ଅଧିକ ପଢନ୍ତୁ ଓଡ଼ିଶା ଖବର
ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବାହାର ରାଜ୍ୟରୁ ମାଲ ନେଇ ଆସୁଥିବା ଟ୍ରକକୁ କରୁଥିଲେ ଟାର୍ଗେଟ । ଏମାନଙ୍କ ନାଁରେ ରାଜଧାନୀର ଅନେକ ଥାନାରେ ରହିଚି ଅପରାଧିକ ମାମଲା । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଯୋନ୍ ୫ ଏସିପି ଗୌତମ କିଷାନ ।
ଅର୍ଗସ ବ୍ୟୁରୋ : ପଣ୍ଡ ହେଲା ଡକାୟତ ଯୋଜନା । ୫ ଡକାୟତ ଗିରଫ । ଏହି ଡକାୟତ ମାନଙ୍କୁ ଗିରଫ କରଛି ମଞ୍ଚେଶ୍ୱର ଥାନା ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ଖଣ୍ଡା, ଦୁଇଟି ଛୁରି, ଗୋଟିଏ ଭୁଜାଲି ସହ ଲୁହା ରଡ ଜବତ କରିଛି ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ବାହାର ରାଜ୍ୟରୁ ମାଲ ନେଇ ଆସୁଥିବା ଟ୍ରକକୁ କରୁଥିଲେ ଟାର୍ଗେଟ । ଏମାନଙ୍କ ନାଁରେ ରାଜଧାନୀର ଅନେକ ଥାନାରେ ରହିଚି ଅପରାଧିକ ମାମଲା । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଯୋନ୍ ୫ ଏସିପି ଗୌତମ କିଷାନ ।
ଅର୍ଗସ ବ୍ୟୁରୋ : ଅସହ୍ୟ ଗରମ ଓ ତାତିରେ ସିଜୁଛନ୍ତି ରାଜଧାନୀବାସୀ । ଚିର ବସନ୍ତର ସହରରେ ଏବେ ଦେଖିବାକୁ ମିଳୁନି ବୁଢା ବର ଗଛ କି ମିଳୁନି ତାର ଶୀତଳ ଛାଇ । ଆଧୁନିକ ତାର ଛାପରେ ହଜିଯାଇଛି ଚିର ବସନ୍ତ ସହରର ଛାଇ । ରାଜଧାନୀର ଅସହ୍ୟ ଗରମ ମଣିଷକୁ କଲବଲ କଲାଣି । ଏହି ସମୟରେ ରାଜଧାନୀରୁ ଛାଇ ଉଭାନ ହୋଇଥିବା ଦେଖିବାକୁ ମିଳିଛି । ହାତ ଗଣତି କେତେକ ସ୍ଥାନକୁ ଛାଡ଼ିଲେ ରାଜଧାନୀର ବିଭିନ୍ନ ଛକ ବଜାରରେ ଗଛଟିଏ ମଧ୍ୟ ଦେଖିବାକୁ ମିଳୁନାହିଁ । ବିକାଶ ନାଁରେ ସ୍ମାର୍ଟ୍ ସିଟି ଆଜି କଂକ୍ରିଟ ଜଙ୍ଗଲରେ ରୂପାନ୍ତରିକରଣ ହୋଇଥିବା ବେଳେ ଗଛ ଛାଇ ଲୋକଙ୍କ ପାଇଁ ମରୀଚିକା ସଦୃଶ ପାଲଟିଛି ।
ରାସ୍ତା ପ୍ରଶସ୍ତିକରଣ, ପାର୍କ ନିର୍ମାଣ, ସୌନ୍ଦର୍ଯ୍ୟକରଣ ନାଁରେ ମନଇଚ୍ଛା ଗଛ କଟାଯାଉଛି, ସେପଟେ ମାଟି ଥିବା ସ୍ଥାନମାନଙ୍କରେ ଫେଭର ବ୍ଲକ୍ ପକାଇବା ଦ୍ଵାରା ଦୁବଘାସ ମଧ୍ୟ କଅଁଳୁ ନାହିଁ । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଏସିର ବହୁଳ ବ୍ୟବହାର ମଧ୍ୟ ରାଜଧାନୀରେ ଅସମ୍ଭାଳ ତାତିର ପ୍ରମୁଖ କାରଣ ପାଲଟିଥିବା ପରିବେଶବିତ୍ କହିଛନ୍ତି । ବୃକ୍ଷ ରୋପଣ ଏବଂ ବର୍ଷା ଜଳ ସଂରକ୍ଷଣ ନାଁରେ ସରକାର କେବଳ ଯୋଜନା ପ୍ରଣୟନ କରୁଥିବାବେଳେ ଏହା କାଗଜ କଲମରେ ସିମୀତ ରହୁଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଜଳବାୟୁ ପରିବlର୍ତ୍ତନ ଯୋଗୁଁ ଆଗକୁ ସ୍ଥିତି ଆହୁରି ବିଗିଡିବାର ଆଶଙ୍କା ରହିଛି । ଏଭଳି ସ୍ଥିତିର ମୁକାବିଲା କରିବାକୁ ସରକାର ତତ୍ପର ହେବା ସହିତ ସହରକୁ ସବୁଜକରଣ କରାଇବା ଦିଗରେ ବଡ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ବେଳ ଥାଉ ଥାଉ କେବଳ ସରକାର ନୁହେଁ ରାଜଧାନୀର ଜନସାଧାରଣ ମଧ୍ୟ ଏସବୁ ପ୍ରତି ସଚେତନ ହେବା ସହ ନିଜ ଆଖପାଖ ପରିବେଶରେ ବୃକ୍ଷ ରୋପଣ ସାଙ୍ଗକୁ ନିଜସ୍ଵ ଉପାୟରେ ବର୍ଷା ଜଳ ସଂରକ୍ଷଣ କରିବା ଉଚିତ୍ ।
ଅର୍ଗସ ବ୍ୟୁରୋ: ଜୀବନର ସତ୍ୟ ହେଉଛି ମୃତ୍ୟୁ। କେତେବେଳେ କେମିତି ଆଉ କେଉଁଠି ଆସିବ କାହାକୁ ବି ଜଣାନାହିଁ।ସାମାନ୍ୟରୁ ଅତି ସାମାନ୍ୟ ଜିନିଷ ବି ମୃତ୍ୟୁର କାରଣ ହୋଇପାରେ।ବାଟରେ ଗଲା ବେଳକୁ ବଡ଼ ବଡ଼ ହୋଡ଼ିଂ ସମସ୍ତେ ଦେଖନ୍ତି? କିନ୍ତୁ ଆପଣ କେବେ ଭାବିପାରିବେ ସେଇ ହୋଡ଼ିଂ ବି ମୃତ୍ୟୁର କାରଣ ହୋଇପାରିବ?
ଗତ ସୋମବାର ମୁମ୍ବାଇରେ ଏକ ଧୂଳିଝଡ଼ ହୋଇଥିଲା ଯାହାଦ୍ବାରା ଏକ ୧୦୦ ଫୁଟ୍ ର ହୋଡ଼ିଂ ଭୁସୁଡ଼ିପଡ଼ିଥିଲା। କ୍ଷଣକରେ ସବୁ କିଛି ଧୂଳିସାତ୍ ହୋଇଗଲା।ଏଥିରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସେଥିରେ ଥିଲେ ଜଣେ ଅବସରପ୍ରାପ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି) ମ୍ୟାନେଜର ମନୋଜ ଚାନସୋରିଆ(୬୦) ଏବଂ ତାଙ୍କ ପତ୍ନୀ ଅନିତା(୫୯)।ପୋଲିସ ସୂଚନା ଅନୁଯାୟୀ ଅନୀତାଙ୍କ ଭିଜା ସମ୍ବନ୍ଧୀୟ କିଛି କାମ ପାଇଁ ମନୋଜ ଏବଂ ସିଏ ମୁମ୍ବାଇ ଆସିଥିଲେ ଆଉ ସେହିଦିନ କାମ ସାରି ଦମ୍ପତ୍ତି ଜବଲପୁର ଅଭିମୁଖେ ଫେରୁଥିଲେ।ବାଟରେ ପେଟ୍ରୋଲ ପକାଇବା ପାଇଁ ଘାଟକୋପରଠାରେ ଅଟକିଥିଲେ।ଯେଉଁଠାରେ ଏହି ଅଘଟଣ ଘଟିଥିଲା।ଆମେରିକାରେ ରହୁଥିବା ତାଙ୍କ ପୁଅର ବାରମ୍ବାର କଲ୍ ସତ୍ତ୍ବେ କୌଣସି ଉତ୍ତର ନମିଳିବାରୁ ସେ ସାହାଯ୍ୟ ପାଇଁ ମୁମ୍ବାଇରେ ଥିବା ନିଜ ବନ୍ଧୁଙ୍କ ନିକଟରେ ପହଞ୍ଚିଥିଲେ। ବନ୍ଧୁ ଏକ ନିଖୋଜ ଅଭିଯୋଗ ଦାଖଲ କରିଥିଲେ ଏବଂ ପୋଲିସ ଲୋକେସନ୍ ଟ୍ରାକ୍ କରିବା ପରେ ଘାଟକୋପର ପେଟ୍ରୋଲ ପମ୍ପ ନିକଟରେ ସେମାନଙ୍କର ଶେଷ ଲୋକେସନ ଦେଖାଇଥିଲା।
ବନ୍ଧୁ ପରିଜନ ଦମ୍ପତ୍ତିଙ୍କୁ ଜୀବନ୍ତ ପାଇବା ଆଶାରେ ସେଠାରେ ପହଁଞ୍ଚିଥିଲେ କିନ୍ତୁ ମିଳିଥିଲା ତାଙ୍କ ମୃତ ଶରୀର। ଏପର୍ଯ୍ୟନ୍ତ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୧ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ସେମାନଙ୍କର ମୁମ୍ବାଇର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ଚାଲିଛି।
ଜୀବନରେ ସବୁକିଛି କ୍ଷଣସ୍ଥାୟୀ। କାଲି କ'ଣ ହେବ ତାର ଉତ୍ତର କାହା ପାଖରେ ନାହିଁ।କ'ଣ ମନୋଜ ଏବଂ ଅନୀତା ଜାଣିଥିଲେ ତାଙ୍କ ସହିତ ଏମିତି ହୋଇଯିବ? କିଏ ଜାଣିଥିଲା ଏମିତି ଅକାଳରେ ମୃତ୍ୟୁ ଆସିବ?
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ : ପଦ୍ମପୁର ସଭାରେ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆଜି ଓଡ଼ିଶାରେ ଶାସନ କିଏ ଚଳାଉଛି ? ଭୋଟ୍ ଜଣକୁ ଦେବେ ସରକାର ଆଉ ଜଣେ ଚଲାଇବ । ଏଭଳି ସରକାର ଆମକୁ ଦରକାର କି ? ଇଏ କିଭଳି ସରକାର ? ଅଧିକାରୀ ସରକାର ଚଳାଉଛନ୍ତି, ଏମଏଲଏ ଚୁପ୍ ବସିଛନ୍ତି । ଆହୁରି ମଧ୍ୟ କହିଛନ୍ତି, ମହାପ୍ରଭୁଙ୍କ ରତ୍ନଭଣ୍ଡାର ସୁରକ୍ଷା, ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କ ସମସ୍ୟା, ଓଡ଼ିଶା ଭାଷା- ସଂସ୍କୃତି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ସେପଟେ କଂଗ୍ରେସକୁ କଟାକ୍ଷ କରି କହିଛନ୍ତି, ୨୦୧୪ ପୂର୍ବରୁ କେବଳ ତୁଷ୍ଟିକରଣର ରାଜନୀତି ଚାଲିଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଆଜି ଭୁବନେଶ୍ୱର ରୋଡ୍ ସୋ’ ସାରିବା ପରେ ପଦ୍ମପୁରରେ ପହଂଚିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେଠି ଜନସଭା ଜରିଆରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଜନସଭାକୁ ସମ୍ବୋଧନ କରିଥିଲେ । ଏହି ଅବସରରେ ଉଭୟ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଛନ୍ତି ଜେପି ନଡ୍ଡା । କହିଥିଲେ ମୋଦି ଆସିବା ପରେ ରାଜନୀତି ବଦଳିଛି । ମୋଦି ଆସିବା ପରେ ରାଜନୀତିର ପରିଭାଷା ବଦଳିଯାଇଛି । ୨୦୨୪ରେ ଲୋକେ ବିକଶିତ ଭାରତ ଖୋଜୁଛନ୍ତି ବୋଲି କହିଛନ୍ତି ।