ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ବୌଠକରେ ବ୍ରହ୍ମପୁର, ଆସିକା, ନବରଙ୍ଗପୁର ଓ କୋରାପୁଟ୍ କର୍ମକର୍ତ୍ତାମାନେ ଯୋଗ ଦେବେ । ସେ ବ୍ରହ୍ମପୁରରେ ରାତ୍ରୀ ରହଣି କରି ପରଦିନ ସକାଳେ ଅର୍ଥାତ୍ ଆସନ୍ତାକାଲି ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି ।
ଅର୍ଗସ ବ୍ୟୁରୋ : ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବିମାନ ବନ୍ଦରରୁ ସିଧାସଳଖ ବ୍ରହ୍ମପୁର ରଙ୍ଗେଇଲୁଣ୍ତା ଏୟାରଷ୍ଟ୍ରିପ୍ ଯିବେ । ସାଢେ ୫ଟାରେ ଆମ୍ବପୁଆ ଠାରେ ସାଧାରଣ ସଭାରେ ଯୋଗ ଦେବେ । ପରେ ସେ ସନ୍ଧ୍ୟା ୬ଟା ୪୫ ମିନିଟ୍ ସମୟରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ବୌଠକରେ ବ୍ରହ୍ମପୁର, ଆସିକା, ନବରଙ୍ଗପୁର ଓ କୋରାପୁଟ୍ କର୍ମକର୍ତ୍ତାମାନେ ଯୋଗ ଦେବେ । ସେ ବ୍ରହ୍ମପୁରରେ ରାତ୍ରୀ ରହଣି କରି ପରଦିନ ସକାଳେ ଅର୍ଥାତ୍ ଆସନ୍ତାକାଲି ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି ।
ଅର୍ଗସ ବ୍ୟୁରୋ: ଆଜି ଦେଶରେ ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ। ଚତୁର୍ଥ ପର୍ଯ୍ୟାୟରେ ଦେଶର ୧୦ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ସିଟ୍ରେ ଭୋଟ ଗ୍ରହଣ ହେଉଛି। ଆନ୍ଧ୍ରପ୍ରଦେଶର ସମସ୍ତ ୨୫ଟି ଆସନରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ତେଲେଙ୍ଗାନାର ୧୭ଟି ନିର୍ବାଚନମଣ୍ଡଳୀ ସହିତ ଉତ୍ତରପ୍ରଦେଶର ୧୩ଟି, ମହାରାଷ୍ଟ୍ରରେ ୧୧ ଟି, ପଶ୍ଚିମବଙ୍ଗରେ ୮ଟି, ମଧ୍ୟପ୍ରଦେଶରେ ୮ଟି, ବିହାରରେ ୫ଟି ଆସନରେ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା କ୍ଷେତ୍ର ଓ ଏହା ଅଧୀନରେ ଥିବା ୨୮ ବିଧାନସଭା କ୍ଷେତ୍ର ପାଇଁ ଭୋଟ ଗ୍ରହଣ ହେଉଛି।
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୧୭ଶହ ୧୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ଏଥିରେ ଅଛନ୍ତି ଅନେକ ହେଭିୱେଟ ନେତା । ଅଖିଳେଶ ଯାଦବ ଉତ୍ତରପ୍ରଦେଶ କନୌଜରୁ ନିର୍ବାଚନ ଲଢୁଥିବା ବେଳେ ଶ୍ରୀନଗରରୁ ଓମାର ଅବଦୁଲ୍ଲା, ବିହାର ବେଗୁସରାଇରୁ ଗିରିରାଜ ସିଂହ, ଝାଡଖଣ୍ଡ ଖୁଂଟିରୁ ଅର୍ଜୁନ ମୁଣ୍ଡା, ଆନ୍ଧ୍ରପ୍ରଦେଶ କଡପ୍ପାରୁ ୱାଇଏସ୍ ଶର୍ମିଳା ର୍ନିବାଚନ ଲୁଛନ୍ତି । ପଶ୍ଚିମବଙ୍ଗ ବରହାମପୁରରୁ ଅଧିର ରଞ୍ଜନ ଚୌଧୁରୀ, କ୍ରୀଷ୍ଣାନଗରରୁ ମହୁଆ ମୋଇତ୍ରା, ଆସନସୋଲରୁ ଶତ୍ରୁଘ୍ନ ସିହ୍ନା ଓ ହାଇଦ୍ରାବାଦରୁ ଅସଦୁଦ୍ଦିନ ଓୱେସୀ ଓ ବିଜେପିର ମଧାବୀ ଲତାଙ୍କ ଭାଗ୍ୟ ପରୀକ୍ଷା ହେବ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ। ସେଥିପାଇଁ ସବୁ ଦଳର ନେତାଙ୍କ ଛାତି ଧଡ଼ଧଡ଼ ହେବା ଆରମ୍ଭ ହୋଇଛି। ଭୋଟର ମାନେ ଆଜି ସେମାନଙ୍କ ଉପଯୁକ୍ତ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଓ ତତସଂଲଗ୍ନ 28ଟି ବିଧାନସଭା କ୍ଷେତ୍ରରେ ମତଦାନ। ମୋଟ 62 ଲକ୍ଷ 87 ହଜାର ଭୋଟର ମତଦାନ କରିବାକୁ ଯାଉଥିବା ବେଳେ ସେମାନଙ୍କ ମଧ୍ୟରେ 30 ଲକ୍ଷ 97 ହଜାର ପୁରୁଷ, 31 ଲକ୍ଷ 89 ହଜାର ମହିଳା, 1 ଲକ୍ଷ 75 ହଜାର ଯୁବ ଭୋଟର ଓ 14 ଲକ୍ଷ 68 ହଜାର 20 ବର୍ଷରୁ 29 ବର୍ଷର ଭୋଟର ରହିଛନ୍ତି। ସଂସଦୀୟ କ୍ଷେତ୍ର ପାଇଁ 37ଜଣ ପ୍ରାର୍ଥୀ ଥିବା ବେଳେ ବିଧାନସଭା ପାଇଁ 243 ପ୍ରାର୍ଥୀ ରହିଛନ୍ତି।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ 7 ହଜାର 303 ମତଦାନ କେନ୍ଦ୍ର ସହ 14ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି। ଲୋକସଭା କ୍ଷେତ୍ରରେ କୋରାପୁଟରେ ସର୍ବନିମ୍ନ ଭୋଟର ଥିବାବେଳେ କଳାହାଣ୍ଡିରେ ସର୍ବାଧିକ ଭୋଟର ରହିଛନ୍ତି। ସେହିପରି ବିଧାନସଭା କ୍ଷେତ୍ରରେ ଲକ୍ଷ୍ମୀପୁର ରେ କମ୍ ଭୋଟର ଥିବା ବେଳେ ଧର୍ମଗଡ଼ରେ ଅଧିକ ଭୋଟର ରହିଥିବା ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି । ନିର୍ବାଚନକୁ ନିରପେକ୍ଷ ଓ ଶୃଙ୍ଖଳାର ସହ ସମାପନ ପାଇଁ 17 ହଜାର ପୋଲିସ ଫୋର୍ସ ନିୟୋଜିତ ହୋଇଥିବା ବେଳେ 107 କମ୍ପାନୀ ଅର୍ଦ୍ଧ ସମରିକ ବାହିନୀ ନିୟୋଜିତ ହୋଇଛନ୍ତି।
6282ଟି ସ୍ଥାନରେରେ ରହିଥିବା 7298 ବୁଥ ସୁରକ୍ଷା ପାଇଁ 66 ପ୍ଲାଟୁନ ଓଡିଶା ପୋଲିସ ଆର୍ମ ପୋଲିସ ନିୟୋଜିତ ହେବେ । ଏହାସହ 6 ଶହ ମୋବାଇଲ ପାଟ୍ରୋଲିଂ ଟିମ୍ ନିୟୋଜିତ କରାଯାଇଥିବା କହିଛନ୍ତି ଡିଜିପି । 10 ରୁ 12 ଟି ବୁଥକୁ ଗୋଟିଏ ମୋବାଇଲ ପାର୍ଟି କଭର କରିବ। 51ଟି ଇଣ୍ଟର ଷ୍ଟେଟ ବୋର୍ଡର ସୀମା ସିଲ ସହ ସିସିଟିଭି ଜରିଆରେ ନଜର ରଖା ଯାଇଥିବା ସେ କହିଛନ୍ତି ।
ଅଧିକ ପଢ଼ନ୍ତୁ ନିର୍ବାଚନ ଖବର
ଅର୍ଗସ ବ୍ୟୁରୋ: ଓଡିଶା ଆସୁଛନ୍ତି ରାହୁଲ ଗାନ୍ଧି। ମେ’ ୧୫ ରେ ବଲାଙ୍ଗିର ଜନସଭାରେ ଯୋଗ ଦେଇ ରାହୁଲ ସମ୍ବୋଧନ କରିବେ ଓ ସେଠାରୁ ବାଇକ ରାଲି ସହ ସବୁଠି ପ୍ରଚାର କରି ଭୋଟ ମାଗିବେ । ରାହୁଲଙ୍କ ଏହି ଗସ୍ତ ନେଇ ବଲାଙ୍ଗିର କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି । ଆସନ୍ତା ମେ’ ୧୫ ତାରିଖରେ ଓଡିଶାରେ କେନ୍ଦ୍ରୀୟ ନେତାଙ୍କ ପଡିବ ଡେରା । ବିଜେପିରୁ ହେବିୱେଟ ନେତା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସୁଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କ ଲାଗି ରାହୁଲ ଗାନ୍ଧି ଭୋଟ ପ୍ରଚାର କରିବାକୁ ଆସୁଛନ୍ତି । ଆଗାମୀ ୧୫ ତାରିଖରେ ଜନସାଧାରଣଙ୍କ ପାଖରେ ସେ କଣ ଅଭିଭାଷଣ ରଖିବେ ତାହାକୁ କଂଗ୍ରେସ ନେତା ଏବଂ କର୍ମୀ ଅପେକ୍ଷା କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: