ସମ୍ବଲପୁର: ସମ୍ବଲପୁର ଚାଷୀଙ୍କୁ ପ୍ରତାରଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 2014ରେ ଶିଳାନ୍ୟାସ କରିଥିବା ନୀଳଡୁଙ୍ଗୁରୀରେ ଟର୍ମିନାଲ ମାର୍କେଟ୍ କମ୍ପ୍ଲେସ ପାଇଁ ଏଯାଏଁ ପଡ଼ିନି ଖଣ୍ଡିଏ ଇଟା । ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଆଟାକ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତିକ୍ତ ସ୍ମୃତି ଆକାରରେ ସେଠି ରହିଛି ମୁଖ୍ୟମନ୍ତ୍ରୀଙ୍କ ମିଛ ପ୍ରତିଶ୍ରୁତିର ଫଳକ ଫଟୋ । ତୁରନ୍ତ ଚାଷୀଙ୍କୁ କ୍ଷମା ମାଗିବାକୁ ଆହ୍ବାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତାରଣା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ 2014 ସେପ୍ଟେମ୍ବରରେ ଯୁଯୁମରାର ନୀଳଡୁଙ୍ଗୁରୀରେ ନିଜେ ଆସି ଶିଳାନ୍ୟାସ କରିଥିବା ଟର୍ମିନାଲ ମାର୍କେଟ୍ କମ୍ପ୍ଲେସ କୁଆଡେ ଗଲା । ଚାଷୀଙ୍କୁ ଧୋକାଦେଇ, ପ୍ରତାରଣା କରି ତାଙ୍କ ଆଶାରେ ପାଣି ପକାଇଛନ୍ତି ମୁଖ୍ୟମନ୍ତ୍ରୀ ।
ଅର୍ଗସ ବ୍ୟୁରୋ: ବତ୍ତମାନ ସମୟରେ ଓଜନ ଵୃଦ୍ଧିକୁ ନେଇ ସମସ୍ତଙ୍କର ଗୋଏ ବଡ ଚିନ୍ତା । ଓଜନ କମାଇଵା ପାଇଁ ପ୍ରତିଦିନ ବ୍ୟାୟାମ ସହିତ ଉପଯୁକ୍ତ ଖାଦ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।ଏପରି ପରିସ୍ଥିତିରେ, ଆପଣ ଓଜନ ହ୍ରାସ କରିବାକୁ ହେଲେ ପ୍ରତିଦିନ ଆମଲା ଖାଆନ୍ତୁ ଆପଣଙ୍କୁ ମିଳିବ ଫାଇଦା ।
ଲୋକମାନେ ଓଜନ ହ୍ରାସ କରିବାକୁ ଅନେକ ପଦ୍ଧତି ଗ୍ରହଣ କରନ୍ତି ।ଏଥିପାଇଁ ବହୁତ କଠିନ ପରିଶ୍ରମ କରିବାକୁ ପଡେ । କାରଣ ଅତି ସହଜରେ ଓଜନ ହ୍ରାସ ହୁଏ ନାହିଁ । ଯାଦୁ ପରି ଶରୀରକୁ କିଛି ପ୍ରଭାବିତ କରେ ନାହିଁ ।ଓଜନ ହ୍ରାସ ପାଇଁ ପ୍ରତିଦିନ ବ୍ୟାୟାମ ଏବଂ ସଠିକ୍ ଖାଇବା ଅଭ୍ୟାସ ଆବଶ୍ୟକ ।ଆହୁରି ମଧ୍ୟ ଖାଦ୍ୟରେ କିଛି ଖାଦ୍ୟ ପଦାର୍ଥ ଅଛି ଯାହାକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରି ଆପଣ ସହଜରେ ଓଜନ ହ୍ରାସ କରିପାରିବେ ।ସେଥିମଧ୍ୟରୁ ଗୋଟିଏ ହେଉଛି 'ଆମଲା ରସ'ରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଅଛି । ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥିବାରୁ ଏହା ଶରୀରରେ ଥିବା କ୍ଷତିକାରକ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ ।
ଏହା ବ୍ୟତୀତ ଭିଟାମିନ୍ ସି ମଧ୍ୟ ଏଥିରେ ଅଛି ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଥାଏ ।ଆମଲା ମଧ୍ୟ ଫାଇବରର ଏକ ଉତ୍କୃଷ୍ଟ ଉତ୍ସ ।ଏହାକୁ ଖାଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଉନ୍ନତି ହୋଇପାରିବ ।କଞ୍ଚା ଆମ୍ଲା ଖାଇବା ପାଇଁ ଟିକେ ଖରାପଏବଂ ଖଟା ତେଣୁ ଅନେକ ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ ।କିନ୍ତୁ ସକାଳେ ଏହି ରସ ପିଇବା ଦ୍ୱାରା ଆପଣଙ୍କ ଓଜନ ହ୍ରାସ ହେବ ଆସନ୍ତୁ ଜାଣିବା ଆମଲା ରସ ତିଆରି କରିବାର ପଦ୍ଧତି ।
ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର :
ଅର୍ଗସ ବ୍ୟୁରୋ: ଦିଲ୍ଲୀ-ଏନସିଆର ସମେତ ପୁରା ଉତ୍ତର ଭାରତରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ତାତିରେ ଲୋକମାନେ ସନ୍ତୁଳି ହେଉଛନ୍ତି । ଏହାରି ଭିତରେ ଦିଲ୍ଲୀର ତାପମାତ୍ରା ଆଜି ସମସ୍ତଙ୍କୁ ଚିନ୍ତାରେ ପକାଇଛି । ରବିବାର ଦିନ ଦିଲ୍ଲୀର ନଜଫଗଡରେ ତାପମାତ୍ରା ୪୭.୮ ଡିଗ୍ରୀ ଛୁଇଁଛି । ରବିବାର ସାରା ଭାରତରେ ନଜଫଗଡ ସବୁଠାରୁ ଉତ୍ତପ୍ତ ସହର ଭାବେ ଚିହ୍ନଟ କରାଯାଇଛି। ଆଗାମୀ ୪ଦିନ ପର୍ଯ୍ୟନ୍ତ ଭୀଷଣ ଗରମ ସହ ଲୁ'କୁ ନେଇ ରେଡ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।
ଭାରତୀୟ ପାଣିପାଗର ବିଜ୍ଞାନର ବରିଷ୍ଠ ବୈଜ୍ଞାନିକ ସୋମ୍ ସେନ୍ ରାୟ କହିଛନ୍ତି କି, ରାଜସ୍ଥାନ, ପଞ୍ଜାବ, ହରିଆଣା ଓ ପାକିସ୍ତାନରେ ଶୁସ୍କ ବାୟୁ ପ୍ରବାହିତ ହେଉଛି । ଏହି ଶୁସ୍କବାୟୁ ଦିଲ୍ଲୀମୁହାଁ ହୋଇଥିବାରୁ ପୁରା ଦିଲ୍ଲୀର ତାପମାତ୍ରା ୪୫ ରୁ ୪୬ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।
ସେପଟେ ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ଦିଲ୍ଲୀ ଏନସିଆରରେ ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଏଭଳି ତାପମାତ୍ରା ବୃଦ୍ଧି ପାଇବ । ହେଲେ କେବେ ପାଗର ପରିବର୍ତ୍ତନ ହେବ ସେନେଇ କୌଣସି ପୂର୍ବାନୁମାନ କରାଯାଇ ନାହିଁ।
-ପାଣିପାଗ ବିଭାଗ ଏନେଇ ସତର୍କ ସୂଚନା ଜାରି କରିବା ସହ ଦିନ ସାରା ଅଧିକରୁ ଅଧିକ ପାଣି ପିଇବାକୁ କୁହାଯାଇଛି। ହାଲୁକା ରଙ୍ଗର ସୂତା କପଡା ପରିଧାନ କରନ୍ତୁ। ଘରୁ ବାହାରିବା ସମୟରେ ଚଷମା, ଛତା ସହ ଟୋପି ପିନ୍ଧନ୍ତୁ।
-ଯଦି ଆପଣ ବାହାରେ କାମ କରୁଛନ୍ତି ହାତ, ଗୋଡ଼, ମୁହଁକୁ ଓଦା କପଡ଼ାରେ ଢାଙ୍କିକି ରଖନ୍ତୁ। କାମ ନ ଥିଲେ ବାହାରକୁ ବାହାରନ୍ତୁ ନାହିଁ।
-ଯଦି କାହାକୁ ଅଂଶୁ ଘାତ ହେଉଛି ପ୍ରଥମେ ଉକ୍ତ ବ୍ୟକ୍ତିଙ୍କୁ ଛାଇକୁ ନେଇ ଥଣ୍ଡା ଚିକିତ୍ସା କରନ୍ତୁ। ଏହାପରେ ତୁରନ୍ତ ହସ୍ପିଟାଲକୁ ନେଇଯାଆନ୍ତୁ।
-ବାହାରକୁ ଯିବା ସମୟରେ ସାଥୀରେ ପାଣି ବୋତଲ ରଖନ୍ତୁ। ଖାଇଲା ବେଳେ କଞ୍ଚା ପିଆଜ ଖାଦ୍ୟରେ ଆଡ କରନ୍ତୁ।
-ଖରାରୁ ଆସିବା ପରେ ଯଦି ଦୁର୍ବଳ ଲାଗୁଛି ତେବେ ଲସି, ଲେମ୍ବୁ ପାଣି, ଛାସ, ବତୁରା ଚାଉଳର ପାଣି ପିଅନ୍ତୁ ଶରୀରରେ ଜଳୀୟଅଂଶର ମାତ୍ରା କମିବ ନାହିଁ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ବର୍ତ୍ତମାନ ବ୍ୟସ୍ତବହୁଳତା ଜୀବନ ଭିତରେ ସମସ୍ତେ ଚାହାଁନ୍ତି କି ସମସ୍ତ କାମ ଜଲଦି । ସବଠୁ ବଡ କଥା ହେଉଛି କି ରୋଷେଇ କରିବା । ରୋଷେଇ କରିବା ସମୟରେ ମସଲାର ଆବଶ୍ୟକ ପଡିଲେ ତାକୁ ତିଆରି କରିବା ପାଇଁ ମଧ୍ୟ ସମୟ ନଷ୍ଟ ହୋଇଥାଏ । ତେବେ ଅନେକ ସମୟରେ ଘରେ ରହିଥିବା ଆଦା,ରସୁଣ ଶୁଖିଯାଇ ଖରାପ ହୋଇଯୋଏ। କିନ୍ତୁ ଏହି ପରି କିଛି ଉପାୟରେ ଆଦା ,ରସୁଣ ପେଷ୍ଟ କରନ୍ତୁ ଯାହାକି ମାସ ମାସ ପର୍ଯ୍ୟନ୍ତ ରହିବ ।
ସମସ୍ତ ରୋଷେଇ ଘରେ ଆଦା,ରସୁଣର ଆବଶ୍ୟକତା ରହିଛି । ଏହା ବିନା କୌଣସି ଜିନିଷର ସ୍ଵାଦ ଆଧୁରା ଭଳି ଲାଗିଥାଏ । ରୋଷେଇ ସମୟରେ ପେଷ୍ଟ କରିବା ପାଇଁ ଅଧିକ କଷ୍ଟ ଓ ସମୟ ମଧ୍ୟ ଲାଗିଥାଏ । ଏଥିରୁ କିଛି ସହଜ ଉପାୟରେ ପେଷ୍ଟ ବନେଇ ପାରିବେ ।
ଆଦା ଓ ରସୁଣ ପେଷ୍ଟରେ ଧଳା ସୋଢା ବ୍ୟବହାର କରନ୍ତୁ । ଏହି ପେଷ୍ଟକୁ ତିଆରି କରିବା ପାଇଁ ବରଫ ଖଣ୍ଡର ଆବଶ୍ୟକତା ରହିଛି । ସେହି ପେଷ୍ଟକୁ ଅଧିକ ଦିନ ରଖିହା ପାଇଁ ଏକ ପ୍ଲାଷ୍ଟିକ ଜରିରେ ରଖିପାରିବେ ।
ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର :
ଯୋଉଁ ଡବା ପୁରା ଟାଇଡ ଥିବ ସେଥିରେ ଆପଣ ଏହାକୁ ଷ୍ଟୋର କରି ରଖିପାରିବେ । ବହୁ ଦିନ ପଯ୍ୟନ୍ତ ରହିପାରିବ । ଏହି ପେଷ୍ଟକୁ ଅଧିକ ସମୟ ଫ୍ରେସ ରଖିବା ପାଇଁ ବଟର ପେପରର ବ୍ୟବହାର କରନ୍ତୁ ।