୍ ନକରିବା ଦ୍ୱାରାବ୍ୟକ୍ତିଙ୍କୁ ଜୀବନରେ ଅନେକ କଷ୍ଟ ଉଠାଇବାକୁ ପଡିଥାଏ।
କେଉଁ ଆଙ୍ଗୁଠିରେ ସୁନା ମୁଦି ନ ପିନ୍ଧିବେ ?
ଜ୍ୟୋତିଷଶାସ୍ତ୍ର ଅନୁସାରେ ତର୍ଜନୀ ଆଙ୍ଗୁଠିରେ ସୁନା ପିନ୍ଧିବା ଦ୍ୱାରା ଶୁଖ-ସମୃଦ୍ଧି ଆସିଥାଏ। ତର୍ଜନୀ ଆଙ୍ଗୁଠିରେ ସୁନା ଧାରଣ କରିବା ଶୁଭ ମନେକରାଯାଇଥାଏ। ଏହାକୁ ସୁଖ, ଶାନ୍ତି ଏବଂ ବିକାଶର କାରକ ମନେକରାଯାଇଥାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ମଧ୍ୟମା ଆଙ୍ଗୁଠିରେ ଲୁହାର ମୁଦି ପିନ୍ଧିବାକୁ କୁହାଯାଇଥାଏ। ସେହିପରି ଭୁଲରେ ମଧ୍ୟ ମଧ୍ୟମା ଆଙ୍ଗୁଠିରେ ସୁନା ମୁଦି ଧାରଣ କରନ୍ତୁ ନାହିଁ। କୁହାଯାଏ ଯେ, ମଧ୍ୟମା ଆଙ୍ଗୁଠିରେ ସୁନାର ମୁଦି ପିନ୍ଧିବା ଦ୍ୱାରା ନକାରାତ୍ମକତା ବଢିଥାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ଅନାମିକା ଆଙ୍ଗୁଠିରେ ଅର୍ଥାତ୍ ରିଙ୍ଗ ଫିଙ୍ଗରରେ ତମ୍ଭାର ମୁଦି ପିନ୍ଧିବାକୁ କୁହାଯାଇଥାଏ। ରିଙ୍ଗ ଫିଙ୍ଗର ସଂଯୋଗ ସୂର୍ଯ୍ୟଙ୍କ ସହ ରହିଥାଏ। ତମ୍ବା ସୂର୍ଯ୍ୟ ଦେବଙ୍କ ଧାତୁ ଅଟେ। ସେଥିପାଇଁ ରିଙ୍ଗ ଫିଙ୍ଗରରେ ତମ୍ବାର ମୁଦି ପିନ୍ଧିରେ ଲାଭ ମିଳିଥାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ କନିଷ୍ଠ ଆଙ୍ଗୁଠିରେ ଚାନ୍ଦୀର ମୁଦି ପିନ୍ଧିବା ଦ୍ୱାରା ବହୁତ ଲାଭ ହୋଇଥାଏ। କୁହାଯାଇଥାଏ କାଣି ଆଙ୍ଗଠିରେ ଚାନ୍ଦୀର ମୁଦି ପିନ୍ଧିବା ଦ୍ୱାରା ଦୁଃଖ ଦୁର ହୋଇଥାଏ। ଏଥିସହିତ ରାଗ କମ ଆସିବା ସହ ବୈବାହିକ ଜୀବନ ମଧ୍ୟ ଶୁଖମୟ ହୋଇଥାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ଯଦି ଜୀବନରେ ଦୁଃଖ ଲାଗି ରହୁଛି, ଶାନ୍ତି ନାହିଁ ତେବେ କାଣି ଆଙ୍ଗୁଠିରେ ଚାନ୍ଦୀ ଏବଂ ପ୍ଲାଟିନମର ମୁଦି ଧାରଣ କରିବାର କୁହାଯାଇଥାଏ। ଚାନ୍ଦୀ ଏବଂ ପ୍ଲାଟିନମ ମୁଦିରେ ହୀରା ମଧ୍ୟ ଯୋଗ କରିପାରିବେ। କୁହାଯାଇଥାଏ ଆଙ୍ଗୁଠୀରେ ଚାନ୍ଦୀ ଏବଂ ଫ୍ଲାଟିନମ ର ମୁଦି ଧାରଣ କରିବା ଦ୍ୱାରା ବ୍ୟକ୍ତିକୁ ସମସ୍ୟାର ସାମ୍ନା କରିବାକୁ ପଡିନଥାଏ।
ଅଧିକ ପଢନ୍ତୁ ଭାରତ ଖବର