ଯେଉଁଥିରେ ପ୍ରଭାତ ଓ ସୌଭିକ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କ ବିରୋଧରେ ଟିକେଟକୁ ନେଇ ଆଲୋଚନା କରୁଥିଲେ । ବିଜେଡି ଟିକେଟ ଆଶାରେ କଟକ ଚୌଦ୍ଵାର ନିର୍ବାଚନ ମଣ୍ଡଳୀରେ ପୂର୍ବତନ କଟକ ବିଜୁ ଯୁବ ଓ ଛାତ୍ର ଜନତାର ଉପସଭାପତି ଲୋକନାଥ ଲେଙ୍କାଙ୍କ ପତ୍ନୀ ଦୀର୍ଘ ଦିନ ଧରି ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷଙ୍କ ବ୍ୟାନରରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରିବା ସହ ସଭା ସମିତି ଓ ଶୋଭାଯାତ୍ରା କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ହେଲେ ଦଳର ସୁପ୍ରିମୋ ପୁଣି ଥରେ ସୌଭିକ ବିଶ୍ଵାଳଙ୍କ ଆସ୍ଥା ପ୍ରକଟ କରିବା ପରେ ଯାହାକୁ ବିରୋଧ କରି ସ୍ଵାଧୀନ ଭାବେ ଲଢ଼ିବେ ରୂପାଲୀ । ଅନ୍ୟପଟେ ପ୍ରଭାତ ବିଶ୍ବାଳଙ୍କ ବିରୋଧରେ ରୂପାଲୀ ଆଣିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇଛନ୍ତି ପ୍ରଭାତ ରଞ୍ଜନ ବିଶ୍ଵାଳ । କଟକରେ ପ୍ରାର୍ଥୀତ୍ବକୁ ନେଇ ବିଜେଡିର ଏବେ ଅକଲ ଗୁଡୁମ୍ ହୋଇଥିବା ବେଳେ ସେପଟେ ଗୋଟିଏ ପରେ ଗୋଟିଏ ବିଦ୍ରୋହୀ ଦେଲେଣି ଟେନସନ୍ ।