ଗତ ୨୯ ତାରିଖରେ ଗୋପାଳପୁର ଅଂଚଳରେ ଜଣେ ମଟନ ଦୋକାନୀଙ୍କୁ ନିଶା ଦେଇ ଲୁଟ କରିଥିଲେ ଦୁର୍ବୃତ୍ତ । ଘଟଣାକୁ ନେଇ ଅଧିକ ତଦନ୍ତ କରିବା ପରେ ଆଜି ଏହି ଦୁଇ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେହିପରି କଟକ ଚୌଦ୍ବାର ଥାନା ପୋଲିସ ଦ୍ବାରା ୫ ଜଣିଆ ଡକାୟିତ ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅଭିଯୁକ୍ତଙ୍କ ଠାରୁ ତିନିଟି ଖଣ୍ଡା ଓ ଦୁଇଟି ଲୁହା ରଡ ଜବତ ହୋଇଛି । ଚୌଦ୍ବାର ଅଞ୍ଚଳରେ ଥିବା ଏକ ଗହଣା ଦୋକାନରୁ ଲୁଟ ପାଇଁ ଯୋଜନା କରୁଥିବା ବେଳେ ଖବର ପାଇ ପୋଲିସ ଚୌଦ୍ବାର ବନ୍ଦାଳ ନିକଟରୁ ସେମାନଙ୍କୁ ଧରିଥିଲା ।